News18 Odia Digital
ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ବଡ଼ ସରପ୍ରାଇଜ୍ । ଯାହାକୁ ନେଇ ସମସ୍ତେ ଏକ୍ସାଇଟେଡ । କାରଣ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି ଦମଦାର ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଯେଉଁଥିରେ ସେ ଖିଲାଡି ଅକ୍ଷୟ କୁମାରଙ୍କ ସହ ନଜର ଆସିବେ । ଇତିମଧ୍ୟରେ ସେ ଫିଲ୍ମର ରିଲିଜ ତାରିଖ ଘୋଷଣା କରି ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି । ଖାଲି ଏତିକି ନୁହେଁ ରିଲିଜ ତାରିଖ ଜଣାଇବା ସହ ସେ ଫିଲ୍ମର ଏକ ଭିଡିଓ କ୍ଲିପ୍ ମଧ୍ୟ ଶେୟାର କରିଛନ୍ତି ।
ନୂଆ ମୋଶନ ପୋଷ୍ଟର ପାଖାପାଖି ୧୧ ସେକେଣ୍ଡର । ଯେଉଁଥିରେ ଅକ୍ଷୟ କୁମାର ଭୟାନକ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ଦୀପାବଳି ଅବସରରେ ଅକ୍ଷୟ କୁମାର ଓ ରଣବୀର ସିଂ ଆକ୍ସନର ବାଣ ସିନେମାଘରେ ଫୁଟାଇବେ ।
ବାଇକରୁ ନେଇ ହେଲିକାପ୍ଟରରେ ଝୁଲୁଥିବା ଅକ୍ଷୟ ‘ସୂର୍ଯ୍ୟବଂଶୀ’ର ଏହି ନୂଆ ପୋଷ୍ଟରେ ଦମଦାର ଅନ୍ଦାଜରେ ନଜର ଆସୁଛନ୍ତି । ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଏହି ଫିଲ୍ମ ଆସନ୍ତା ୫ ତାରିଖରେ ସିନେମାହଲରେ ରିଲିଜ ହେବାକୁ ଯାଉଛି ।
କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ପୋଷ୍ଟର ଶେୟାର କରି କ୍ୟାପସନରେ ଲେ୍ଖିଛନ୍ତି, ‘‘ବାଣରେ ଭରପୂର ଆକ୍ସନ ପ୍ୟାକ ଦିୱାଲୀ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ନଭେମ୍ବର ୫ରେ ଫିଲ୍ମ ରିଲିଜ ହେବାକୁ ଯାଉଛି।’’
ପ୍ରକାଶ ଥାଉକି ‘ସୂର୍ଯ୍ୟବଂଶୀ’ ଫିଲ୍ମକୁ ଦେଖିବାକୁ ଦୀର୍ଘ ସମୟରୁ ଏକ୍ସାଇଟେଡ ଅଛନ୍ତି ଦର୍ଶକ । ହେଲେ କରୋନା ପାଇଁ ସିନେମାହଲ ବନ୍ଦ ଥିବାରୁ ଫିଲ୍ମ ରିଲିଜ କରିବାକୁ ବିଳମ୍ବ କରିଥିଲେ ନିର୍ମାତା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।