କାର୍ତ୍ତିକ ଓ କିୟାରାଙ୍କ ଚର୍ଚ୍ଚିତ ଫିଲ୍ମ ‘ଭୁଲ୍ ଭୁଲୈୟା ୨’ର ଟ୍ରେଲର ରିଲିଜ
News18 Odia Digital
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ୍ ଓ କିୟାରା ଆଡଭାନୀଙ୍କ ଫିଲ୍ମ 'ଭୁଲ୍ ଭୁଲୈୟା ୨'ର ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲରଟି ବହୁତ ମଜାଦାର ହୋଇଛି, ଯାହାକୁ ବହୁତ ପସନ୍ଦ କରୁଛନ୍ତି ଦର୍ଶକ। କମେଡି ଆକ୍ଟର ରାଜପାଲ ଯାଦବ ପୁଣି ଥରେ ତାଙ୍କ କମେଡିରେ ଅନେକ ଦର୍ଶକଙ୍କୁ ହସାଇବାକୁ ପ୍ରସ୍ତୁତ ଅଛନ୍ତି।
ଫିଲ୍ମର କାହାଣୀ କମେଡି ହରରକୁ ନେଇ ଆଧାରିତ। ଯେଉଁଥିରେ ମୁଖ୍ୟ ଭୂମିକାରେ କାର୍ତ୍ତିକଙ୍କ ସହ କିୟାରା, ତବ୍ବୁ, ରାଜପାଲ ଯାଦବ ନଜର ଆସିବେ।
ଏହି ଫିଲ୍ମଟି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ୨୦୦୭ରେ ଆସିଥିବା ଫିଲ୍ମ ଭୁଲ୍ ଭୁଲୈୟାର ସିକ୍ବେଲ ଫିଲ୍ମ। ହେଲେ କାର୍ତ୍ତିକଙ୍କ ଭିନ୍ନ ଅନ୍ଦାଜ ଏଥର ଦେଖିବାକୁ ମିଳିବ। ଫିଲ୍ମଟି ଆସନ୍ତା ମେ ୨୨ ତାରିଖରେ ରିଲିଜ ହେବାକୁ ଯାଉଛି। ରିଲିଜ ପୂର୍ବରୁ ଏବେ ଦେଖନ୍ତୁ ଟ୍ରେଲର…
Published by:Lipina Das
First published: