Sidharth Kiara Wedding: ଏହି ମାସରେ ସିଦ୍ଧାର୍ଥ-କିଆରାଙ୍କର ପଡ଼ିବ ହାତଗଣ୍ଠି

Sidharth Kiara Wedding: ବିବାହ ବନ୍ଧନରେ ବାନ୍ଧି ହେବେ ସିଦ୍ଧାର୍ଥ-କିଆରାଙ୍କ। ସେମାନଙ୍କ ବିବାହ ସେରେମନିରେ ଯୋଗ ଦେବାକୁ ଥିବା ଅତିଥିଙ୍କ ତାଲିକା ମଧ୍ଯ ପ୍ରକାଶ ପାଇଛି ।

ବିବାହ କରିବେ ସିଦ୍ଧାର୍ଥ ଓ କିଆରା!

ବିବାହ କରିବେ ସିଦ୍ଧାର୍ଥ ଓ କିଆରା!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Sidharth Kiara Wedding:  ସିଦ୍ଧାର୍ଥ ମାଲହୋତ୍ରା (Siddharth Malhotra) ଏବଂ କିଆରା ଆଡଭାନୀ (Kiara Advani) ବଲିଉଡର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରନ୍ତି ଲୋକ। ଆଜିକାଲି ଉଭୟ ତାରକା ବିବାହ ଖବର (Sidharth Kiara Wedding) ପାଇଁ ହେଡଲାଇନରେ ଅଛନ୍ତି। କୁହାଯାଉଛି ଯେ ଫେବୃଆରୀ ୬ରେ ସିଦ୍ଧାର୍ଥ ଏବଂ କିଆରା ରାଜସ୍ଥାନ(Rajsthan)ର ଜୈସଲମେରରେ ବିବାହ କରିବେ। ଏହି ସମୟରେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହରେ ଯୋଗଦେବେ କିଛି ଅତିଥିଙ୍କ ନାମ ସାମ୍ନାକୁ ଆସିଛି।

india today.in କୁ ଏକ ସୂତ୍ରରୁ ପ୍ରକାଶ ଯେ କିଆରା ଆଡଭାନୀ ତାଙ୍କ ବିବାହ କାର୍ଡ଼ 'କବୀର ସିଂ' ସହ-ତାରକା ସହିଦ କପୁରଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ସହିଦ କପୁର ପତ୍ନୀ ମୀର ରାଜପୁତଙ୍କ ସହ ଏହି ବିବାହ ଉତ୍ସବରେ ଯୋଗଦେବେ। ସିଦ୍ଧାର୍ଥ ଓ କିଆରାର ବିବାହ କାର୍ଯ୍ୟ ତିନି ଦିନ ଧରି ଚାଲିବ, ଯେଉଁଥିରେ ମେହେନ୍ଦୀ ଏବଂ ସଂଗୀତ ଅର୍ନ୍ତଭୁକ୍ତ।

ବର୍ଥଡେ ସେଲିବ୍ରେଟ କରିବାକୁ ବୟଫ୍ରେଣ୍ଡ ସିଦ୍ଧାର୍ଥଙ୍କ ସହ ଦୁବାଇରେ ପହଞ୍ଚିଲେ କିୟାରା


ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ବିବାହରେ କରଣ ଜୋହର, ବରୁଣ ଧାୱନ, ଅଶ୍ୱିନୀ ୟାର୍ଡି ଓ ଅନ୍ୟାନ୍ୟ ନାମ ଅନ୍ତର୍ଭୁକ୍ତ ଅଛୁ। ବିବାହ ପରେ ଏହି ଦମ୍ପତି ଦୁଇଟି ରିସେପ୍ସନ୍ ପାର୍ଟୀ ଦେବେ। ପ୍ରଥମଟି ଦିଲ୍ଲୀରେ ଏବଂ ଦ୍ୱିତୀୟଟି ମୁମ୍ବାଇରେ ହେବ, ଯେଉଁଥିରେ ଉଭୟ ତାରକାଙ୍କର ବନ୍ଧୁ ଏବଂ ଘନିଷ୍ଠ ବ୍ୟକ୍ତିମାନେ ସାମିଲ ହେବେ।

କିଛି ଦିନ ପୂର୍ବରୁ କିଆରା ଆଡଭାନୀଙ୍କୁ ଫ୍ୟାଶନ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଷ୍ଟୋର ବାହାରେ ଦେଖିବାକୁ ମିଳିଥିଲା। ଏଥି ସହିତ ସିଦ୍ଧାର୍ଥ ବିବାହର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଖବର ଅନୁଯାୟୀ ସିଦ୍ଧାର୍ଥ ଏବଂ କିଆରାଙ୍କୁ ବିବାହ ଦିନ ମନୀଷ ମଲହୋତ୍ରାଙ୍କ ଡିଜାଇନର୍ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିବ।

କେମିତି ପାର୍ଟନକୁ ପସନ୍ଦ କରନ୍ତି ଅଭିନେତ୍ରୀ କିଆରା ଆଡ଼ଭାନୀ; ଜବାବ ଶୁଣି କପିଲ ଶର୍ମା ବି ଆଶ୍ଟର୍ଯ୍ଯ


ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ କରୁଥିଲେ। ଶେରଶାହା ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଲୋକଙ୍କୁ ପସନ୍ଦ ଆସିଥିଲା। ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି କିମ୍ବା ସେମାନଙ୍କ ବିବାହ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି।  IndiaToday.in ଅନୁଯାୟୀ ସିଦ୍ଧାର୍ଥ ଏବଂ କିଆରା ରାଜସ୍ଥାନର ଜୈସଲମେରର ସୁର୍ଯ୍ୟଗଢ଼ ହୋଟେଲରେ ବିବାହ କରିବେ।
Published by:Soumya Das
First published: