News18 Odia Digital
ନୂଆ ଦିଲ୍ଲୀ: ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ସମାରୋହ (Vicky Kaushal Katrina Kaif Wedding) ଏକ ଧମାକା ସହିତ ଆରମ୍ଭ ହୋଇଛି । ମେହେନ୍ଦି ସମାରୋହ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ଏହା ସହିତ ଅତିଥିମାନେ ମଧ୍ୟ ବିବାହ ସ୍ଥଳରେ ପହଞ୍ଚିବା ଆରମ୍ଭ କରିଥିଲେ । ଭିକି-କ୍ୟାଟ୍ରିନାଙ୍କ ହଲଦୀ ସମାରୋହ ଅବସରରେ କୋରିଓଗ୍ରାଫର୍ ତଥା ନିର୍ଦ୍ଦେଶିକା ଫରାହ ଖାନ ଏକ ଡ୍ୟାନ୍ସ ଭିଡିଓ (Farah Khan Dance Video) ଶେୟାର କରିଛନ୍ତି ।
ଏହି ଭିଡିଓରେ ଫରାହ ଖାନ କରଣ ଜୋହରଙ୍କ ସହ ନାଚୁଥିବା (Farah Khan Karan Johar dance video) ନଜର ଆସିଛନ୍ତି । କରଣ ଜୋହର ଓ ଫରାହ ଖାନ ଗୋଟିଏ ଦିନ ପୂର୍ବରୁ ସିକ୍ସ ସେନ୍ସ ବାରୱାରା ଫୋର୍ଟ ହୋଟେଲରେ ପହଞ୍ଚିଥିଲେ । ଦୁହେଁ ଏକାଠି ସେହି ହୋଟେଲର ଗୋଟିଏ ସୁଟରେ ରହିଛନ୍ତି ।
ଏହା ବି ପଢ଼ନ୍ତୁ | Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେଫରାହ ଖାନ ଶେୟାର୍ କରିଥିଲା ଭିଡିଓରେ ସେ ଓ କରଣ ଫିଲ୍ମ ‘କଭୀ ଖୁସୀ କଭୀ ଗମ୍’ର (Kabhie Khusi Kabhi Gham, KKKG, K3G) ଗୀତ ‘ବୋଲେ ଚୁଡି଼ୟାଁ ବୋଲେ କଙ୍ଗନା’ରେ ନାଚୁଥିବା ଦେଖିବାକୁ ମିଳିଛି । ଗୀତର ଆରମ୍ଭରେ ଫରାହ ଫୁଲ ଫୋପାଡିବା ସମୟରେ ଏକାକୀ ନାଚୁଛନ୍ତି । ତା’ପରେ କରଣ (Karan Johar dance video) ଅନ୍ୟ ଏକ କୋଠରୀରୁ ଏଣ୍ଟ୍ରି କରି ଫରାହଙ୍କ ସହିତ ନାଚିବା ଆରମ୍ଭ କରୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଲାଲ୍ ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେକରଣ ଜୋହର ଓ ଫରାହ ଖାନ ଏହି ଭିଡିଓକୁ ବିକି-କ୍ୟାଟ୍ରିନାଙ୍କୁ ଉତ୍ସର୍ଗ କରିଛନ୍ତି । ଏହା ବି କୁହାଯାଇଛି ଯେ ଆଜି ଫିଲ୍ମ ‘କଭି ଖୁସୀ କଭୀ ଗମ’କୁ ୨୦ ବର୍ଷ ପୂରିଛି । ଏହି ଚଳଚ୍ଚିତ୍ରଟିକୁ କରଣ ଜୋହର ନିର୍ଦ୍ଦେଶନା ଦେଇଥିଲେ ଓ ଏଥିରେ ଫରାହ ଖାନ୍ କୋରିଓଗ୍ରାଫି କରିଥିଲେ । ଏହି ଭିଡିଓକୁ ଶେୟାର୍ କରି ଫରାହ ଖାନ ଲେଖିଛନ୍ତି, ‘‘ଏପିକ୍ ଫିଲ୍ମ K3Gର ୨୦ ବର୍ଷ ପୂରା ହୋଇଥିବାରୁ ଏହି ଏପିକ୍ ରିଲ୍... କରଣ ଜୋହର ଓ ମୁଁ ଏହା ଜାଣି ଖୁସି ହେଉଛୁ ଯେ ଆମେ ପୂର୍ବ ପରି ସମାନ ଅଛୁଁ ଓ ସେମିତି ରହିବୁ ।’’
ଭିକି କୌଶଲ-କ୍ୟାଟ୍ରିନା କୈଫ (Katrina Kaif Vicky Kaushal Wedding Place) ବିବାହ ସ୍ଥାନର ସୁରକ୍ଷାକୁ ଧ୍ୟାନରେ ରଖି ହୋଟେଲ ସିକ୍ସ ସେନ୍ସ ଫୋର୍ଟ ବାରୱାରାର ସୁରକ୍ଷା ପାଇଁ ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡ଼ ଓ ବାଉନ୍ସରମାନଙ୍କୁ ଲଗାଯାଇଛି । ଏହି ହୋଟେଲ୍ ଓ ଏହାର ଆଖପାଖରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ରାନ୍ଥାମ୍ବୋର ନ୍ୟାସନାଲ୍ ଟାଇଗର୍ ରିଜର୍ଭ ପାଇଁ ପ୍ରସିଦ୍ଧ । ରିପୋର୍ଟ ଅନୁଯାୟୀ ଅତିଥିମାନଙ୍କୁ ଏକ ଟାଇଗର୍ ସଫାରି ପାଇଁ ନିଆଯିବାର ସମ୍ଭାବନା ଅଛି ।
ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତା’ ମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲାସମଗ୍ର ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି ଓ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି । କୋଭିଡ ମହାମାରୀକୁ ଧ୍ୟାନରେ ରଖି ସବୁ ଅତିଥିଙ୍କ ପାଖରେ ଉଭୟ ଟିକା ନେଇଥିବା ସାର୍ଟିଫିକେଟ୍ ରହିବା ଉଚିତ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅତିଥିମାନେ ଟିକା ନେଇ ନାହାଁନ୍ତି ସେମାନଙ୍କ ପାଇଁ ଆର୍.ଟି.ପି.ସି.ଆର୍. ଟେଷ୍ଟ୍ କରିବା ବାଧ୍ୟତାମୂଳକ କରାଯାଇଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।