ବର୍ଥଡେ ସେଲିବ୍ରେଟ କରିବାକୁ ବୟଫ୍ରେଣ୍ଡ ସିଦ୍ଧାର୍ଥଙ୍କ ସହ ଦୁବାଇରେ ପହଞ୍ଚିଲେ କିୟାରା

Kiara Advani Birthday: କିୟାରା ଆଡଭାନୀ ତାଙ୍କ ଜନ୍ମଦିନ ପାଳନ କରିବାକୁ ଦୁବାଇରେ ପହଞ୍ଚିଛନ୍ତି। କିନ୍ତୁ ସେ ଦୁବାଇରେ ଏକୁଟିଆ ନାହାଁନ୍ତି, ତାଙ୍କ ସାଥିରେ ଅଛନ୍ତି ବୟଫ୍ରେଣ୍ଡ ତଥା ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା।

ବର୍ଥଡେ ସେଲିବ୍ରେଟ କରିବାକୁ ବୟଫ୍ରେଣ୍ଡ ସିଦ୍ଧାନ୍ତଙ୍କ ସହ ଦୁବାଇରେ ପହଞ୍ଚିଲେ କିୟାରା

ବର୍ଥଡେ ସେଲିବ୍ରେଟ କରିବାକୁ ବୟଫ୍ରେଣ୍ଡ ସିଦ୍ଧାନ୍ତଙ୍କ ସହ ଦୁବାଇରେ ପହଞ୍ଚିଲେ କିୟାରା

  • Share this:
News18 Odia Digital

Kiara Advani Birthday: ବଲିଉଡର ସୁନ୍ଦରୀ ଅଭିନେତ୍ରୀ କିୟାରା ଆଡଭାନୀ ଆଜି ତାଙ୍କର ୩୦ତମ ଜନ୍ମଦିନ ପାଳନ କରୁଛନ୍ତି। କିୟାରା ବର୍ତ୍ତମାନ ଦୁବାଇରେ ଅଛନ୍ତି କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଅଭିନେତ୍ରୀ ତାଙ୍କ ବୟଫ୍ରେଣ୍ଡ ତଥା ଆକ୍ଟର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଅଛନ୍ତି। ଯାହାର ଖୁଲାସା ଜଣେ ପ୍ରଶଂସକ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କରିଛନ୍ତି।

ଜୁଲାଇ ୩୧ରେ, କିୟାରା ତାଙ୍କ ଜନ୍ମଦିନ ପାଳନ କରନ୍ତି ଓ ଏଥର ସେ ବିଦେଶ ଯାଇ ନିଜର ବିଶେଷ ଦିନ ପାଳନ କରିବାକୁ ଚାହୁଁଥିଲେ। ହେଲେ ଏଥର ସେ ନିଜ ବର୍ଥଡେ ସ୍ପେଶାଲ କରିବା ପାଇଁ ସିଦ୍ଧାର୍ଥଙ୍କ ସହ ଦୁବାଇରେ ପହଞ୍ଚିଛନ୍ତି।

ଲଭ ଲାଇଫ ବିଷୟରେ କେବେ କଥା ହୁଅନ୍ତି ଏହି ଯୋଡି

ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଦୀର୍ଘ ସମୟ ଧରି ରିଲେସନସିପରେ ଅଛନ୍ତି କିନ୍ତୁ ଦୁହେଁ ଖୋଲାଖୋଲି ଭାବେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ। ଏହା ମଧ୍ୟ କୁହାଯାଉଥିଲା ଯେ ଉଭୟଙ୍କର ବ୍ରେକଅପ୍ ହୋଇଥିଲା କିନ୍ତୁ କିଛି ସମୟ ପରେ ଉଭୟଙ୍କ ପ୍ୟାଚପ କଥା ମଧ୍ୟ ସାମ୍ନାକୁ ଆସିଥିଲା। ପାର୍ଟି ଠାରୁ ଆରମ୍ଭ କରି ଫିଲ୍ମ ସ୍କ୍ରିନିଂ ପର୍ଯ୍ୟନ୍ତ ସିଦ୍ଧାର୍ଥ ଓ କିୟାରାଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ। ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। 'ଶେର୍ ଶାହା' ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ସୁଟିଂ ସମୟରେ ଦୁଇଜଣ ପରସ୍ପରକୁ ହୃଦୟ ଦେଇ ବସିଥିଲେ।

ଖୁଲାସା କଲେ ଅନନ୍ୟା

ନିକଟରେ 'କଫି ୱିଥ୍ କରନ'ର ଏକ ଏପିସୋଡରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ କିୟାରା ଓ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ। ରାପିଡ ଫାୟାର ରାଉଣ୍ଡରେ କରନ ସେଲିବ୍ରିଟିଙ୍କ ସମ୍ପର୍କ ସ୍ଥିତି ଉପରେ ମନ୍ତବ୍ୟ ଦେବାକୁ କହିଥିଲେ। ସେହି ସମୟରେ ଅନନ୍ୟା କିୟାରାଙ୍କ ନାମ ନେଇଥିଲେ।

କିୟାରା ସିଦ୍ଧାର୍ଥ ଆଗାମୀ ଫିଲ୍ମ

ପ୍ରକାଶ ଥାଉକି କିୟାରା ଆଜିକାଲି ତାଙ୍କ ଫିଲ୍ମ ସଫଳତା ସେଲିବ୍ରେଟ କରୁଛନ୍ତି। ନିକଟରେ ତାଙ୍କର ଫିଲ୍ମ 'ଜୁଗ୍ ଜୁଗ୍ ଜିଓ' ରିଲିଜ୍ ହୋଇଥିଲା, ଯାହା ପରଦାରେ ବହୁତ ଭଲ ପ୍ରଦର୍ଶନ କରିଛି। ଏହାପୂର୍ବରୁ କିୟାରାଙ୍କ 'ଭୁଲ ଭୁଲୈୟା ୨' ମଧ୍ୟ ରିଲିଜ ଦେଇଥିଲା।

ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ ବିଷୟରେ ଯଦି କହିବା ତେବେ ସେ ଖୁବ୍ ଶୀଘ୍ର 'ଗୋବିନ୍ଦା ନାମ୍ ମେରା'ରେ ନଜର ଆସିବେ। ଏଥିସହିତ ସିଦ୍ଧାର୍ଥଙ୍କୁ 'ମିଶନ୍ ମଜନୁ', 'ଥ୍ୟାକ ଗଡ୍' ଓ 'ଯୋଦ୍ଧା' ଫିଲ୍ମରେ ଦେଖିବାକୁ ମିଳିବ।
Published by:Lipina Das
First published: