ଚେତନା ରାଜ (ପ୍ରତୀକାତ୍ମକ ଛବି)
News18 Odia Digital
ଜଣାଶୁଣା କନ୍ନଡ଼ ଟିଭି ଅଭିନେତ୍ରୀ ଚେତନା ରାଜଙ୍କର ୨୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ପ୍ଲାଷ୍ଟିକ୍ ସର୍ଜରୀ ସମୟରେ ହୋଇଥିବା ଭୁଲ ଯୋଗୁଁ କନ୍ନଡ ଟିଭି ଅଭିନେତ୍ରୀ ଚେତନା ରାଜ ପ୍ରାଣ ହରାଇଛନ୍ତି। ଚର୍ବି ଅପସାରଣ ଅସ୍ତ୍ରୋପଚାର ପାଇଁ ସୋମବାର ଟିଭି ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ ସନ୍ଧ୍ୟାରେ ହଠାତ୍ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା, ଯାହା ପରେ ତାଙ୍କ ଫୁସଫୁସରେ ପାଣି ଜମା ହୋଇଯାଇଥିଲା। ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଥିଲେ। ପୋଲିସର ସୂଚନାନୁସାରେ ସେ ତାଙ୍କ ପିତାମାତାଙ୍କୁ ନ ଜଣାଇ ଅସ୍ତ୍ରୋପଚାର କରିଥିଲେ।
ନିକଟରେ ଆସିଥିବା ଖବର ସମସ୍ତଙ୍କୁ ଚକିତ କରିଛି। ପ୍ଲାଷ୍ଟିକ୍ ସର୍ଜରୀ ସମୟରେ ଭୁଲ୍ ହେତୁ କନ୍ନଡ଼ ଅଭିନେତ୍ରୀ ଚେତନା ରାଜ ପ୍ରାଣ ହରାଇଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ, କନ୍ନଡ଼ ଅଭିନେତ୍ରୀ ଚେତନା ରାଜ ତାଙ୍କ ପିତାମାତାଙ୍କୁ ଅସ୍ତ୍ରୋପଚାର ବିଷୟରେ କିଛି କହି ନାହାଁନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଚେତନା ତାଙ୍କ ସାଙ୍ଗମାନଙ୍କ ସହିତ ଡାକ୍ତରଖାନା ଯାଇଥିଲେ। ଝିଅର ମୃତ୍ୟୁ ଖବର ଶୁଣିବା ପରେ ପରିବାର ସଦସ୍ୟ ଡାକ୍ତରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉପଯୁକ୍ତ ଯନ୍ତ୍ରପାତି ବିନା ଅସ୍ତ୍ରୋପଚାର କରାଯାଇଥିଲା। ଅଭିନେତ୍ରୀଙ୍କ ପିତାମାତା ଡାକ୍ତରଙ୍କୁ ଅବହେଳା କରିଥିବା ନେଇ ଅଭିଯୋଗ କରିଛନ୍ତି ଓ ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଭୁଲ ହେତୁ ଚେତନାଙ୍କ ମୃତ୍ୟୁ ଘଟିଛି। ଚେତନା ରାଜ ବାଙ୍ଗାଲୋରର ଅବବିଗେରାରୁ ଆସିଛନ୍ତି। ଅସ୍ତ୍ରୋପଚାର ସମୟରେ ତାଙ୍କ ଫୁସଫୁସରେ ପାଣି ଜମା ହୋଇ ମୃତ୍ୟୁ ହେତୁ ଡାକ୍ତରଖାନାର ଅଧିକାରୀମାନେ କହିଛନ୍ତି।
ଚେତନା ରାଜଙ୍କ ପିତା ଗୋବିନ୍ଦା ରାଜ କହିଛନ୍ତି ଯେ ତାଙ୍କ ଝିଅ ସୋମବାର ସକାଳ ୮.୩୦ ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନେ ଏହା ବିଷୟରେ ଜାଣିବା ବେଳକୁ ଅପରେସନ୍ ଆରମ୍ଭ ହୋଇସାରିଛି। ସନ୍ଧ୍ୟା ସୁଦ୍ଧା ଫୁସଫୁସ ପାଣି ଓ ଚର୍ବିରେ ଭରିଯିବାରୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଆଇସିୟୁରେ କୌଣସି ଉପଯୁକ୍ତ ସୁବିଧା ନାହିଁ। ଚେତନା ରାଜ ଏକ ଚର୍ବି ଅପସାରଣ ଅସ୍ତ୍ରୋପଚାର ପାଇଁ ପରିବାରରୁ ଅନୁମତି ମାଗିଥିଲେ କିନ୍ତୁ ପରିବାର ତାଙ୍କୁ ଅସ୍ତ୍ରୋପଚାର ନକରିବାକୁ କହିଥିଲେ। ସେ କହିଛନ୍ତି ଯେ ପରିବାର ସଦସ୍ୟଙ୍କ ବିନା ଜାଣତରେ ସେ ଅସ୍ତ୍ରୋପଚାର କରୁଛନ୍ତି।
ସେ କହିଛନ୍ତି ଯେ ଡାକ୍ତରଖାନାର ଅବହେଳା ହେତୁ ମୋ ଝିଅର ମୃତ୍ୟୁ ଘଟିଛି। ପିତାମାତାଙ୍କ ସମ୍ମତି ବିନା ଓ ଉପଯୁକ୍ତ ଯନ୍ତ୍ରପାତି ବିନା ଡାକ୍ତରମାନେ ଅସ୍ତ୍ରୋପଚାର କରିଛନ୍ତି। ସେ କହିଥିଲେ ଯେ 'ମୋ ଝିଅ ସୁସ୍ଥ ଥିଲା। ସେ ସଂପୂର୍ଣ୍ଣ ଭଲ ଥିଲ। ସେ ନିଜ ସାଙ୍ଗମାନଙ୍କ ସହିତ ଡାକ୍ତରଖାନା ଯାଇଥିଲେ'। କେହି କେହି ତାଙ୍କୁ ପରାମର୍ଶ ଦେଇଥିଲେ ଯେ ତାଙ୍କ ଅଣ୍ଟାରେ ଅଧିକ ଚର୍ବି ଅଛି ଓ ସେ କୌଣସି ପରିବାରର ସଦସ୍ୟଙ୍କ ପରାମର୍ଶ ନକରି ଅସ୍ତ୍ରୋପଚାର ପାଇଁ ଆସିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।