ଦ୍ୱିତୀୟ ପୁଅର ନାମକୁ ନେଇ ହେଉଥିବା ଟ୍ରୋଲର ଜବାବ ଦେଲେ କରୀନା; କହିଲେ ସେମାନେ ନିରୀହ ପିଲା

କରୀନା-ସୈଫ ସେମାନଙ୍କର ଦ୍ୱିତୀୟ ପୁଅ 'ଜେହ'ର ନାମ ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ପୁସ୍ତକ 'କରୀନା କପୁର ଖାନ କୀ ପ୍ରେଗ୍ନେନ୍ସୀ ବାଇବଲେ'ରେ ତାଙ୍କ ପୁଅର ନାମ ଭିନ୍ନ ଥିବା ଜାଣି ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ପୁଅର ନାମକୁ ନେଇ ହେଉଥିବା ଟ୍ରୋଲର ଜବାବ ଦେଇଛନ୍ତି କରୀନା କପୁର (ପ୍ରତିକାତ୍ମକ ଛବି)

ପୁଅର ନାମକୁ ନେଇ ହେଉଥିବା ଟ୍ରୋଲର ଜବାବ ଦେଇଛନ୍ତି କରୀନା କପୁର (ପ୍ରତିକାତ୍ମକ ଛବି)

  • Share this:
News18 Odia Digital

ମୁମ୍ୱାଇ: କରୀନା କପୁର ଖାନ ଓ ସୈଫ ଅଲି ଖାନ ଚଳିତ ବର୍ଷ ଫେବୃଆରୀରେ ସେମାନଙ୍କର ଦ୍ୱିତୀୟ ସନ୍ତାନର ପିତାମାତା ହୋଇଛନ୍ତି। ଯେବେଠାରୁ ସେଲିବ୍ରିଟି ଦମ୍ପତି ସେମାନଙ୍କ ପୁଅର ଜନ୍ମ ଘୋଷଣା କରିଥିଲେ ସେବେଠାରୁ ପୁଅର ନାମକୁ ନେଇ ଚର୍ଚ୍ଚା ଧରିଥିଲା। ପ୍ରଥମ ପୁଅ ତୈମୁର ଅଲି ଖାନଙ୍କ ନାମକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଅଭିନେତ୍ରୀଙ୍କ ଦ୍ୱିତୀୟ ପୁଅ 'ଜେହ'ର ନାମକୁ ନେଇ ଟ୍ରୋଲ ଚାଲିଛି। ପ୍ରାୟ ଏକ ମାସ ପୂର୍ବରୁ କରୀନା-ସୈଫ ସେମାନଙ୍କର ଦ୍ୱିତୀୟ ପୁଅ 'ଜେହ'ର ନାମ ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ପୁସ୍ତକ 'କରୀନା କପୁର ଖାନ କୀ ପ୍ରେଗ୍‌ନେନ୍ସୀ ବାଇବଲେ'ରେ ତାଙ୍କ ପୁଅର ନାମ ଭିନ୍ନ ଥିବା ଜାଣି ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ବଲିଉଡ ହଙ୍ଗାମାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ କରୀନାଙ୍କ ପୁସ୍ତକରେ ତାଙ୍କର ଦ୍ୱିତୀୟ ପୁଅର ନାମ ଜାହାଙ୍ଗୀର ଅଲି ଖାନ ରହିଛି। ଲୋକମାନେ ଯେତେବେଳେ ଜାଣିଲେ ଯେ ଅଭିନେତ୍ରୀ ତାଙ୍କ ପୁଅର ନାମ ଜାହାଙ୍ଗୀର ରଖିଛନ୍ତି, ସୋସିଆଲ ମିଡ଼ିଆରେ ତାଙ୍କ ପୁଅ ଓ ପରିବାର ଟ୍ରୋଲ ହେବାରେ ଲାଗିଛନ୍ତି। ଅଦ୍ୟାବଧି ଅଭିନେତ୍ରୀ ଏହା ଉପରେ ନୀରବ ରହିଥିଲେ କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ କରୀନା ତାଙ୍କ ଦ୍ୱିତୀୟ ପୁଅଙ୍କ ନାମକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଜବାବ ଦେଇଛନ୍ତି।

ଇଣ୍ଡିଆ ଟୁଡ଼େ ସହ ଏକ ବାର୍ତ୍ତାଳାପରେ କରୀନା କପୁର ଖାନ ତାଙ୍କ ପୁଅ ଜାହାଙ୍ଗୀର ନାମରେ ହେଉଥିବା ନକାରାତ୍ମକତା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କରୀନା କହିଛନ୍ତି ଯେ ମୁଁ ଜଣେ ସକାରାତ୍ମକ ବ୍ୟକ୍ତି। ମୁଁ ବହୁତ ଖୁସ ମିଜାଜର ଲୋକ। କରୋନା ପରି କଠିନ ସମୟରେ, ମୁଁ ଲୋକଙ୍କ ମଧ୍ୟରେ ଖୁସି ଓ ସକାରାତ୍ମକତା ବାଣ୍ଟିବାକୁ ଚାହେଁ। ମୁଁ କୌଣସି ପ୍ରକାରର ଟ୍ରୋଲ କିମ୍ବା ନକାରାତ୍ମକତା ବିଷୟରେ ଚିନ୍ତା କରିପାରିବି ନାହିଁ। ବର୍ତ୍ତମାନ ମୋ ପାଖରେ ଧ୍ୟାନ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ।

ଏହା ମଧ୍ୟ ଏଥିପାଇଁ ଯେ ମୋତେ କାନ୍ଥ ଆଡ଼କୁ ଠେଲି ଦିଆଯାଉଛି। କିନ୍ତୁ ମୁଁ ଠିକ ଅଛି । ମୁଁ ଧ୍ୟାନ ଜାରି ରଖିବି। ପ୍ରତ୍ୟେକ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଛି। ଯଦି ସକାରାତ୍ମକତା ଅଛି ତେବେ ନକାରାତ୍ମକତା ମଧ୍ୟ ରହିବ। ମୋତେ ଏହାକୁ ଏହିପରି ଦେଖିବାକୁ ପଡ଼ିବ। ପ୍ରକୃତରେ ଏଭଳି ହେବା କଥା ନୁହେଁ। କାରଣ, ଆମେ ଯାହା ବିଷୟରେ କହୁଛୁ ସେମାନେ ଦୁଇ ନିରୀହ ପିଲା। ଯେଉଁମାନେ ଏହା ବିଷୟରେ କିଛି ଜାଣନ୍ତି ନାହିଁ। କିନ୍ତୁ ଆମେ ଖୁସି ଓ ସକରାତ୍ମକ ରହିବାକୁ ଚାହୁଁ।
Published by:Soumya Das
First published: