Happy Birthday Kareena Kapoor: ୪୧ ବର୍ଷରେ ନିଜକୁ କେମିତି ଫିଟ୍ ରଖୁଛନ୍ତି କରୀନା; ଜାଣନ୍ତୁ…

ନିଜକୁ ଫିଟ୍ ରଖିବା ପାଇଁ ସପ୍ତାହରେ ଛଅ ଦିନ ୱାର୍କଆଉଟ ଓ ଯୋଗ କରନ୍ତି କରୀନା କପୁର ଖାନ । ଠିକ୍ ସମୟରେ ଖାଇବା ପିଇବାରେ ମଧ୍ୟ ରଖନ୍ତି ବେଶ୍ ଧ୍ୟାନ ।

କରୀନା କପୁର ଖାନ (ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@କରୀନା କପୁର ଖାନ)

କରୀନା କପୁର ଖାନ (ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@କରୀନା କପୁର ଖାନ)

  • News18 Odia
  • Last Updated :
  • Share this:
News18 Odia Digital

ମୁମ୍ବାଇ: ଆଜି ୪୧ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ବେବୋ କରୀନା କପୁର ଖାନ । ୪୧ ବର୍ଷ ବୟସରେ ମଧ୍ୟ ଆଜି ସେ ଯୁବପିଢ଼ିଙ୍କୁ ମାତ୍ ଦେଉଛନ୍ତି । ତାଙ୍କ ସୁସ୍ଥ ଶରୀରକୁ ଦେଖି ଅନ୍ଦାଜା ଲଗାଯାଇପାରିବ ଯେ ସେ ନିଜ ଫିଟନେସ୍‌କୁ ନେଇ କେତେ ସତର୍କ ରୁହନ୍ତି । ଦୁଇ ଛୁଆଙ୍କୁ ଜନ୍ମ ଦେବା ପରେ ସେ ସହଜରେ ନିଜ ଶୀରର ଓଜନ ହ୍ରାସ୍ କରିବାରେ ମଧ୍ୟ ମାଷ୍ଟର । ତେବେ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ନିଜକୁ ଫିଟ୍ ରଖିବାକୁ କ'ଣ କରନ୍ତି କରୀନା...

ଯଦିଓ କରୀନା କପୁର ଖାନ ଦୁଇ ସନ୍ତାନର ମା ହୋଇସାରିଛନ୍ତି, କିନ୍ତୁ ଆଜି ମଧ୍ୟ ଫିଟନେସ୍ ଦୃଷ୍ଟିରୁ ସେ ନୂଆ ପିଢ଼ିର ଅଭିନେତ୍ରୀମାନଙ୍କୁ ମାତ୍ ଦେଉଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ କରୀନା ପାହାଚ ଚଢ଼ିବା ଠାରୁ ଆରମ୍ଭ କରି ପାଇଲେଟ୍ସ ଏକ୍ସରସାଇଜ୍ କରନ୍ତି ସେ । ଏହା ସହିତ ସେ ସପ୍ତାହରେ କିଛି ଦିନ ଯୋଗ ଓ ଧ୍ୟାନ ମଧ୍ୟ କରନ୍ତି । କରୀନା ସପ୍ତାହରେ ଛଅ ଦିନ ବ୍ୟାୟାମ କରନ୍ତି ଓ ରବିବାର ଦିନ ବିଶ୍ରାମ କରନ୍ତି ।

ସବୁବେଳେ ନିଜ ପାଖରେ ମଖାନା ରଖନ୍ତି ଅଭିନେତ୍ରୀ

ଯେତେବେଳେ କରୀନା କପୁର ଖାନ ସୁଟିଂ କିମ୍ବା କାମ ପାଇଁ ବାହାରକୁ ଯାଆନ୍ତି, ସେ ସବୁବେଳେ ତାଙ୍କ ସହିତ ମଖାନାରେ ପରିପୂର୍ଣ୍ଣ ଏକ ବକ୍ସ ରଖନ୍ତି । ଯାହାଫଳରେ ଯେତେବେଳେ ବି ସେ ଭୋକିଲା ଅନୁଭବ କରନ୍ତି, ଜଙ୍କ ଫୁଡ୍ ଖାଇବା ପରିବର୍ତ୍ତେ, ସେ ଏହାକୁ ଖାଆନ୍ତି । ମଖାନା ଫାଇବରରେ ଅଧିକ ଓ କ୍ୟାଲୋରୀରେ କମ୍ । ଖାଲି ଏତିକି ନୁହେଁ ମଖାନା ଖାଇବା ଦ୍ୱାରା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ମଖାନା ମ୍ୟାଗ୍ନେସିୟମରେ ଭରପୂର ଓ ହୃଦୟ ପାଇଁ ମଧ୍ୟ ଲାଭଦାୟକ । ଏହା ସହିତ, ମଖାନା ଆଣ୍ଟି-ଏଜିଂ ଏନଜାଇମରେ ପରିପୂର୍ଣ୍ଣ । କରୀନା ମଖାନାକୁ ରୋଷ୍ଟ କିମ୍ବା ସେଥିରେ ଲୁଣ ମିଶାଇ ଖାଇବାକୁ ପସନ୍ଦ କରନ୍ତି ।

