ସାମ୍ନାକୁ ଆସିଲା କ୍ୟାଟ୍ରିନାଙ୍କ ବିବାହ ଭିଡିଓ; ଫ୍ୟାନ୍ସ କହିଲେ କଡ଼ା ସୁରକ୍ଷା ପରେ କେମିତି ଲିକ୍ ହେଲା

ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି କ୍ୟାଟ୍ରିନା କୈଫଙ୍କ ବିବାହ ଭିଡିଓ । ହେଲେ ବର ସ୍ଥାନରେ ବିକ୍କୀ କୌଶଲ ନାହାଁନ୍ତି । ଯାହାକୁ ଦେଖି ସମସ୍ତେ ବର୍ତ୍ତମାନ ଆଶ୍ଚର୍ଯ୍ୟ ।

ସାମ୍ନାକୁ ଆସିଲା କ୍ୟାଟ୍ରିନାଙ୍କ ବିବାହ ଭିଡିଓ

ସାମ୍ନାକୁ ଆସିଲା କ୍ୟାଟ୍ରିନାଙ୍କ ବିବାହ ଭିଡିଓ

  • Share this:
News18 Odia Digital

ମୁମ୍ବାଇ: ବଲିଉଡର କ୍ୟାଟ କ୍ୟାଟ୍ରିନା କୈଫ ଓ ବିକ୍କୀ କୌଶଲଙ୍କ ବିବାହକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ହେଉଛି । କ୍ୟାଟ୍ରିନାଙ୍କ ବିବାହ ସହ ଜଡ଼ିତ ଛୋଟ ବଡ଼ ସବୁ ଅପଡେଟ୍ ଜାଣିବାକୁ ଖୁବ୍ ଏକ୍ସାଇଟେଡ ଅଛନ୍ତି ଫ୍ୟାନ୍ତ । ଏହି କ୍ରମରେ ସୋସିଆଲ ମିଡ଼ିଆରେ କ୍ୟାଟ୍ରିନାଙ୍କ ବିବାହର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭିଡିଓ ଦେଖିବା ପରେ ସମସ୍ତେ ଭାବୁଛନ୍ତି ଏହି ବାହା ଘର କେବେ ହେଲା ।

ଭାଇରାଲ ହେଉଥିବା ଭିଡିଓରେ କ୍ୟାଟ୍ରିନା ବୋହୂ ବେଶରେ ନଜର ଆସୁଛନ୍ତି । ତାଙ୍କ ସହ ଭିଡିଓରେ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନା ମଧ୍ୟ ଦେଖାଯାଉଛନ୍ତି ।
ଏହି ଭିଡିଓଟି ଫିଲ୍ମିସ୍ତାନ ଓ ଫିଲ୍ମି କିଡା ନାମକ ଏକ ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି, ଯେଉଁଥିରେ ଲୋକଙ୍କ ପ୍ରତିକ୍ରିୟା ବେଶ୍ ଦେଖିବାକୁ ମିଳୁଛି ।

ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ କ୍ୟାଟ୍ରିନା, ଜୟା ବଚ୍ଚନଙ୍କୁ ଆଲିଙ୍ଗନ କରୁଛନ୍ତି ଓ ତାଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ଅଛନ୍ତି। ଏହା ପରେ କ୍ୟାଟ୍ରିନା ବରର ହାତ ଧରୁଛନ୍ତି । କିନ୍ତୁ ପ୍ରସଙ୍ଗଟି ହେଉଛି ଅନେକ ଲୋକ ବର ବେଶରେ ବିକ୍କୀଙ୍କୁ ଦେଖୁନାହାଁନ୍ତି । ଏଥି ସହିତ କିଛି ଲୋକ ଏହାକୁ ବିଜ୍ଞାପନ ଫିଲ୍ମର ସୁଟିଂର ଭିଡିଓ ମଧ୍ୟ କହୁଛନ୍ତି।




କଥାଟି ହେଲା ଯେ ଏହି ଭିଡିଓ କ୍ୟାଟ୍ରିନା ଓ ବିକ୍କୀଙ୍କ ବିବାହର ନୁହେଁ ଏହା ଏକ ବିଜ୍ଞାପନ ଭିଡିଓ । ଯାହା ନିକଟରେ ରିଲିଜ ହୋଇଥିଲା । ହେଲେ ଫ୍ୟାନ୍ସ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।

ଜଣେ ଫ୍ୟାନ କମେଣ୍ଟଲେ ଲେଖିଛନ୍ତି, ‘‘ଚାଲ ଦେଖିଲି ବାହା ଘର ।’’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘‘ଏତେ କଡ଼ା ସୁରକ୍ଷା ପରେ ମଧ୍ୟ ଭିଡିଓ ଭାଇରାଲ ହୋଇଗଲା ।’’
Published by:Lipina Das
First published: