News18 Odia Digital
ନୂଆ ଦିଲ୍ଲୀ: ବିଗ୍ ବସ୍ ୧୫ (Bigg Boss 15) ଆରମ୍ଭ ହେବା ଦିନରୁ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସଙ୍ଘର୍ଷପୂର୍ଣ୍ଣ ଝଗଡା ଆରମ୍ଭ ହୋଇଯାଇଛି । ପ୍ରତିଯୋଗୀମାନେ ପରସ୍ପର ସହ ଦୁର୍ବ୍ୟବହାର କରୁଥିବା, ଝଗଡ଼ା କରୁଥିବା ଓ ପରସ୍ପରକୁ ଠେଲାଠେଲି କରୁଥିବାର ବି ଦେଖାଯାଇଛି । ଏହି ଶୋ’ର ପ୍ରତିଯୋଗୀ କରଣ କୁନ୍ଦ୍ରା (Karan Kundra) ଶମିତା ଶେଟ୍ଟୀଙ୍କ (Shamita Shetty) ବିଷୟରେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଦୃଢ଼ ବିରୋଧ କରୁଛନ୍ତି ।
ଶମିତା ଶେଟ୍ଟୀଙ୍କ ଉପରେ କଠୋର ମନ୍ତବ୍ୟ ଦେଇ କରଣ କୁନ୍ଦ୍ରା ଶମିତାଙ୍କୁ ‘ଆଣ୍ଟି’ ବୋଲି କହିଛନ୍ତି । କରଣଙ୍କ ଏହି ମନ୍ତବ୍ୟ ଉପରେ ଶମିତାଙ୍କ ମା’ ସୁନନ୍ଦା ଶେଟ୍ଟୀ ଖୋଲାଖୋଲି ଭାବରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ଅସନ୍ତୋଷକୁ ସମର୍ଥନ କରି ଶୋ’ ବିଜିନେସର ଅନେକ ବ୍ୟକ୍ତି ସାମନାକୁ ଆସିଛନ୍ତି ।
ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITR ତଥ୍ୟ ଲିକ୍ ମାମଲା: ପାକିସ୍ତାନରେ ରହି ଫେସବୁକ୍ ଆକାଉଣ୍ଟ୍ ଚଳାଉଥିଲେ ସେହି ଯୁବତୀନିକଟରେ ସୁନନ୍ଦା ଶେଟ୍ଟୀଙ୍କ ଟ୍ୱିଟରେ ଆସିଥିବା ଏକ ମନ୍ତବ୍ୟର ସ୍କ୍ରିନସଟ୍ ସୋସିଆଲ୍ ମିଡି଼ଆରେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ସେ କହୁଛନ୍ତି, ‘‘କରଣ କୁନ୍ଦ୍ରାଙ୍କୁ ଶମିତା ଶେଟ୍ଟୀ କେଉଁ କୋଣରୁ ଆଣ୍ଟି ପରି ଦେଖାଯାଆନ୍ତି? ବୟସ ଓ ଶରୀରକୁ ନେଇ ସମାଲୋଚନାକୁ ବରଦାସ୍ତ କରାଯାଇପାରିବ ନାହିଁ । ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।’’
ଏହା ବି ପଢ଼ନ୍ତୁ | Odisha Police: ଏଣିକି ରାଜ୍ୟରେ ଫାଣ୍ଡିଗୁଡ଼ିକରେ ASI ନୁହେଁ, ସବ୍-ଇନ୍ସପେକ୍ଟର୍ ଦାୟିତ୍ୱରେ ରହିବେସୁନନ୍ଦା ଶେଟ୍ଟୀ ନିଜ ଟ୍ୱିଟରେ ସେ ସଲମାନ ଖାନଙ୍କ ଆକାଉଣ୍ଟକୁ ଟ୍ୟାଗ୍ କରିଛନ୍ତି । ତା’ ପରେ ସୁନନ୍ଦାଙ୍କ ବ୍ୟତୀତ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ କରଣ କୁନ୍ଦ୍ରାଙ୍କୁ ନିନ୍ଦା କରିଛନ୍ତି । ଅନେକ ସେଲିବ୍ରିଟି ମଧ୍ୟ କରଣଙ୍କ ବୟସକୁ ନେଇ ଲଜ୍ଜାଜନକ ମନ୍ତବ୍ୟକୁ ଖଓଲାଖୋଲି ନାପସନ୍ଦ କରିଛନ୍ତି ।
ଅସଲରେ ବିଗ୍ ବସ୍ ଘରେ (Bigg Boss) ଏକ କାର୍ଯ୍ୟ ସମୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଏକ ମତଭେଦ ସୃଷ୍ଟି ହୋଇଥିଲା ।ଏହି ସମୟରେ କରଣ କୁନ୍ଦ୍ରା ଶମିତା ଶେଟ୍ଟୀଙ୍କୁ ‘‘ଆଣ୍ଟି’’ ବୋଲି ଡାକି କହିଥିଲେ ଯେ ସେ କ୍ଲାସଲେସ୍' ଭଳି ମନ୍ତବ୍ୟକୁ ବରଦାସ୍ତ କରିବେ ନାହିଁ ।
ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍ ହାଇଦର୍ର ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲାସୋସିଆଲ୍ ମିଡି଼ଆ ବ୍ୟବହାରକାରୀମାନେ କହିଛନ୍ତି ଯେ ଶମିତା ଶେଟ୍ଟୀ ନୁହଁନ୍ତି ବରଂ ନିଶାନ୍ତ ହିଁ କ୍ଲାସଲେସ୍ ମନ୍ତବ୍ୟ ଦେଇଥିଲେ । କରଣ ଜାଣିଶୁଣି ଶମିତାଙ୍କ ଉପରେ ଏମିତି ଏକ ‘‘ଅଶ୍ଳୀଳ ମନ୍ତବ୍ୟ’’ ଦେଇଛନ୍ତି ଓ ଏହି କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ବୋଲି କୁହାଯାଉଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।