ଠିକ୍ ସମୟରେ ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ଡିନର କରନ୍ତି

କରୀନା ତାଙ୍କ ଡାଏଟ୍ ସମୟକୁ ବହୁତ କଠୋର । ସେ ଠିକ୍ ସମୟରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ କରନ୍ତି । କରୀନା ଭିଜାଇଥିବା ବାଦାମ ଓ କଦଳୀ ଖାଇ ନିଜ ଦିନ ଆରମ୍ଭ କରନ୍ତି । ଏହା ପରେ ସେ ଜିମ୍ ଯାଇ ୱାର୍କଆଉଟ୍ କରନ୍ତି । କରୀନା ଦିନ ୧୨ଟାରେ ମଧ୍ୟାହ୍ନ ଭୋଜନ କରିବାକୁ ପସନ୍ଦ କରନ୍ତି । ଯାହାଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇପାରିବ । ବେବୋ ମଧ୍ୟାହ୍ନ ଭୋଜନରେ ଦହି ଭାତ ଓ ବେଳେବେଳେ ଡାଲି, ପନିପରିବା, ରୁଟି, ସାଲାଡ଼ ଖାଇବାକୁ ପସନ୍ଦ କରନ୍ତି । ଲଞ୍ଚ ପରେ ସେ ତାଙ୍କ ଫଳ ଖାଇବା ପାଇଁ ସମୟ ଅପରାହ୍ନ ଦୁଇରୁ ତିନିଟା । ରାତ୍ରୀ ଭୋଜନରେ କରୀନା ବେଳେବେଳେ ପୁଲାଓ-ରାଇଟା, ପୁଦିନା-ପାଲକ ରୁଟି ଓ ଦହି କିମ୍ବା ବେଳେବେଳେ ଡାଲି, ପନିପରିବା, ରୁଟି ସହ ଖାଆନ୍ତି ।

ଚା' ଓ କଫି ଠାରୁ ଦୂରେଇ ରୁହନ୍ତି

କରୀନା ସନ୍ଧ୍ୟାରେ ଚା' କିମ୍ବା କଫି ବଦଳରେ ଫଳ ରସ, ଲେମ୍ବୁ ପାଣି, ବଟରମିଲ୍କ, ଲସି କିମ୍ବା ନଡ଼ିଆ ପାଣି ପିଇବାକୁ ପସନ୍ଦ କରନ୍ତି । ଏହା ତାଙ୍କୁ ଦିନସାରା ହାଇଡ୍ରେଟ୍ ରହିବାକୁ ସାହାଯ୍ୟ କରେ । ଏହା ସହିତ, ସେ ବେଳେବେଳେ ଭଜା ଚୁଡ଼ା ମଧ୍ୟ ଖାଏ । ରାତିରେ ଶୋଇବା ପୂର୍ବରୁ କରିନା କ୍ଷୀରରେ ହଳଦୀ ଓ ଏକ ଚାମଚ ବାଦ ଜାଇଫଳ ପାୱଡର ପକାଇ ପିଅନ୍ତି । ଏହା ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଓ ସଂକ୍ରମଣ ସହିତ ଲଢ଼ିବାର କ୍ଷମତା ସୃଷ୍ଟି କରେ । ଚର୍ମକୁ ହାଇଡ୍ରେଟ୍ ରଖିବା ପାଇଁ କରୀନା କପୁର ଦିନସାରା ବହୁତ ପାଣି ପିଅନ୍ତି । ଏହି କାରଣରୁ, ତାଙ୍କର ଚର୍ମ ସବୁବେଳେ ଉଜ୍ଜ୍ୱଳ ରହିଥାଏ ।
Published by:Lipina Das
First published: