ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବୋଲ୍ଡ ଡ୍ରେସ ପିନ୍ଧି ବାହାରେ ନଜର ଆସିଲେ କଙ୍ଗନା; ସଂସ୍କୃତି କଥା ମନେପକାଇଲେ ଲୋକ

ବୋଲ୍ଡ ଡ୍ରେସ ପିନ୍ଧି ବାହାରେ ନଜର ଆସିଲେ କଙ୍ଗନା; ସଂସ୍କୃତି କଥା ମନେପକାଇଲେ ଲୋକ

ଫିଲ୍ମ ପ୍ରମୋଶନ ସମୟରେ କଙ୍ଗନା ରଣୱତ ଏକ ଡିପ୍ ନେକ୍ ନୀ-ଲେନ୍ଥ ଡ୍ରେସ୍ ପିନ୍ଧିଥିଲେ। ଲୋକମାନେ କଙ୍ଗନାଙ୍କ ଏହି ବୋଲ୍ଡ ଅବତାରକୁ ନେଇ କମେଣ୍ଟ କରିଥିବା ବେଳେ ତାଙ୍କୁ ସଂସ୍କୃତିର କଥାକୁ ମନେପକେଇ ଦେଇଛନ୍ତି।

ବୋଲ୍ଡ ଡ୍ରେସ ପିନ୍ଧି ବାହାରେ ନଜର ଆସିଲେ କଙ୍ଗନା; ସଂସ୍କୃତି କଥା ମନେପକାଇଲେ ଲୋକ
ପୁଣି ଥରେ କଙ୍ଗନାଙ୍କୁ ଟ୍ରୋଲ କଲେ ଲୋକ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 20, 2021, 12:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ପଙ୍ଗା କ୍ୱିନ କଙ୍ଗନା ରାଣୱତ ଆଜିକାଲି ପୂରା ଇଣ୍ଡଷ୍ଟ୍ରୀ ଓ ମହାରାଷ୍ଟ୍ର ସରକାର ସହ ପଙ୍ଗା ନେବା ପାଇଁ ଅନେଇ ବସିଛନ୍ତି। ତାଙ୍କର ରୋକଠୋକ କଥା ନେଇ ସେ ପ୍ରାୟ ସମୟରେ ବିବାଦ ଘେରକୁ ଆସିଥାନ୍ତି। କେତେବେଳେ ସରକାରଙ୍କୁ ନେଇ ଟାର୍ଗେଟ୍ କରନ୍ତି ତ ପୁଣି କେତେବେଳେ ସଂସ୍କୃତିର କଥା ଉଠାନ୍ତି। ଏନେଇ ତାଙ୍କ ମତକୁ ନେଇ ପ୍ରାୟ ସମୟରେ ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କ ଫିଲ୍ମ ‘ଥଲାଇଭୀ’ ପାଖାପାଖି ମାସେ ହେବ ରିଲିଜ୍ ହୋଇ ସାରିଛି। ଏହା ମଧ୍ୟ ଦର୍ଶକଙ୍କ ଖୁବ ପ୍ରଶଂସା ସାଉଁଟୁଛି।

ଥଲାଇଭୀ’ ପରେ କଙ୍ଗନା ବର୍ତ୍ତମାନ ‘ଧାକଡ୍’ରେ ଧମାକା କରିବା ନେଇ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଏହି ଫିଲ୍ମ ୨୦୨୨ରେ ରିଲିଜ୍ ହେବାର ଯୋଜନା ରହିଛି। ଏନେଇ ସେ ନିଜର ଫିଲ୍ମର ପ୍ରମୋଶନ ପାଇଁ ବାହାରିଛନ୍ତି। ଏହି ସମୟରେ ସେ ଯେଉଁ ଡ୍ରେସ୍ ପିନ୍ଧୁଥିଲେ ତାକୁ ନେଇ ଟ୍ରୋଲ୍‌ର ଶିକାର ହୋଇଛନ୍ତି।

ଫିଲ୍ମ ପ୍ରମୋଶନ ସମୟରେ କଙ୍ଗନା ରଣୱତ ଏକ ଡିପ୍ ନେକ୍ ନୀ-ଲେନ୍ଥ ଡ୍ରେସ୍ ପିନ୍ଧିଥିଲେ। ଏହା ସହିତ ତାଙ୍କ ଚୁଟିକୁ ପଛ ପଟେ ବାନ୍ଧିଥିଲେ। ଏଜି ଲୁକରେ ସେ ବୋଲ୍ଡ ଦେଖାଯାଉଥିଲେ ବି କ୍ୟୁଟ ଲାଗୁଥିଲେ। କିନ୍ତୁ ଲୋକଙ୍କୁ କଙ୍ଗନାଙ୍କ ଏହି ବୋଲ୍ଡ ଅବତାର ପସନ୍ଦ ଆସି ନ ଥିବା ଜଣାଯାଏ। ପୂର୍ବରୁ କଙ୍ଗନା ଆଲିଆ ଭଟ୍ଟଙ୍କ ଏକ ବିଜ୍ଞାପନକୁ ସଂସ୍କୃତିର କଥା ଉଠେଇଥିଲେ। ତେବେ ଲୋକମାନେ କଙ୍ଗନାଙ୍କ ଏହି ବୋଲ୍ଡ ଅବତାରକୁ ନେଇ କମେଣ୍ଟ କରିଥିବା ବେଳେ ତାଙ୍କୁ ସଂସ୍କୃତିର କଥାକୁ ମନେପକେଇ ଦେଇଛନ୍ତି। ଏହାପରେ ଏଭଳି ପୋଷାକ ନ ପିନ୍ଧିବା ନେଇ ଉପଦେଶ ମଧ୍ୟ ଦେଇଛନ୍ତି।

କଙ୍ଗନା ଯେତେବେଳେ ଏଭଳି ବୋଲ୍ଡନେସରେ ନିଜ ଫିଲ୍ମର ପ୍ରଚାର ଅଭିଯାନ ଚଳେଇଥିଲେ ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଲୋକେ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ତେବେ କଙ୍ଗନାଙ୍କ ଟ୍ରୋଲ୍ ହେବା ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ନିଜ ପୋଷାକକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି। ପୂର୍ବରୁ ଏକ ବ୍ରାଲେଟ୍ ପିନ୍ଧି ସେ ସୋସିଆଲ ମିଡ଼ିଆରେ ଫଟୋ ଶେୟାର କରିଥିଲେ। ଏହାକୁ ନେଇ ସେ ମଧ୍ୟ ଖୁବ ଟ୍ରୋଲର ଶିକାର ହୋଇଥିଲେ। କିନ୍ତୁ ଏ ସବୁକୁ ସେ ଖାତିର ନ କରୁଥିବା ଦେଖାଯାଏ। କାରଣ ଟ୍ରୋଲର ଶିକାର ପରେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ବୋଲ୍ଡ ଫଟୋ ଶେୟାର କରି ଚାଲିଥିଲେ।

କନ୍ୟାଦାନ ବିଜ୍ଞାପନରେ ନିଜର ବିଚାରକୁ ଶେୟାର କରି କଙ୍ଗନା ରଣୱତ ଆଲିଆ ଭଟ୍ଟ ଓ ବ୍ରାଣ୍ଡକୁ ଟାର୍ଗେଟ କରିଥିଲେ। କଙ୍ଗନା କହିଥିଲେ ଯେ ଏହି ବିଜ୍ଞାପନ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଓ ଧର୍ମ ଓ ସଂଖ୍ୟାଲଘୁ ରାଜନୀତିର ଫାଇଦା ଉଠାଇବା ପାଇଁ ଏକ ପ୍ରୟାସ। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଥିଲେ, “ସମସ୍ତ ବ୍ରାଣ୍ଡ୍‌କୁ ନମ୍ର ଅନୁରୋଧ... ନିଜ ଜିନିଷ ବିକ୍ରି ପାଇଁ ଧର୍ମ, ସଂଖ୍ୟାଲଘୁ, ସଂଖ୍ୟାଗରିଷ୍ଠ ରାଜନୀତିକୁ ବ୍ୟବହାର କରନ୍ତୁ ନାହିଁ।
Published by: Soumya Das
First published: October 20, 2021, 12:28 PM IST