କରୀନାଙ୍କ ଏହି ଲେହେଙ୍ଗାର ମୂଲ୍ୟ କେତେ? ଆପଣ ବି ଲଗାଇ ପାରିବେନି ଅନ୍ଦାଜ

ଆଜିକାଲି କରୀନା କପୁର ଖାନଙ୍କ ଲେହେଙ୍ଗା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ୟାନ୍ସଙ୍କ ଆଖି ଏହାର ସୌନ୍ଦର୍ଯ୍ୟ ଉପରେ ଅଟକି ରହିଯାଇଛି। ଆଉ ଏହାର ମୂଲ୍ୟ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ।

କରୀନାଙ୍କ ଏହି ଲେହେଙ୍ଗାର ମୂଲ୍ୟ କେତେ? ଜାଣନ୍ତୁ

କରୀନାଙ୍କ ଏହି ଲେହେଙ୍ଗାର ମୂଲ୍ୟ କେତେ? ଜାଣନ୍ତୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: କରୀନା କପୁର ଖାନଙ୍କ ନାମ ଇଣ୍ଡଷ୍ଟ୍ରିର ସେହି ଅଭିନେତ୍ରୀ ମଧ୍ୟରେ ଆସେ ଯେଉଁମାନେ ସବୁବେଳେ ନିଜ ବିନ୍ଦାସ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରୁହନ୍ତି। କରୀନା ମଧ୍ୟ ବଲିଉଡର ଅନ୍ୟତମ ଷ୍ଟାଇଲିସ୍ ଡିଭା ଅଭିନେତ୍ରୀ। ସେ ଯାହା ବି ପିନ୍ଧନ୍ତି, ଏହା ଟ୍ରେଣ୍ଡରେ ଆସେ, ଏହା ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ଭାଇରାଲ ହୁଏ। ଏବେ ପୁଣି ଥରେ ସମାନ ଘଟଣା ଘଟିଛି।

ବର୍ତ୍ତମାନ କରୀନା କପୁରଙ୍କ ଏକ ଲେହେଙ୍ଗା ଚର୍ଚ୍ଚାର ବିଷୟ ପାଲଟିଛି। କେତେକ ଏହାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବାରେ ଥକୁନଥିଲେ ତ ଆଉ କିଛି ଏହାର ମୂଲ୍ୟ ଆକଳନ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଆସନ୍ତୁ ଜାଣିବା କରୀନାଙ୍କ ଏହି ଲେହେଙ୍ଗାର ମୂଲ୍ୟ କେତେ ଟଙ୍କା, ଯାହାକୁ ନେଇ ଏତେ ଚର୍ଚ୍ଚା।

ଫ୍ୟାସନ୍ ଡିଜାଇନର୍ ରିଦ୍ଧି ମେହେରା ତାଙ୍କ ଇନଷ୍ଟାଗ୍ରାମରେ କରୀନା କପୁର ଖାନଙ୍କ ଏହି ସୁନ୍ଦର ଲେହେଙ୍ଗାରେ କିଛି ଫଟୋ ସେୟାର କରିଥିଲେ। ଯାହାକୁ ଦେଖି ଫ୍ୟାନ୍ସଙ୍କ ନଜର ଅଟକି ଯାଇଥିଲା।

ଫଟୋଗୁଡ଼ିକରେ ବେବୋ ଏକ କ୍ୟାପ୍ ଷ୍ଟାଇଲ୍ ଲେହେଙ୍ଗା ପିନ୍ଧିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ବର୍ତ୍ତମାନ କହିବା କଷ୍ଟକର ଯେ ବେବୋ ଅଧିକ ସୁନ୍ଦର ନା ଏହି ଲେହେଙ୍ଗା ପିନ୍ଧି ଅଧିକ ସୁନ୍ଦର ଦେଖାଯାଉଛନ୍ତି।

ବେବୋଙ୍କ ଲେହେଙ୍ଗା ଏଠାରେ ଦେଖନ୍ତୁ




କରୀନାଙ୍କ ଲୁକର ପ୍ରଶଂସାରେ ଫ୍ୟାନ୍ସ

ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା କରୀନାଙ୍କ ଲେହେଙ୍ଗା ଫଟୋ ଖୁବ୍ ଆକର୍ଷଣୀୟ। ପିଚ କଲର ଓ ଲୋ ୱେଷ୍ଟ ଏବଂ ଡିପ ନେକଲାଇନର ଏହି ଲେହେଙ୍ଗାରେ କରୀନା ବହୁତ ସୁନ୍ଦର ନଜର ଆସୁଛନ୍ତି। ସେହିପରି ଲେହେଙ୍ଗାର ଅନେକ ସ୍ଥାନରେ ଏମ୍ବ୍ରୋଡ୍ ହୋଇଛି, ଯାହା ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଛି। ତାଙ୍କ ଲୁକକୁ ପୂର୍ଣ୍ଣ କରିବା ପାଇଁ, ବେବୋ ଷ୍ଟେଟମେଣ୍ଟ୍ ଚୋକ୍କର, ମଥାମଣି ଏବଂ ଜୁମକା ଲଗାଇଛନ୍ତି।

ଲେହେଙ୍ଗାର ମୂଲ୍ୟ କେତେ ଜାଣନ୍ତୁ...

ଏବେ କରୀନାଙ୍କ ଏହି ଲେହେଙ୍ଗାର ମୂଲ୍ୟ ବିଷୟରେ ଯଦି କଥା ହେବା, ତାହାଲେ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ। ରିଦ୍ଧି ମେହେରଙ୍କ ସଂଗ୍ରହରୁ ଏହି ଲେହେଙ୍ଗା କୌଣସି ସାଧାରଣ ଲେହେଙ୍ଗା ନୁହେଁ। ବ୍ରାଣ୍ଡର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଏହି ସୁନ୍ଦର ଲେହେଙ୍ଗାର ମୂଲ୍ୟ ହେଉଛି ୭୮,୮୦୦ ଟଙ୍କା। ବିବାହ ଋତୁରେ ଆପଣ ଏପରି ଲେହେଙ୍ଗା ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ।
Published by:Lipina Das
First published: