କାର୍ତ୍ତିକ ଆର୍ଯ୍ୟନ (Kartik Aryan) ଓ କ୍ରିତି ସାନନ୍ଙ୍କ (Kriti Sanon) ଅଭିନୀତ ‘ଶେହ୍ଜାଦା’(Sehzada) ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି। ଟ୍ରେଲର୍ରେ କେମଡି ସାଙ୍ଗକୁ ଦମ୍ଦାର ଆକ୍ସନ୍ ମୋଡରେ ନଜର ଆସିଛନ୍ତି କାର୍ତ୍ତିକ।
- News18 Odia
- Last Updated :
- New Delhi, India
News 18 Odia Digital
କାର୍ତ୍ତିକ ଆର୍ଯ୍ୟନ(Kartik Aryan) ଓ କ୍ରିତି ସାନନ୍ଙ୍କ (Kriti Sanon)ଅଭିନୀତ ‘ଶେହ୍ଜାଦା’(Sehzada) ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ଟ୍ରେଲର୍ରେ କମେଡି ସାଙ୍ଗକୁ ଦମ୍ଦାର ଆକ୍ସନ୍ ମୋଡରେ ନଜର ଆସିଛନ୍ତି କାର୍ତ୍ତିକ । ମୁମ୍ବାଇରେ ଟ୍ରେଲର୍ ଲଞ୍ଚ୍ ସମୟରେ କାର୍ତ୍ତିକ ଓ କ୍ରିତି ଦୁହେଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କ୍ରିତି କାର୍ତ୍ତିକଙ୍କୁ କହିଥିଲେ ‘ସବୁ ଫିଲ୍ମ କ’ଣ ଆପଣ ହିଁ କରିବେ? ଅନ୍ୟମାନଙ୍କୁ ବି ଫିଲ୍ମ କରିବାକୁ ଦିଅନ୍ତୁ ।’ ଉତ୍ତରରେ କାର୍ତ୍ତିକ କହିଥିଲେ, ଆପଣ ବି ଅନେକ ଫିଲ୍ମ କରୁଛନ୍ତି । ଏହା ଶୁଣି କ୍ରିତି କହିଥିଲେ ‘ଭଲ କଥା, ଆମକୁ ବି ଫିଲ୍ମ କରିବାକୁ ଦିଅନ୍ତୁ ।’ ଉଭୟଙ୍କ ଥଟ୍ଟାମଜାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ୟୁଜର୍ ଖୁବ୍ ପସନ୍ଦ କରୁଛନ୍ତି । ଫିଲ୍ମ ‘ଶେହ୍ଜାଦା’କୁ ଅତି ଖାସ୍ ଫିଲ୍ମ ବୋଲି କ୍ରିତି କହିଥିଲେ ।
ଖୁବ୍ଶୀଘ୍ର ଫିଲ୍ମ ସହ ପରଦାରେ ଦେଖାହେବ ବୋଲି ଫ୍ୟାନ୍ଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ ଫିଲ୍ମ ‘ଶେହ୍ଜାଦା’ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ପରେ କ୍ରିତି ଫିଲ୍ମର ପ୍ରଯୋଜିକା ପାଲଟିଥିଲେ । ଫିଲ୍ମଟି ଏଭଳି ଆର୍ଥିକ ସଙ୍କଟରେ ଥିଲା ଯେ ଠିକ୍ ସମୟରେ ଯଦି କେହି ସାହାଯ୍ୟ କରିନଥାନ୍ତେ, ପ୍ରୋଜେକ୍ଟଟି ବନ୍ଦ ହୋଇଯାଇଥାନ୍ତା ।ଏହି ସମୟରେ ଫିଲ୍ମର ଅନ୍ୟ ନିର୍ମାତାମାନେ ତାଙ୍କୁ ପ୍ରଯୋଜକ ହେବାକୁ ଅଫର୍ କରିଥିଲେ । ‘ଶେହ୍ଜାଦା’ ହେଉଛି ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ଆଲା ବୈକୁଣ୍ଠପୁରମଲୁ’ର ହିନ୍ଦୀ ରିମେକ୍ । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରେ ଏହା ମୁକ୍ତିଲାଭ କରିବ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।