ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଆରାଧ୍ଯାର ଅନଲାଇନ କ୍ଲାସରେ ସାମିଲ ହୁଅନ୍ତି ଅମିତାଭ ବଚ୍ଚନ; ଐଶ୍ୱର୍ଯ୍ଯା ଓ ଅଭିଷେକ ଝିଅଙ୍କୁ କରନ୍ତି ସାହାଯ୍ଯ

ଆରାଧ୍ଯାର ଅନଲାଇନ କ୍ଲାସରେ ସାମିଲ ହୁଅନ୍ତି ଅମିତାଭ ବଚ୍ଚନ; ଐଶ୍ୱର୍ଯ୍ଯା ଓ ଅଭିଷେକ ଝିଅଙ୍କୁ କରନ୍ତି ସାହାଯ୍ଯ

ଅମିତାଭ ବଚ୍ଚନ କହିଛନ୍ତି ଯେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଆରାଧ୍ୟାର ଅନଲାଇନ କ୍ଲାସରେ ସାହାଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଆମ ଘରେ ବି ପିଲା ଅଛନ୍ତି ଯିଏ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି।

ଆରାଧ୍ଯାର ଅନଲାଇନ କ୍ଲାସରେ ସାମିଲ ହୁଅନ୍ତି ଅମିତାଭ ବଚ୍ଚନ; ଐଶ୍ୱର୍ଯ୍ଯା ଓ ଅଭିଷେକ ଝିଅଙ୍କୁ କରନ୍ତି ସାହାଯ୍ଯ
କେବିସିରେ ଅନଲାଇନ କ୍ଲାସ ବାବଦରେ କହିଲେ ଅମିତାଭ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 7, 2021, 5:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ୱାଇ : ଟିଭିର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ ପତି ୧୩’ ର ହଟ ସିଟରେ ଥିଲେ କଳ୍ପନା ସିଂହ ବୈଠୀ। କଳ୍ପନା ଗ୍ୱାଲିଅରର ଏକ ସ୍କୁଲରେ ଅଧ୍ୟକ୍ଷା ଅଛନ୍ତି। ସେ ଖେଳ ସମୟରେ ଅମିତାଭ ବଚ୍ଚନଙ୍କ ସହିତ ଅନଲାଇନ କ୍ଲାସର ଚ୍ୟାଲେଞ୍ଜକୁ ନେଇ କଥା ହୋଇଥିଲେ। ଏହା ଉପରେ ବିଗ ବି ନିଜ ନାତୁଣୀ ଆରାଧ୍ୟାଙ୍କ ଅନଲାଇନ କ୍ଲାସ ସହ ଜଡ଼ିତ କିଛି କଥା ଖୁଲାସା କରି କହିଛନ୍ତି ଯେ ଆରାଧ୍ୟା ମଧ୍ୟ ନୂଆ ଜିନିଷ ସହିତ ଆଡଜଷ୍ଟ କରିବା ନେଇ ଚେଷ୍ଟା କରୁଛି ।

ଅମିତାଭ ବଚ୍ଚନ କହିଛନ୍ତି ଯେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଆରାଧ୍ୟାର ଅନଲାଇନ କ୍ଲାସରେ ସାହାଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ “ଆମ ଘରେ ବି ପିଲା ଅଛନ୍ତି ଯିଏ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଦିନ ରାତି ଲାଗି ରହୁଛନ୍ତି ଓ ପିତାମାତା ଉଭୟ ସହଯୋଗୀ ହୋଇ ରହୁଛନ୍ତି। କିପରି କମ୍ପ୍ୟୁଟର ଚଲାଯାଏ, କ’ଣ ପିପିଟି କରିବାର ଅଛି ସବୁ କିଛି ସନ୍ଦେଶ ଦେଉଛନ୍ତି।”

ଅମିତାଭ ବଚ୍ଚନ ଆହୁରି କହିଛନ୍ତି ଯେ “ଅନେକ ବାର ମୁଁ ଦେଖିଛି ଯେ ଯେତେବେଳେ ଯୋଗ କ୍ଲାସ ହୁଏ ପ୍ରକୃତରେ ଆରାଧ୍ୟା କମ୍ପ୍ୟୁଟର ସାମ୍ନାରେ ବସି ଯୋଗ କରେ। ଏହା ବହୁତ ଆଶ୍ଚର୍ଯ୍ୟ ହୋଇଥାଏ। ଥରେ ଦୁଇ ଥର ମୁଁ ଯାଇଛି, ଯେତେବେଳେ ତା’ର କ୍ଲାସ ଚାଲିଥାଏ। ଏକ ବହୁତ ଭଲ ବାତାବରଣ ସୃଷ୍ଟି ହୋଇଥାଏ।”

୨୦୧୯ରେ ‘କୌନ ବନେଗା କରୋଡ ପତି’ ପାଇଁ ଏକ ପ୍ରେସ କନଫରେନ୍ସରେ, ଅମିତାଭ ବଚ୍ଚନ କହିଥିଲେ ଯେ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଘରେ ବସି କେବିସି ଖେଳନ୍ତି ଆଉ ପ୍ରଶ୍ନର ଉତ୍ତର ଦିଅନ୍ତି। ସେ ପୁଣି କହିଛନ୍ତି ଯେ ତାଙ୍କ ପତ୍ନୀ ଜୟା ବଚ୍ଚନ ଏହି ଶୋ’ ଦେଖିବା ନେଇ ସବୁ କାମ ଧନ୍ଦା ମଧ୍ୟ ଛାଡ଼ି ଦିଅନ୍ତି। ଆରାଧ୍ୟା ମଧ୍ୟ କେବିସି ଦେଖେ ବୋଲି ସେ କହିଛନ୍ତି।

‘କୌନ୍ ବନେଗା କରୋଡ ପତି ୧୩’ ରେ ମଧ୍ୟ ପ୍ରତି ଶୁକ୍ରବାର ସେଲିବ୍ରିଟି ଗେଷ୍ଟ୍‌ ଆସିଥାନ୍ତି। ଶୋ’ର ପ୍ରଥମ ସେଲିବ୍ରିଟି ଅତିଥି ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେୱାଗ ଥିଲେ। ଆଗାମୀ ଏପିସୋଡ଼ରେ ଦୀପିକା ପାଦୁକୋନ ଓ ଫରାହ ଖାନ ନଜର ଆସିବେ। ପ୍ରକାଶଥାଉ ଯେ ଏହି ଶୋ’ର ପ୍ରଥମ କରୋଡପତି ହିମାନୀ ବୁନ୍ଦେଲ ହୋଇଥିଲେ। ସେ ୧ କୋଟି ଟଙ୍କା ଜିତି ଗେମରୁ ଓହରି ଯାଇଥିଲେ ।
Published by: Soumya Das
First published: September 7, 2021, 5:14 PM IST