ଆଜିଠୁ ଏହି OTTରେ ରିଲିଜ ହେଉଛି କାନ୍ତାରା; ଘରେ ବସି ଦେଖନ୍ତୁ ଏହି ୪୦୦ କୋଟିର ଫିଲ୍ମ

ଯଦି ଆପଣ ଏହି ସପ୍ତାହକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି, ତେବେ ଘରେ ବସି କାନ୍ତାରା ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ। ଆଜିଠୁ ଚଳଚ୍ଚିତ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି ।

OTTରେ ରିଲିଜ ହେବ କାନ୍ତାରା

OTTରେ ରିଲିଜ ହେବ କାନ୍ତାରା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Kantara OTT Release Date: ସାଉଥ ଷ୍ଟାର ରିଷବ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାର' ୱାର୍ଲ୍ଡ ୱାଇଡ୍ ବକ୍ସ ଅଫିସରେ ୪୦୦ କୋଟିରୁ ଅଧିକ ଆୟ କରିଛି ଓ ଏହାର କ୍ରେଜ ସବୁଆଡେ ବଢୁଛି। ଏହି ଚଳଚ୍ଚିତ୍ରଟି ଅନେକ ଚଳଚ୍ଚିତ୍ରର ସଂଗ୍ରହକୁ ଧୂଳିସାତ କରିଦେଇଛି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମକା ମଚାଇଛି ଓ ଆଜିଠାରୁ ଏହା OTT ରେ ରିଲିଜ୍ ହେଉଛି। ଯଦି ଆପଣ ସପ୍ତାହ ଶେଷକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି, ତେବେ ଘରେ ବସି ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ। କାନ୍ତରା ପବିତ୍ର ରୀତିନୀତି ଓ ପରମ୍ପରା, କିମ୍ବଦନ୍ତୀ ଓ ବଂଶାନୁକ୍ରମିକ ରହସ୍ୟ ଉପରେ ଆଧାରିତ।

ମାତ୍ର ୨୦ କୋଟି ବଜେଟରେ ନିର୍ମିତ 'କଣ୍ଟାରା' ସମସ୍ତ ବଡ ବ୍ୟାନର ଓ ବଡ ବଜେଟ୍ ଚଳଚ୍ଚିତ୍ର ଛାଡି ବକ୍ସ ଅଫିସରେ ଲଗାଇଲା। ବର୍ତ୍ତମାନ 'କାନ୍ତାର' OTT ରିଲିଜ୍ ପାଇଁ ପ୍ରସ୍ତୁତ। ୨୪ ନଭେମ୍ବରରୁ ଆମାଜନ୍ ପ୍ରାଇମ୍ ଭିଡିଓରେ କାନ୍ତାର ଷ୍ଟ୍ରିମ୍ ହେବ। ତେବେ ହିନ୍ଦୀ ବେଲ୍ଟ ଦର୍ଶକଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ କାରଣ ନିର୍ମାତାମାନେ ଏହାକୁ କେବଳ ମାଲାୟାଲମ୍, ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ OTT ରେ ରିଲଜ କରୁଛନ୍ତି।

ଫିଲ୍ମର ରୋଜଗାର ଏବେବି ଚାଲିଥିବାବେଳେ ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪୦୦କୋଟିରୁ ଅଧିକ ବ୍ୟବସାୟ କରିସାରିଛି। ଏହି ଚଳଚ୍ଚିତ୍ରଟି ପ୍ରଥମେ ୩୦ ସେପ୍ଟେମ୍ବରରେ କନ୍ନଡ ଭାଷାରେ ମୁକ୍ତିଲାଭ କରିଥିଲା। ଏହା ପରେ, ଫିଲ୍ମର ଲୋକପ୍ରିୟତା ଦେଖି ୧୪ ଅକ୍ଟୋବରରେ ହିନ୍ଦୀ ଡବଡ୍ ସଂସ୍କରଣ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ଅଭିନେତା-ନିର୍ଦ୍ଦେଶକ 'କାନ୍ତାରା'ର OTT ରିଲିଜ୍ ବିଷୟରେ ଋଷଭ ଶେଟ୍ଟୀ କହିଛନ୍ତି,' ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଲୋକମାନେ ଏହି ଚଳଚ୍ଚିତ୍ରକୁ ଭଲ ପାଇଛନ୍ତି, ବର୍ତ୍ତମାନ ମୁଁ OTT ପ୍ଲାଟଫର୍ମରେ କାନ୍ତାର ରିଲଜ କରିବାକୁ ବହୁତ ଉତ୍ସାହିତ ଅଛି'।
Published by:Soumya Das
First published: