ବାବୁସାନଙ୍କ ସହ ଅଶୋଭନୀୟ ବ୍ୟବହାର କରିଛି 'ଦମନ' ଟିମ: ବାବୁସାନଙ୍କ ମ୍ୟାନେଜର

ଟିମ 'ଦମନ' ବାବୁସାନଙ୍କ ସହ ଅଶୋଭନୀୟ ବ୍ୟବହାର କରିଛି ବୋଲି ଅଭିଯୋଗ ଆଣିଛନ୍ତି ବାବୁସାନଙ୍କ ମ୍ୟାନେଜର। ଅନ୍ୟପଟେ ପ୍ରକୃତି ମିଶ୍ରଙ୍କ ବୟାନ ରେକର୍ଡ଼ କରିଛି ପୋଲିସ।

ବାବୁସାନ ଓ ପ୍ରକୃତି

ବାବୁସାନ ଓ ପ୍ରକୃତି

  • Share this:
News18 Odia Digital

ବାବୁସାନ ଓ ପ୍ରକୃତି ମିଶ୍ର ବିବାଦ ଏବେ ଥମିବାରେ ନାଁ ନେଉନାହିଁ। ଓଡ଼ିଶାରୁ ଚେନ୍ନାଇ ପର୍ଯ୍ୟନ୍ତ ଲମ୍ବିଥିବା ଏହି ଘଟଣାର ଚେର ମାଡ଼ି ମାଡ଼ି ଚାଲିଛି। ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଫିଲ୍ମ ଦମନ ଟିମ ବାବୁସାନଙ୍କଠୁ ଦୂରେଇ ଯାଇଛି। ଫିଲ୍ମ ପ୍ରମୋସନକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଟିମ ହୋଟେଲରେ ପହଞ୍ଚି ବାବୁସାନଙ୍କୁ ଅଶୋଭନୀୟ ବ୍ୟବହାର ଦେଖାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବାବୁସାନଙ୍କ ମ୍ୟାନେଜର।

ସୋମବାର ବାବୁସାନ ଫେସବୁକ ଜରିଆରେ ପୋଷ୍ଟ କରିଥିବା ଭିଡ଼ିଓରେ ପ୍ରଡ୍ୟୁସର ତାଙ୍କୁ କାର୍ଯ୍ୟକ୍ରମକୁ ଯିବାକୁ ମନା କରିଛନ୍ତି ବୋଲି କହିଥିଲେ। କିନ୍ତୁ ଓଡ଼ିଶା ଫେରିବା ପରେ ଟିମ ଦମନ ଏହି କଥାକୁ ଖଣ୍ଡନ କରିଛି। ବାବୁସାନ ମାନସିକ ଭାବେ ସୁସ୍ଥ ନଥିଲେ। ତାଙ୍କୁ ବିଶ୍ରାମର ଆବଶ୍ୟକତା ଥିବାରୁ ମୁଁକାର୍ଯ୍ୟକ୍ରମକୁ ଯିବାକୁ ମନା କରିଥିଲି କହିଛନ୍ତି ପ୍ରଡ୍ୟୁସର।

ଅନ୍ୟପଟେ ଆଜି ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ଘରେ ପହଞ୍ଚିଛି ପୋଲିସ। ପ୍ରକୃତିଙ୍କ ବୟାନ ମଧ୍ୟ ରେକର୍ଡ଼ ହୋଇଛି।ପୋଲିସକୁ ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇସାରିଛନ୍ତି । ଘଟଣାସ୍ଥଳରେ ଆମେ ଉପସ୍ଥିତ ନଥିବାରୁ ଅଭିଯୋଗ ଦାୟର କରିଥିଲୁ ବୋଲି କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର।

କେବଳ ସେତିକି ନୁହେଁ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ବାବୁସାନ୍ ତାଙ୍କ ପରିବାରକୁ ଫେରିଯାଆନ୍ତୁ ଓ ଶାନ୍ତିରେ ରୁହନ୍ତୁ। ପ୍ରକୃତି ମିଶ୍ର ଏବେ ମାନସିକ ସ୍ତରରେ ଶାନ୍ତିରେ ଅଛନ୍ତି ।

ଚେନ୍ନାଇରୁ ଫେରିବା ପରେ ବୟାନ ଦେବା ପାଇଁ ପୋଲିସ କହିଥିଲା। ପ୍ରକୃତି ମିଶ୍ର ତାଙ୍କ ପରିବାର ସହିତ ଅଛନ୍ତି । ପରିବାର ସଦସ୍ୟଙ୍କ ସହ ଫଟୋ ଆସିବା ପରେ ସ୍ପଷ୍ଟ ହୋଇଯାଇଛି ।

ଫିଲ୍ମର ପ୍ରମୋସନ୍ ଲାଗି ଅଭିନେତା ବାବୁସାନ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରି ଆସିଲେଣି। ହେଲେ ଏଯାବତ ବାବୁସାନ୍ ରାଜଧାନୀକୁ ଫେରିନାହାଁନ୍ତି। ସେହି ଟିମ୍ ସହିତ ତାଙ୍କର ଫେରିବାର କଥା ଥିଲା, କିନ୍ତୁ ଏପରି କାହିଁକି ହେଲା? କୁଆଡ଼େ ଗଲେ ବାବୁସାନ୍? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Published by:Soumya Das
First published: