ମାଳଦ୍ବୀପରେ ସ୍ବାମୀ ବିକ୍କିଙ୍କ ସହ ବର୍ଥଡେ ସେଲିବ୍ରେସନ କରୁଛନ୍ତି ବଲିଉଡର କ୍ୟାଟ୍

୩୯ତମ ଜନ୍ମଦିନ ସ୍ବାମୀ ବିକ୍କି କୌଶଲଙ୍କ ସହ ମାଳଦ୍ବୀପରେ ପାଳନ କରୁଛନ୍ତି କ୍ୟାଟ୍ରିନା କୈଫ। ବର୍ଥଡେ ପାର୍ଟିରେ ସାମିଲ ହୋଇଛନ୍ତି ଏହି ସେଲିବ୍ରିଟି।

ମାଳଦ୍ବୀପରେ ସ୍ବାମୀ ବିକ୍କିଙ୍କ ସହ ବର୍ଥଡେ ସେଲିବ୍ରେସନ କରୁଛନ୍ତି ବଲିଉଡର କ୍ୟାଟ୍

ମାଳଦ୍ବୀପରେ ସ୍ବାମୀ ବିକ୍କିଙ୍କ ସହ ବର୍ଥଡେ ସେଲିବ୍ରେସନ କରୁଛନ୍ତି ବଲିଉଡର କ୍ୟାଟ୍

  • Share this:
News 18 Odia Digital

Katrina Kaif Birthday: ବଲିଉଡ଼ର ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି କ୍ୟାଟ୍ରିନା କୈଫ ବିକ୍କି କୌଶଲ। ଇତିମଧ୍ୟରେ ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି କ୍ୟାଟ୍ରିନ। ଚର୍ଚ୍ଚା ଜୋର ଧରିଛି ତାଙ୍କ ୩୯ତମ ଜନ୍ମ ଦିନକୁ ନେଇ ଏଥର ନିଆରା ଢଙ୍ଗରେ ପାଳୁଛନ୍ତି ଦୁହେଁ। ବଲିଉଡର ସୁନ୍ଦର ତଥା ଦକ୍ଷ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜି ୧୯୮୩ ଜୁଲାଇ ୧୬ରେ ଜନ୍ମ ହୋଇଥିଲେ। ବିକି କୌଶଲଙ୍କ ସହ ବିବାହ ପରେ ଏହା ତାଙ୍କର ପ୍ରଥମ ବର୍ଥଡେ ସେଲିବ୍ରେସନ।

କ୍ୟାଟ୍ରିନା କୈଫଙ୍କ ୩୯ ତମ ଜନ୍ମଦିନ ମାଳଦ୍ଵୀପରେ ପାଳନ କରୁଛନ୍ତି

କ୍ୟାଟ୍ରିନା କୈଫ ତାଙ୍କ ସ୍ୱାମୀ ବିକ୍କି କୌଶଲଙ୍କ ସହ ଶୁକ୍ରବାର  ମାଳଦ୍ୱୀପ ଅଭିମୁଖେ ଯାତ୍ରା କରିଥିଲେ। ଗୋଟେ ଦିନ ପୂର୍ବରୁ ବିମାନ ବନ୍ଦରରେ ଦୁହେଁ ନଜର ଆସିଥିଲେ । ଆଜି ସେ ସେଠାରେ ନିଜ ଜନ୍ମଦିନ ପାଳନ କରୁଛନ୍ତି । କ୍ୟାଟ୍ରିନାଙ୍କ ଏହି ଜନ୍ମଦିନ ଅତ୍ୟନ୍ତ ସ୍ମରଣୀୟ ଓ ସୁନ୍ଦର ହେବାକୁ ଯାଉଛି।

ଏହି ସେଲିବ୍ରିଟି ମଧ୍ୟ ଜନ୍ମ ଦିନରେ ସାମିଲି ହୋଇଛନ୍ତି 

ଏହି ପାର୍ଟିରେ କିଛି ବଲିଉଡ  ସେଲିବ୍ରିଟି ମଧ୍ୟ ନଜର ଆସିଛନ୍ତି, ଯେଉଁମାନେ ଉଭୟଙ୍କ ପାଇଁ ଅତ୍ୟନ୍ତ ସ୍ପେଶାଲ ଓ ପ୍ରିୟ। ବିକ୍କି କୌଶଲଙ୍କ ଭାଇ ଅଭିନେତା ସନ୍ନି କୌଶଲ ଓ ଅଭିନେତ୍ରୀ ଶାରଭାରୀ ୱାଗ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଛନ୍ତି। ସନ୍ନି ଓ ଶାରଭାରୀ ପରସ୍ପରକୁ ଡେଟ କରୁଥିବାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏହା ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା କବୀର ଖାନ ଓ ମିନି ମଥୁର ମଧ୍ୟ କ୍ୟାଟ୍ରିନାଙ୍କ ଜନ୍ମଦିନ ପାର୍ଟିରେ ମାଲଦ୍ୱୀପରେ ପହଞ୍ଚିଛନ୍ତି।

ଯଦି ଦୁହେଁଙ୍କ କାମ ବିଷୟରେ କଥା ହେବା ତାହାଲେ କ୍ୟାଟ୍ରିନା କୈଫ ତାଙ୍କର ଆଗାମୀ ଫିଲ୍ମ 'ଫୋନ୍ ଭୂତ' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ବ୍ୟତୀତ ସେ ସଲମାନ ଖାନଙ୍କ ସହ 'ଟାଇଗର ୩'ରେ ମଧ୍ୟ ନଜର ଆସିବେ। ପ୍ରିୟଙ୍କା ଚୋପ୍ରା ଜୋନସ ଓ ଆଲିଆ ଭଟ୍ଟଙ୍କ ସହ ତାଙ୍କର 'ରୋଡ୍ ଟ୍ରିପ୍' ଫିଲ୍ମର କାମ ଚାଲିଛି।

ସେହିପରି ବିକ୍କି କୌଶଲ ବର୍ତ୍ତମାନ କିଛି ଭିନ୍ନ ଚଳଚ୍ଚିତ୍ରରେ କାମ କରୁଛନ୍ତି। ସେ ମେଘନା ଗୁଲଜାରଙ୍କ ବାୟୋପିକ୍ 'ସାମ୍ ବାହାଦୂର' ପାଇଁ ପ୍ରସ୍ତୁତ ହେଉଛନ୍ତି। ପରବର୍ତ୍ତୀ ପ୍ରଡକ୍ସନରେ ଏହି ଅଭିନେତାଙ୍କର 'ମେରା ନାମ ଗୋବିନ୍ଦା' ଅଛି। ବିକ୍କି ଏକ କମେଡି ଡ୍ରାମା ଫିଲ୍ମରେ ସାରା ଅଲି ଖାନଙ୍କ ସହ ସ୍କ୍ରିନ୍ ସେୟାର୍ କରୁଥିବାର ଦେଖିବାର ନଜର ଆସିବେ।
Published by:Sujit Swain
First published: