News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସ୍ୱାମୀ ସୈଫ ଅଲ୍ଲି ଖାନ, ବଡ ପୁଅ ତୈମୁର ଓ ଜାହାଙ୍ଗୀରଙ୍କ ସହ ଦିୱାଲୀ ପାଳନ କରିଥିଲେ। କରୀନାଙ୍କ ସାନ ପୁଅ ଜାହାଙ୍ଗୀରଙ୍କର ଏହା ପ୍ରଥମ ଦିୱାଲୀ ଥିଲା । ପୁଅର ପ୍ରଥମ ଦୀପାବଳିକୁ ସ୍ୱତନ୍ତ୍ର କରିବା ପାଇଁ କରୀନା କୌଣସି ସୁଯୋଗ ଛାଡ଼ି ନଥିଲେ । ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ତାଙ୍କ ପରିବାରର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି।
ଫଟୋରେ କରୀନାଙ୍କୁ ତାଙ୍କ କୋଳରେ ସାନ ପୁଅକୁ ଧରିଥିବା ବେଳେ ସୈଫ ତାଙ୍କ ବଡ଼ ପୁଅ ତୈମୁରକୁ କୋଳରେ ଧରିଛନ୍ତି। ଫଟୋରେ କରୀନା କପୁର ଗୋଲାପୀ ରଙ୍ଗର ପ୍ରିଣ୍ଟେଡ୍ ଆଉଟଫିଟ୍ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଡ୍ରେସରେ ସେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି ।
ଇନଷ୍ଟାଗ୍ରାମରେ ଏହି ପାରିବାରିକ ଫଟୋ ଶେୟାର କରି କରୀନା କପୁର କ୍ୟାପସନରେ ଲେଖିଛନ୍ତି, ‘‘ଜାହାଙ୍ଗୀର ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ତାଙ୍କୁ ପୋଜ୍ ଦେବାରେ ରୋକି ପାରିବେ।’’ କରୀନା କପୁରଙ୍କ ଏହି ଫଟୋ ୬ ଲକ୍ଷରୁ ଅଧିକ ଲାଇକ୍ ପାଇସାରିଲାଣି । ଏଥିରୁ, ଆପଣ ଅନୁମାନ କରିପାରିବେ ଯେ ତାଙ୍କ ଫଟୋକୁ କେତେ ପ୍ରଶଂସକ ପସନ୍ଦ କରୁଛନ୍ତି ।
କରୀନାଙ୍କ ଖୁବ ଶୀଘ୍ର ‘ଲାଲ ସିଂ ଚଡ୍ଡା’ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଅଭିନୟ କରୁଛନ୍ତି। ସେହିପରି ସୈଫଙ୍କୁ ‘ବଣ୍ଟି ଔର ବବଲି ୨’ରେ ଦେଖିବାକୁ ମିଳିବ। ତାଙ୍କ ସହ ଫିଲ୍ମରେ ରୋମାନ୍ସ କରିବେ ରାନୀ ମୁଖାର୍ଜୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।