ନିଜ ପରିବାର ସହିତ ଖ୍ରୀଷ୍ଟମାସ ପାଳନ କଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍; ଫଟୋ ହେଲା ଭାଇରାଲ

ଖ୍ରୀଷ୍ଟମାସ ହେଉଛି କ୍ୟାଟ୍ରିନା କୈଫଙ୍କର ପ୍ରିୟ ପର୍ବ। ଯାହାକୁ ସେ ସବୁବେଳେ ନିଜ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ପାଳନ କରନ୍ତି। ସେ ଚଳିତ ବର୍ଷ ନିଜ ଶାଶୁ ଘରେ ଖ୍ରୀଷ୍ଟମାସ ପାଳନ କରିଥିଲେ।

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ବାହାହେବା ପରଠାରୁ ସବୁବେଳେ ଚର୍ଚ୍ଚାରେ ରୁହିଆସିଛନ୍ତି। ଲୋକମାନେ ସେମାନଙ୍କୁ ଏକାଠି ଦେଖିବାକୁ ଭଲ ପାଆନ୍ତି। ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ମଧ୍ୟରୁ ଗୋଟିଏ। ବିକି ଏବଂ କ୍ୟାଟ୍ରିନା ପ୍ରାୟତ ପରସ୍ପରଙ୍କ ଫଟୋ ଏବଂ ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳିଥାଏ। ନିକଟରେ ଖ୍ରୀଷ୍ଟମାସ ଅବସରରେ କ୍ୟାଟ୍ରିନା ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାସ୍ତବରେ ଖ୍ରୀଷ୍ଟମାସ ହେଉଛି କ୍ୟାଟ୍ରିନା କୈଫଙ୍କର ପ୍ରିୟ ପର୍ବ। ଯାହାକୁ ସେ ସବୁବେଳେ ନିଜ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ପାଳନ କରନ୍ତି। ସେ ଚଳିତ ବର୍ଷ ନିଜ ଶାଶୁ ଘରେ ଖ୍ରୀଷ୍ଟମାସ ପାଳନ କରିଥିଲେ। ପ୍ରକୃତରେ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖ୍ରୀଷ୍ଟମାସ ଉତ୍ସବର ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ କ୍ୟାଟ୍ରିନା ତାଙ୍କ ପରିବାର ସହିତ ନଜର ଆସିଛନ୍ତି। ଯେଉଁଥିରେ ତାଙ୍କ ସ୍ୱାମୀ ବିକି କୌଶଲ, ଭଉଣୀ ଇସାବେଲ, ସନ୍ନି କୌଶଲ ଏବଂ ତାଙ୍କ ଶାଶୁ ଏବଂ ଶ୍ୱଶୁର ସମସ୍ତେ ଏକାଠି ନଜର ଆସିଛନ୍ତି।

ଦ୍ୱିତୀୟ ଫୋଟରେ କ୍ୟାଟ୍ରିନା ତାଙ୍କ ଖ୍ରୀଷ୍ଟମାସ ଟ୍ରି ସହ ନଜର ଆସିଛନ୍ତି। ଯେଉଁଥିରେ ବିକି କୌଶଲ ଏବଂ କ୍ୟାଟ୍ରିନା ଏକାଠି ନଜର ଆସିଛନ୍ତି। ଏହି ପୋଷ୍ଟକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ମେରୀ ଖ୍ରୀଷ୍ଟମାସ ଲେଖିଥିଲେ। କ୍ୟାଟ୍ରିନା ଙ୍କ ପ୍ରଶଂସକମାନେ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।
Published by:Soumyashree Mishra
First published: