Video: କଙ୍ଗନା ରାଣାୱତଙ୍କ କାର୍‌କୁ ପଞ୍ଜାବରେ ଲୋକେ ଅଟକାଇଲେ, କହିଲେ ସେ କ୍ଷମା ମାଗନ୍ତୁ

Kangana Ranawat car stopped in Punjab by farmers | ଅଭିନେତ୍ରୀ କଙ୍ଗନା ରାଣାୱତ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନଙ୍କୁ ‘ଖଲିସ୍ତାନୀ ଆତଙ୍କବାଦୀ’ଙ୍କ ସହିତ ତୁଳନା କରିଥିବା ଅଭିଯୋଗ ହୋଇଥିଲା । ସେହି ମନ୍ତବ୍ୟ ଯୋଗୁଁ ପଞ୍ଜାବର ଅନେକ କୃଷକ ଆକ୍ରୋଶିତ ହୋଇଥିଲେ ।

ଅଭିନେତ୍ରୀ କଙ୍ଗନା ରାଣାୱତ (ଫାଇଲ୍ ଫଟୋ)

ଅଭିନେତ୍ରୀ କଙ୍ଗନା ରାଣାୱତ (ଫାଇଲ୍ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ (Kangana Ranawat) କାରକୁ ଲୋକେ ପଞ୍ଜାବର ରୂପନଗର ଜିଲ୍ଲାରେ କିଛି ସମୟ ପାଇଁ ଅଟକାଇଥିଲେ । କାର୍‌ ଅଟକାଇ ଲୋକେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନ (farmers agitation) ଉପରେ କଙ୍ଗନା ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

ରୂପନଗର ଜିଲ୍ଲାର କିରାଟପୁର ସାହିବରେ ଶୁକ୍ରବାର ଦିନ ଏହି ଘଟଣା ଘଟିବା ବେଳେ କଙ୍ଗନା ହିମାଚଳ ପ୍ରଦେଶରୁ ଫେରୁଥିଲେ । ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି, ‘‘ମୁଁ ପଞ୍ଜାବରେ ପ୍ରବେଶ କରିବା ସମୟରେ ମୋ’ କାର୍‌ ଉପରେ ଉଗ୍ର ଲୋକେ ଆକ୍ରମଣ କରିଥିଲେ... ସେମାନେ କହୁଛନ୍ତି ଯେ ସେମାନେ କୃଷକ ।’’

ଏହା ବି ପଢ଼ନ୍ତୁ | ବାତ୍ୟା Jawad ଓଡ଼ିଶା ଉପକୂଳ ମୁହାଁ ହେଉଛି; ଗୁଲାବଠାରୁ ଟିକିଏ ଅଧକ ଓ ତିତଲିଠାରୁ କମ୍‌ ରହିବ

ଏହି ଘଟଣା ବିଷୟରେ ପୋଲିସ କହିଛି ଯେ ଗଙ୍ଗନା ଯେତେବେଳେ ନିଜ କାରରେ ବସୁ ରୂପନଗରର କିରାଟପୁର ସାହିବ ନିକଟସ୍ଥ ବଙ୍ଗା ସାହିବ ଗୁରୁଦ୍ୱାରରେ ପହଞ୍ଚିଥିଲେ, ଏକ କୃଷକ ସଙ୍ଗଠନର ପତାକା ଧରିଥିବା ଦଳେ ପୁରୁଷ ଓ ମହିଳା ତାଙ୍କ କାରକୁ ଆଗକୁ ବଢ଼ିବାକୁ ଦେଇ ନ ଥିଲେ । ଆକ୍ରୋଶିତ ଲୋକେ କେନ୍ଦ୍ରର ତିନୋଟି କୃଷି ଆଇନ୍‌ ବିରୋଧରେ ଚାଲିଥିବା କୃଷକମାନଙ୍କ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

ଏହା ବି ପଢ଼ନ୍ତୁ | ସ୍ୱାମୀଙ୍କ ସହ ୭ ଦିନ ଏକାଠି ରହିବେ ତପସ୍ବିନୀ; ଥାନାଧିକାରୀଙ୍କ ଦେଖାଶୁଣାରେ ରହିବେ: କହିଲେ କୋର୍ଟ

ଏହି ଘଟଣା ଯୋଗୁଁ କଙ୍ଗନାଙ୍କ କାର୍‌ ପ୍ରାୟ ଅଧ ଘଣ୍ଟା ପାଇଁ ସେଇଠି ଅଟକି ରହିଥିଲା । ପୋଲିସ୍ କହିଛି ଯେ କଙ୍ଗନା ସେଇଠି ତାଙ୍କୁ ବିରୋଧ କରୁଥିବା କେତେକ ମହିଳାଙ୍କ ସହ କଥା ମଧ୍ୟ ହୋଇଥିଲେ। ପୋଲିସ ଲୋକମାନଙ୍କୁ ବୁଝାଇ ସୁଝାଇ ମନାଇବା ପରେ ବିକ୍ଷୋଭକାରୀମାନେ ଅଭିନେତ୍ରୀଙ୍କ କାରକୁ ରୂପନଗରରୁ ଯିବାକୁ ଦେଇଥିଲେ ।



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନଲାଇନରେ ହେଲା ବାହାଘର; କନ୍ୟା ଘର ବଲାଙ୍ଗିରରେ, ବର ଘର ମୁମ୍ବାଇରେ, ବିବାହ ଆମେରିକାରେ

ପୂର୍ବରୁ ଅଭିନେତ୍ରୀ କଙ୍ଗନା ରାଣାୱତ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନଙ୍କୁ ‘‘ଖଲିସ୍ତାନୀ ଆତଙ୍କବାଦୀ’’ଙ୍କ ସହିତ ତୁଳନା କରିଥିବା ଅଭିଯୋଗ ହୋଇଥିଲା । ସେହି ମନ୍ତବ୍ୟ ଯୋଗୁଁ ଅନେକ କୃଷକ, ବିଶେଷତଃ ପଞ୍ଜାବର କୃଷକମାନେ, ଆକ୍ରୋଶିତ ହୋଇଥିଲେ । ଅତୀତରେ କଙ୍ଗନାଙ୍କ ମନ୍ତବ୍ୟ ଉପରେ କେତେକ ଏଫ୍.ଆଇ.ଆର୍. ମଧ୍ୟ ପଞ୍ଜୀକୃତ ହୋଇଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ମର୍ଡ଼ର: ନାବାଳକ ପୁଅ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

କିଛି ଦିନ ତଳେ କଙ୍ଗନାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ହେଲେ ଏହା ତାଙ୍କୁ ଆହୁରି ବିବାଦ ମଧ୍ୟକୁ ଟାଣି ନେଇଥିଲା । କଙ୍ଗନା ରାଣାୱତ କହିଥିଲେ ଯେ ଭାରତ ୨୦୧୪ ମସିହାରେ ହିଁ ସ୍ୱାଧୀନତା ପାଇଥିଲା । ସେ କହିଥିଲେ ଯେ ୧୯୪୭ରେ ଦେଶକୁ ମିଳିଥିବା ସ୍ୱାଧୀନତା ବାସ୍ତବରେ ‘‘ଭିକ’’ (ଭିକ୍ଷା) ଥିଲା ଓ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ଭାରତକୁ ବାସ୍ତବରେ ସ୍ୱାଧୀନତା ମିଳିଥିଲା । ଏହି ମନ୍ତବ୍ୟ ଖୁବ୍‌ ବିବାଦୀୟ  ହୋଇଥିଲା ଓ କଙ୍ଗନା କ୍ଷମା ମାଗନ୍ତୁ ବୋଲି ଅନେକ ଲୋକ ଦାବି କରିଥିଲେ ।
Published by:Anand S.T. Das
First published: