ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଦ୍ୱିତୀୟ ପୁଅର ନାମକୁ ନେଇ ଟ୍ରୋଲ ହେଲେ କରୀନା- ସୈଫ; ୟୁଜର୍ସ କହିଲେ ତୃତୀୟ ପୁଅ ନାମ ରଖିବ ଔରଙ୍ଗଜେବ-ବାବର

ଦ୍ୱିତୀୟ ପୁଅର ନାମକୁ ନେଇ ଟ୍ରୋଲ ହେଲେ କରୀନା- ସୈଫ; ୟୁଜର୍ସ କହିଲେ ତୃତୀୟ ପୁଅ ନାମ ରଖିବ ଔରଙ୍ଗଜେବ-ବାବର

ଲୋକମାନେ ତୈମୁର ପରି ଜାହାଙ୍ଗୀର ନାମକୁ ମଧ୍ୟ ଆଦୌ ପସନ୍ଦ କରୁ ନାହାନ୍ତି। ସୈଫ-କରୀନା ତାଙ୍କ ଦ୍ୱିତୀୟ ପୁଅର ନାମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି।

ଦ୍ୱିତୀୟ ପୁଅର ନାମକୁ ନେଇ ଟ୍ରୋଲ ହେଲେ କରୀନା- ସୈଫ; ୟୁଜର୍ସ କହିଲେ ତୃତୀୟ ପୁଅ ନାମ ରଖିବ ଔରଙ୍ଗଜେବ-ବାବର
କରୀନାଙ୍କ ଦ୍ୱିତୀୟ ପୁଅର ନାମକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗି ରହିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 10, 2021, 2:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ୱାଇ: କରୀନା କପୁର ଖାନ ଚଳିତ ବର୍ଷ ଫେବୃଆରୀରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ସେବେଠାରୁ ପିଲାର ନାମକରଣକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା। ଏହି ସେଲିବ୍ରିଟି ଦମ୍ପତିଙ୍କ ଦ୍ୱିତୀୟ ପୁଅର ନାମ ଜାଣିବାକୁ ସମସ୍ତେ ବ୍ୟସ୍ତ। କିନ୍ତୁ ଉଭୟ ଦୀର୍ଘ ସମୟ ଧରି ପ୍ରଶଂସକଙ୍କ ସହ ପୁଅର ନାମ ସେୟାର କରି ନ ଥିଲେ। ଯେତେବେଳେ ସୈଫ-କରୀନା ପ୍ରଥମେ ପୁଅ ତୈମୁର ଅଲି ଖାନଙ୍କ ନାମ ଘୋଷଣା କରିଥିଲେ, ଏହାକୁ ନେଇ ବହୁତ ହଇଚଇ ସୃଷ୍ଟି ହୋଇଥିଲା। ଲୋକମାନେ ସେଲିବ୍ରିଟି ଦମ୍ପତିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । କରୀନା-ସୈଫଙ୍କ ଦ୍ୱିତୀୟ ପୁତ୍ରଙ୍କ ନାମ ଜେହ ବୋଲି ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ନାମ ଅଲଗା କିଛି ବୋଲି ଜଣାପଡ଼ିଛି।

କରୀନା ନିଜେ ତାଙ୍କ ଦ୍ୱିତୀୟ ପୁଅର ନାମ ପ୍ରକାଶ କରିଛନ୍ତି। ତାହା ପୁଣି ତାଙ୍କ ବହି 'ପ୍ରେଗ୍ନେସୀ ବାଇବଲ'ରେ। ଏହି ପୁସ୍ତକରୁ ପ୍ରକାଶ ଯେ କରୀନାଙ୍କ ଦ୍ୱିତୀୟ ପୁତ୍ରର ନାମ ମୋଗଲ ଶାସକ ଜାହାଙ୍ଗୀରଙ୍କ ନାମରେ ହୋଇଛି। କରୀନା କପୁର ଖାନଙ୍କ 'ପ୍ରେଗ୍ନେସୀ ବାଇବଲ'ରେ କରୀନା ତାଙ୍କର ଦ୍ୱିତୀୟ ପୁତ୍ରକୁ ଜାହାଙ୍ଗୀର ନାମରେ ନାମିତ କରିଛନ୍ତି। ଯାହା ଫଳରେ ବର୍ତ୍ତମାନ ତାଙ୍କ ଦ୍ୱିତୀୟ ପୁଅର ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡ଼ିଆରେ ଏହି ନାମକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଲୋକମାନେ ତୈମୁର ପରି ଜାହାଙ୍ଗୀର ନାମକୁ ମଧ୍ୟ ଆଦୌ ପସନ୍ଦ କରୁ ନାହାନ୍ତି। ଟ୍ୱିଟରରେ ଚାଲିଥିବା ଟ୍ରେଣ୍ଡରୁ ତାହା ଜଣାପଡ଼ିଛି। ସୈଫ-କରୀନା ତାଙ୍କ ଦ୍ୱିତୀୟ ପୁଅର ନାମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି। ଜାହାଙ୍ଗୀର ନାମକୁ ନେଇ ଫ୍ଯାନମାନେ ଏତେ ରାଗିଯାଇଛନ୍ତି ଯେ କେହି କେହି ମଧ୍ୟ କହିଛନ୍ତି, ସେମାନେ ତାଙ୍କର ପରବର୍ତ୍ତୀ ପୁଅର ନାମ ଔରଙ୍ଗଜେବ କିମ୍ବା ବାବର ରଖିବା ଦରକାର। କାରଣ ଭାରତ ଇତିହାସରେ ଉଭୟ ନିଷ୍ଠୁର ଶାସକ ଭାବରେ ପରିଚିତ ଥିଲେ।

ଲୋକମାନେ ଟ୍ରୋଲ କରିଛନ୍ତି ଯେ ଯେତେବେଳେ ସେମାନଙ୍କର ତୃତୀୟ ପୁତ୍ର ଜନ୍ମ ହେବ ତେବେ ତା’ର ନାମ ଔରଙ୍ଗଜେବ ଓ ତା’ ପର ପୁତ୍ରର ନାମ ବାବର ଦେବା ଉଚିତ। ଯେତେବେଳେ କରୀନା କପୁର ଖାନ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ବାବଦରେ ଜଣାଇଥିଲେ, ସେହି ଦିନଠାରୁ ତାଙ୍କ ଦ୍ୱିତୀୟ ସନ୍ତାନର ନାମକରଣକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ସେଲିବ୍ରିଟି ଦମ୍ପତିଙ୍କ ଦ୍ୱିତୀୟ ପୁଅର ନାମକୁ ନେଇ ସୋସିଆଲ ମିଡ଼ିଆରେ ଟ୍ରୋଲ ହେବା ଆରମ୍ଭ ହୋଇଛି। ତେବେ ସୈଫ-କରୀନା ଏସବୁକୁ ଖାତିର କରନ୍ତି ନାହିଁ। କିନ୍ତୁ, ବେଳେ ବେଳେ ଟ୍ରୋଲଗୁଡ଼ିକର ଉତ୍ତର ଦେବାକୁ ଭୁଲନ୍ତି ନାହିଁ।
Published by: Soumya Das
First published: August 10, 2021, 1:56 PM IST