ଭୁଲ ସର୍ଜରୀ ପାଇଁ ଅସୁନ୍ଦର ହୋଇଗଲା କନ୍ନଡ ଅଭିନେତ୍ରୀ ସ୍ବାତୀ ସତୀଶଙ୍କ ଚେହେରା

Swathi Sathish Surgery: କନ୍ନଡ ଅଭିନେତ୍ରୀ ସ୍ବାତୀ ସତୀଶଙ୍କୁ ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର। ରୁଟ୍ କ୍ୟାନାଲ୍ ସର୍ଜରୀ ପାଇଁ ବଦଳିଯାଇଛି ତାଙ୍କ ସମ୍ପୂର୍ଣ୍ଣ ଚେହେରା। ବର୍ତ୍ତମାନ ଏହି ଅଭିନେତ୍ରୀ ଡାକ୍ତରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଭୁଲ ସର୍ଜରୀ ପାଇଁ ଅସୁନ୍ଦର ହୋଇଗଲା କନ୍ନଡ ଅଭିନେତ୍ରୀ ସ୍ବାତୀ ସତୀଶଙ୍କ ଚେହେରା

ଭୁଲ ସର୍ଜରୀ ପାଇଁ ଅସୁନ୍ଦର ହୋଇଗଲା କନ୍ନଡ ଅଭିନେତ୍ରୀ ସ୍ବାତୀ ସତୀଶଙ୍କ ଚେହେରା

  • Share this:
News18 Odia Digital

Swathi Sathish Surgery: ଫିଲ୍ମ ଓ ଟିଭି ତାରକାମାନଙ୍କ ପାଇଁ ତାଙ୍କ ଚେହେରା ଓ ସୌନ୍ଦର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣନ୍ତି। କିନ୍ତୁ ଯେତେବେଳେ ଏହା କୌଣସି କାରଣରୁ ନଷ୍ଟ ହୋଇଯାଏ, ସେତେବେଳେ କ୍ୟାରିୟର ମଧ୍ୟ ନଷ୍ଟ ହୋଇଯାଏ। ସୁନ୍ଦର ଦେଖାଯିବା ପାଇଁ ଅନେକ ତାରକା ବିଭିନ୍ନ ଅସ୍ତ୍ରୋପଚାର କରୁଥିବାବେଳେ କାହା ପାଇଁ ଭଲ ସାବ୍ୟସ୍ତ ହୁଏ ତ ଆଉ କାହା ପାଇଁ ଏହାର ଖରାପ ପ୍ରଭାବ ପକାଇଥାଏ। ଇତିମଧ୍ୟରେ ଆଉ ଜଣେ ଅଭିନେତ୍ରୀଙ୍କୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି।

କନ୍ନଡ ଅଭିନେତ୍ରୀ ସ୍ବାତୀ ସତୀଶଙ୍କୁ ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର। ରୁଟ୍ କ୍ୟାନାଲ୍ ସର୍ଜରୀ ପାଇଁ ବଦଳିଯାଇଛି ତାଙ୍କ ସମ୍ପୂର୍ଣ୍ଣ ଚେହେରା। ବର୍ତ୍ତମାନ ଏହି ଅଭିନେତ୍ରୀ ଡାକ୍ତରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଖରାପ ସର୍ଜରୀ ପରେ ସ୍ବାତୀ ସତୀଶଙ୍କ ଚେହେରା ଖରାପ ହୋଇଯାଇଛି

ସ୍ବାତୀ ସତୀଶଙ୍କ ସର୍ଜରୀ ପରେ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ଚେହେରା ଖରାପ ହୋଇଯାଇଥିବାର ଦେଖିବାକୁ ମିଳୁଛି। 'ନ୍ୟୁଜ୍ ୧୮'ର ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁର ବାସିନ୍ଦା ସ୍ବାତୀ ସତୀଶଙ୍କୁ ରୁଟ୍ କ୍ୟାନାଲ୍ ଥେରାପି କରାଯାଇଥିଲା। ଏହା ପରେ ତାଙ୍କର ପୂରା ଚେହେରା ଫୁଲି ଯାଇ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଡାକ୍ତର ସ୍ବାତୀ ସତୀଶଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଦୁଇ ତିନି ଦିନ ମଧ୍ୟରେ ତାଙ୍କ ଚେହେରା ଭଲ ହୋଇଯିବ ଓ ଫୁଲା ମଧ୍ୟ ଦୂର ହୋଇଯିବ।

ସର୍ଜରୀ ହେତୁ ତାଙ୍କ ମୁହଁ ଫୁଲି ଯାଇଥିବାରୁ‌ ସେ ପୂରା ଭିନ୍ନ ଦିଶୁଛନ୍ତି। ଏପରିକି ସେ ଘରୁ ବାହାରକୁ ଯିବା ମଧ୍ୟ ବନ୍ଦ କରି ଦେଇଛନ୍ତି।

ତାଙ୍କର ଏହି ସର୍ଜରୀକୁ ୩ ସପ୍ତାହ ବିତି ଯାଇଥିଲେ ବି ତ‌ାଙ୍କ ମୁହଁ ଫୁଲିବା ଏଯାଏ କମିନି ଓ ସେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଥିବା କଥା ଗଣମାଧ୍ୟମରେ କହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ରୁଟ୍‌ କ୍ୟାନାଲ୍‌ ଉପରେ ତାଙ୍କୁ ଭୁଲ୍‌ ଭାଲ୍‌ ସୂଚନା ଦିଆଯାଇଥିବାରୁ ତାଙ୍କ ସହ ଆଜି ଏପରି ଘଟିଛି। ଆନେସ୍ଥେସିଆ ଜାଗାରେ ଡାକ୍ତର ତାଙ୍କୁ ସାଲିସିଲିକ୍‌ ଏସିଡ୍‌ ଦେଇଥିବା ସେ ତାଙ୍କ ଅଭିଯୋଗରେ କହିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ କୌଣସି ଅଭିନେତ୍ରୀଙ୍କ ଏପରି ଅବସ୍ଥା ହୋଇଛି। ତାଙ୍କ ପୂର୍ବରୁ ଅନେକ ଜଣଙ୍କ ସହ ଏମିତି ଘଟିସାରିଛି। କିଛି ଅଭିନେତ୍ରୀଙ୍କ ଜୀବନ ମଧ୍ୟ ଚାଲିଯାଇଛି।

ଗତ ସପ୍ତାହରେ ପ୍ଲାଷ୍ଟିକ ସର୍ଜରୀରେ ଚେତନା ରାଜଙ୍କର ମୃତ୍ୟୁ ହୋଇଥିଲା

ଗତ ମାସ ଅର୍ଥାତ୍ ମେରେ ୨୧ ବର୍ଷୀୟା କନ୍ନଡ ଅଭିନେତ୍ରୀ ଚେତନା ରାଜ ପ୍ଲାଷ୍ଟିକ୍ ସର୍ଜରୀ ହେତୁ ମୃତ୍ୟୁ ବରଣ କରିଥିଲେ। ଖବର ଅନୁଯାୟୀ ଚେତନା ରାଜ ଚର୍ବିମୁକ୍ତ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ଯାଇଥିଲେ। ଅସ୍ତ୍ରୋପଚାର ପରେ ଚେତନା ରାଜଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ଓ ଫୁସଫୁସ ପାଣିରେ ଭରିଯାଇଥିଲା। ଯାହା ଦ୍ବାରା ତାଙ୍କ ମୃତ୍ୟୁ ଘଟିଥିଲା।
Published by:Lipina Das
First published: