କଲେକ୍ସନ ମାମଲାରେ ସମସ୍ତଙ୍କୁ ପଛରେ ପକାଇଲେ KGF 2
News18 Odia Digital
KGF Chapter 2 Box Office Collection: ତାଲିମ ସୁପରଷ୍ଟାର ୟଶଙ୍କ ସୁପରଡୁପର ହିଟ୍ ଫିଲ୍ମ 'କେଜିଏଫ୍ ଚାପ୍ଟର ୨' ବକ୍ସ ଅଫିସରେ ନିଜର ଦୃଢ଼ତା ବଜାୟ ରଖିଛି। କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଏହି ଫିଲ୍ମ ଜବରଦସ୍ତ ଆୟ ମଧ୍ୟ କରୁଛି। ବର୍ତ୍ତମାନ ‘କେଜିଏଫ ଚାପ୍ଟର ୨'ର ବିଶ୍ବବ୍ୟାପୀ କଲେକ୍ସନର ଆକଳନ ବାହାରିଛି, ଯାହାକୁ ଦେଖି ୟଶଙ୍କ ପ୍ରଶଂସକମାନେ ଆନନ୍ଦିତ ହୋଇ ଉଠିଛନ୍ତି।
ସାରା ବିଶ୍ୱରେ ଏତେ କୋଟି ରୋଜଗାର
ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲାନ୍ ଟ୍ୱିଟ୍ କରି କହିଛନ୍ତି ଯେ ୟଶଙ୍କ ଫିଲ୍ମ 'କେଜିଏଫ୍ ଚାପ୍ଟର ୨' ସାରା ବିଶ୍ୱରେ ୧୧୮୦ କୋଟି ଟଙ୍କା ସଂଗ୍ରହ କରିଛି ଓ ଏହା ଶୀଘ୍ର ୧୨୦୦ କୋଟି ମାର୍କ ଅତିକ୍ରମ କରିବ। ମନୋବାଲା ଏହା ମଧ୍ୟ କହିଛନ୍ତି ଯେ 'କେଜିଏଫ୍ ୨' ପଞ୍ଚମ ସପ୍ତାହର ପ୍ରଥମ ଦିନରେ ୫.୨୦ କୋଟି ଟଙ୍କା ସଂଗ୍ରହ କରିଛି।
କେଜିଏଫ ୨ର ୱାର୍ଲ୍ଡୱାଇଡ୍ କଲେକ୍ସନ
ପ୍ରଥମ ସପ୍ତାହ - ୭୨୦.୩୧ କୋଟି।
ଦ୍ୱିତୀୟ ସପ୍ତାହ - ୨୨୩.୫୧ କୋଟି।
ତୃତୀୟ ସପ୍ତାହ - ୧୪୦.୫୫ କୋଟି।
ଚତୁର୍ଥ ସପ୍ତାହ - ୯୧.୨୬ କୋଟି।
ପଞ୍ଚମ ସପ୍ତାହ
ପ୍ରଥମ ଦିନ- ୫.୨୦ କୋଟି।
ସମୁଦାୟ - ୧୧୮୦.୮୩ କୋଟି।
ଫିଲ୍ମର ହିନ୍ଦୀ ଭର୍ସନ ସୃଷ୍ଟି କରିଛି ଚହଳ
ଏଥି ସହିତ, 'କେଜିଏଫ୍ ଚାପ୍ଟର ୨'ର ହିନ୍ଦୀ ଭର୍ସନ ସାରା ଦେଶରେ ୪୨୦ କୋଟିରୁ ଅଧିକ ଆୟ କରିଛି, ଯାହା ହିନ୍ଦୀ ବେଲ୍ଟରେ ଏତେ କୋଟି ସଂଗ୍ରହ କରିବା ଏକ ସାଉଥ ଫିଲ୍ମ ପାଇଁ ବହୁତ ବଡ଼ କଥା।
ହିନ୍ଦୀ ଭର୍ସନ କଲେକ୍ସନ
ପ୍ରଥମ ସପ୍ତାହ - ୨୬୮.୬୩ କୋଟି।
ଦ୍ୱିତୀୟ ସପ୍ତାହ - ୮୦.୧୮ କୋଟି।
ତୃତୀୟ ସପ୍ତାହ - ୪୯.୧୪ କୋଟି।
ଚତୁର୍ଥ ସପ୍ତାହ - ୨୨.୭୫ କୋଟି।
ମୋଟ - ୪୨୦.୭୦ କୋଟି।
ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି ଏହି ଷ୍ଟାର୍ସ
ପ୍ରକାଶ ଥାଉକି ୟଶଙ୍କ ବ୍ୟତୀତ ଫିଲ୍ମରେ ରବୀନା ଟଣ୍ଡନ, ପ୍ରକାଶ ରାଜ, ସଞ୍ଜୟ ଦତ୍ତ ଓ ଶ୍ରୀନିଦ୍ଧି ଶେଟ୍ଟୀଙ୍କ ଭଳି ତାରକା 'କେଜିଏଫ୍ ୨' ରେ କାମ କରିଛନ୍ତି। ପ୍ରଶାନ୍ତ ନୀଲ ଏହି ଫିଲ୍ମର କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଖବର ଅନୁଯାୟୀ, 'କେଜିଏଫ୍ ୨' ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ ଓ ହିନ୍ଦୀ ଭଳି ଭାଷାରେ ଷ୍ଟ୍ରିମ୍ ହେବ।
Published by:Lipina Das
First published: