News 18 Odia Digital
Boycott Brahmastra trends; ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ହେଉଛି ଆୟାନ ମୁଖାର୍ଜୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଆୟାନ୍ ମୁଖାର୍ଜୀ ବହୁତ ପରିଶ୍ରମ କରିଛନ୍ତି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଲୋକମାନେ ବ୍ରହ୍ମାସ୍ତ୍ରକୁ ବଏକଟ୍ କରିବା କଥା କହୁଛନ୍ତି । ଫିଲ୍ମ ଲାଲ ସିଂ ଚଡ୍ଡା ଓ ରକ୍ଷାବନ୍ଧନ ପରେ ବର୍ତ୍ତମାନ ବ୍ରହ୍ମାସ୍ତ୍ର ଟ୍ୱିଟରରେ ଟ୍ରେଣ୍ଡ କରୁଛି ।
ବଏକଟ୍ ଟ୍ରେଣ୍ଡକୁ ନେଇ କରଣ କ’ଣ କହିଥିଲେ?ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମିତ ହୋଇଛି । କରଣ ଜୋହର ବର୍ତ୍ତମାନ ବଏକଟ ବ୍ରହ୍ମାସ୍ତ୍ର ଟ୍ରେଣ୍ଡ ଉପରେ ପ୍ରତିକ୍ରିୟା ରଖିଛନ୍ତି । ବାସ୍ତବରେ, ଅଗଷ୍ଟ ୧୫ ରେ, ବ୍ରହ୍ମାସ୍ତ୍ର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଜନ୍ମଦିନ ପୂର୍ବ ଦିନ ଥିଲା । ଆୟାନଙ୍କ ଜନ୍ମଦିନରେ କରଣ ତାଙ୍କୁ ଏକ ସ୍ୱତନ୍ତ୍ର ଲେଖା ସହିତ ଅଭିନନ୍ଦନ ଜଣାଇଥିଲେ । ଜନ୍ମଦିନ ପୋଷ୍ଟରେ କରଣ ଆୟାନଙ୍କୁ ପ୍ରଶଂସା କରିଥିଲେ । ସେ ଲେଖିଛନ୍ତି ଯେ ସେ ଆୟାନଙ୍କୁ ନେଇ ତାଙ୍କର ଦୁଇ ସନ୍ତାନଙ୍କ ଭଳି ପ୍ରୋଟେକ୍ଟିଭ ଅଛନ୍ତି ।
କରଣ ଜୋହର ଏହି ପୋଷ୍ଟରେ ଆୟାନଙ୍କ ପ୍ରତି ଅତ୍ୟଧିକ ଭଲପାଇବା ସହିତ ବ୍ରହ୍ମାସ୍ତ୍ରର ବଏକଟ ଟ୍ରେଣ୍ଡକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । କରଣ ଜୋହର, ଆୟାନଙ୍କୁ ଜନ୍ମଦିନ କାମନା କରି ଲେଖିଛନ୍ତି - ସେପ୍ଟେମ୍ବର ୯ ଆମ ପାଇଁ କଣ ରଖିଛି, ଆମେ ବର୍ତ୍ତମାନ ପୂର୍ବାନୁମାନ କରିପାରିବା ନାହିଁ । କିନ୍ତୁ ତୁମର ପ୍ରତିଶ୍ରୁତି ଏବଂ ପରିଶ୍ରମ ପୂର୍ବରୁ ହିଁ ବିଜୟ ହୋଇଛି ।
କରଣ ଜୋହରଙ୍କ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ଯେ 'ବ୍ରହ୍ମାସ୍ତ୍ର' ସମ୍ବନ୍ଧରେ ଚାଲିଥିବା ବଏକୋଟ ଟ୍ରେଣ୍ଡକୁ ନେଇ ସେ ବହୁତ ଚିନ୍ତିତ । ଏହା ଚିନ୍ତାର ବିଷୟ ମଧ୍ୟ , କାରଣ ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଡ୍ଡା ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷାବନ୍ଧନ ବଏକଟ ପରେ ବକ୍ସ ଅଫିସରେ ସଂଘର୍ଷ କରୁଛନ୍ତି । ଏବେ ଦେଖିବା ରଣବୀର ଏବଂ ଆଲିଆଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରକୁ କିପରି ଦର୍ଶକଙ୍କ ପ୍ରତିକ୍ରିୟା ମିଳୁଛି ।
ଲୋକମାନେ କାହିଁକି ବ୍ରହ୍ମାସ୍ତ୍ରକୁ ବଏକଟ କରୁଛନ୍ତି?ବ୍ରହ୍ମାସ୍ତ୍ରକୁ ବଏକଟ କରିବାର କାରଣ ଲୋକମାନେ ରଣବୀର କପୁର, ଅମିତାଭ ବଚ୍ଚନ ଏବଂ କରଣ ଜୋହରଙ୍କୁ ଦାୟୀ କରୁଛନ୍ତି । ୟୁଜର୍ସ ମାନେ କହିଛନ୍ତି ଯେ ରଣବୀର କପୁରଙ୍କ ୟେ ଜୱାନୀ ହେ ଦିୱାନୀ ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ମନ୍ଦିର ପଛରେ ମେକ୍ ଆଉଟ୍ କରିବା କଥା କହିଥିଲେ । କିଛି ଲୋକ ଏହାକୁ ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି କହିଛନ୍ତି ।
ଏଥିସହିତ କିଛି ଲୋକ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ସୋ କୌନ ବନେଗା କରୋଡପତିର ହଟ ସିଟରେ ବସିଥିବା ମହିଳା ପ୍ରତିଯୋଗୀଙ୍କ ' ଓଢଣି' ଢାଙ୍କିବା ଉପରେ ପ୍ରଶ୍ନ ଉଠାଇ ଥିବା ବେଳେ ବିଗ ବି ମୁସଲମାନ ମହିଳାମାନଙ୍କୁ ବୁର୍ଖା କିମ୍ବା ହିଜାବ ପିନ୍ଧିବାକୁ ନେଇ ଆଲୋଚନା କରିନଥିଲେ । ବର୍ତ୍ତମାନ ବଏକଟ୍ ବ୍ରହ୍ମାସ୍ତ୍ର ଟ୍ରେଣ୍ଡ ଚଳଚ୍ଚିତ୍ର ଉପରେ କିପରି ପ୍ରଭାବ ପକାଉଛି, ତାହା ଆଗକୁ ଜଣା ପଡ଼ିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।