ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»କେମିତି ପାର୍ଟନକୁ ପସନ୍ଦ କରନ୍ତି ଅଭିନେତ୍ରୀ କିଆରା ଆଡ଼ଭାନୀ; ଜବାବ ଶୁଣି କପିଲ ଶର୍ମା ବି ଆଶ୍ଟର୍ଯ୍ଯ

କେମିତି ପାର୍ଟନକୁ ପସନ୍ଦ କରନ୍ତି ଅଭିନେତ୍ରୀ କିଆରା ଆଡ଼ଭାନୀ; ଜବାବ ଶୁଣି କପିଲ ଶର୍ମା ବି ଆଶ୍ଟର୍ଯ୍ଯ

କପିଲ କିଆରାଙ୍କୁ ପଚାରିଥିଲେ ଯେ ସେ କିପରି ପୁଅ ଚାହାଁନ୍ତି? କପିଲ ତାଙ୍କୁ ଆହୁରି ମଧ୍ୟ ପଚାରିଥିଲେ ଯେ ରିଏଲ ଲାଇଫରେ ସେ କ’ଣ ପୁଅର ଜୀବିକା ଯାଞ୍ଚ କରିବେ କି?

କେମିତି ପାର୍ଟନକୁ ପସନ୍ଦ କରନ୍ତି ଅଭିନେତ୍ରୀ କିଆରା ଆଡ଼ଭାନୀ; ଜବାବ ଶୁଣି କପିଲ ଶର୍ମା ବି ଆଶ୍ଟର୍ଯ୍ଯ
କିଆରାଙ୍କୁ ଶେରଶାହାରୁ ବେଶ ସଫଳତା ମିଳିଥିଲା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 6, 2021, 1:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ବଲିଉଡର ସଫଳ ଅଭିନେତ୍ରୀ ତାଲିକାରେ କିଆରା ଆଡ଼ଭାନୀ ସାମିଲ୍ ହୋଇଯାଇଛନ୍ତି। ଫିଲ୍ମ ‘କବୀର ସିଂହ’ରୁ କିଆରାଙ୍କ କ୍ଯାରିୟରକୁ ଏକ ନୂଆ ଦିଗ ମିଳିଛି। ଆଜିକାଲି କିଆରା ତାଙ୍କ ଫିଲ୍ମ ‘ଶେରଶାହ’ର ସଫଳତାକୁ ଉପଭୋଗ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡ଼ିଓରେ ଏହା ରିଲିଜ୍ ହୋଇଥିଲା। ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଦ କପିଲ ଶର୍ମା ଶୋରେ ଗେଷ୍ଟ ସେଲିବ୍ରିଟି ଭାବେ ନଜର ଆସିଥିଲେ। ଉଭୟ ଶୋରେ ବହୁତ ମଜ୍ଜା ମସ୍ତି କରିଥିଲେ।

କପିଲ ଶର୍ମା ଓ ତାଙ୍କ ଟିମ୍‌ର ଜୋକ୍ସକୁ ନେଇ ସିଦ୍ଧାର୍ଥ ଓ କିଆରା ଖୁବ ହସିଥିଲେ। କିଆର ଏକ ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଏକ ହଳିଦିଆ ରଙ୍ଗର ଉତ୍ତରୀ ପକେଇଥିଲେ। ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଶୋ ସମୟରେ କପିଲ କିଆରାଙ୍କୁ ପଚାରିଥିଲେ ଯେ ସେ କିପରି ପୁଅ ଚାହାଁନ୍ତି? କପିଲ ତାଙ୍କୁ ଆହୁରି ମଧ୍ୟ ପଚାରିଥିଲେ ଯେ ରିଏଲ ଲାଇଫରେ ସେ କ’ଣ ପୁଅର ପ୍ରଫେସନକୁ ଚେକ କରିବେ କି?

କପିଲଙ୍କ ଏହି ପ୍ରଶ୍ନର ଉତ୍ତରରେ କିଆରା କୌଣସି ଫିଲ୍ମ ଡାଇରେକ୍ଟର କି କ୍ରିକେଟରଙ୍କ ନା ନେଇ ନଥିଲେ। ବରଂ ସେ କହିଥିଲେ ଯେ “ଅଭିନେତା ହେଲେ ତ ଖୁବ ଭଲ, ସବୁ ଏକାଭଳି।” ତେବେ କିଆରାଙ୍କ ଏଭଳି ଉତ୍ତର ଶୁଣି କପିଲ ଶର୍ମା ଟିକେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ।

ପ୍ରକାଶଥାଉ ଯେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଦୀର୍ଘ ଦିନ ହେବ ଡେଟିଂ ଚାଲିବା ଖବର ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ପ୍ରାୟ ସମୟରେ ଏକାଠି ହେବାର ଦେଖାଯାଏ। ତେବେ ସମ୍ପର୍କକୁ ନେଇ ସେମାନେ ସବୁବେଳେ ଭଲ ସାଙ୍ଗ ବୋଲି କହିଥାନ୍ତି। ସେମାନେ କେବେ ବି ସେମାନଙ୍କ ପ୍ରେମ ସଂପର୍କକୁ ସ୍ୱୀକାର କରି ନାହାନ୍ତି କି କେବେ ବି ଏହାକୁ ମନାକରି ନାହାନ୍ତି।

ପ୍ରକାଶଥାଉ ଯେ ଫିଲ୍ମ ‘ଶେର୍‌ଶାହ’ରେ ସିଦ୍ଧାର୍ଥ ଓ କିଆରାଙ୍କ ଯୋଡ଼ିକୁ ଦର୍ଶକେ ଖୁବ ପ୍ରଶଂସା କରିଛନ୍ତି। ଏହି ଫିଲ୍ମ ଅଗଷ୍ଟ ୧୨ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ସିଦ୍ଧାର୍ଥ ମାଲହୋତ୍ରା କାରଗିଲ ହୀରୋ କ୍ୟାପ୍ଟେନ୍ ବିକ୍ରମ ବତ୍ରାଙ୍କ ଭୂମିକାରେ ଆସିଥିଲେ।
Published by: Soumya Das
First published: September 6, 2021, 1:40 PM IST