ବଡ଼ ପର୍ଦ୍ଦାରେ ସୀତା ବନିବେ କଙ୍ଗନା ରାଣଓ୍ୱତ; ଏହି ଚରିତ୍ର ପାଇଁ କରୀନା ମାଗିଥିଲେ ମୋଟା ଅଙ୍କର ଫିସ

କଙ୍ଗନା ବର୍ତ୍ତମାନ ଏପିକ ଡ୍ରାମା ‘ଦ ଇନ୍କାର୍ନେସନ୍-ସୀତା’ରେ ମୁଖ୍ୟ ଭୂମିକା କରିବାକୁ ଯାଉଥିବା ବେଳେ ସେ ଏଥିରେ ସୀତା ଭୂମିକାରେ ନଜର ଆସିବେ।

ସୀତା ଚରିତ୍ରରେ ଅଭିନୟ କରିବେ କଙ୍ଗନା (ପ୍ରତୀକାତ୍ମକ ଛବି)

ସୀତା ଚରିତ୍ରରେ ଅଭିନୟ କରିବେ କଙ୍ଗନା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ : ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଓ ୪ ଥର ରାଷ୍ଟ୍ରୀୟ ପୁରଷ୍କାର ଜିତିଥିବା କଙ୍ଗନା ରାଣୱତ ପର୍ଦ୍ଦାରେ ଜୟଲଳିତାଙ୍କ ଭୂମିକା ନିଭେଇବା ପରେ ବର୍ତ୍ତମାନ ଆଉ ଏକ ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଙ୍ଗନା ବର୍ତ୍ତମାନ ଏପିକ ଡ୍ରାମା ‘ଦ ଇନ୍‌କାର୍‌ନେସନ୍‌-ସୀତା’ରେ ମୁଖ୍ୟ ଭୂମିକା କରିବାକୁ ଯାଉଥିବା ବେଳେ ସେ ଏଥିରେ ସୀତା ଭୂମିକାରେ ନଜର ଆସିବେ। ଅଫିସିଆଲି ଏହାର ଘୋଷଣା କରାଯାଇଛି। କିଛି ଦିନ ପୂର୍ବରୁ ଏହି ପ୍ରୋଜେକ୍ଟରେ ମୁଖ୍ୟ ଭୂମିକା ନିଭେଇବା ପାଇଁ କରୀନା କପୁରଙ୍କ ନାମ ଆସିଥିଲା। ସେତେବେଳେ କୁହାଯାଉଥିଲା ଯେ କରୀନା ଏହି ରୋଲ କରିବା ନେଇ ମୋଟା ଅଙ୍କର ଫିସ ଦାବି କରିଥିଲେ।

ଥଲାଇବୀ’ ପରେ ‘ସୀତା’ କଙ୍ଗନାଙ୍କର ଆଉ ଏକ ଭାରତୀୟ ସଂସ୍କୃତି ଧର୍ମୀ ଫିଲ୍ମ ହେବ। ଅଲୌକିକ ଦେଶାଈ ‘ସୀତା’ର ନିର୍ଦ୍ଦେଶନା ଦେବେ। ବିଜେନ୍ଦ୍ର ପ୍ରସାଦ ଏହି ଫିଲ୍ମକୁ ଲେଖିଛନ୍ତି। ଅନେକ ନାମ ଆସିବା ପରେ ବର୍ତ୍ତମାନ ନିର୍ମାତା କଙ୍ଗନା ରଣାୱତଙ୍କ ନାମରେ ମୋହର ମାରିଛନ୍ତି। ସେହିଭଳି କଙ୍ଗନା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ଏହି ଖବରକୁ ନିଶ୍ଚିତ କରିଛନ୍ତି।

ଏସଏସ ଷ୍ଟୁଡିଓର ପ୍ରଯୋଜକ ସଲୋନୀ ଶର୍ମା କହିଛନ୍ତି ଯେ “ଜଣେ ମହିଳା ହିସାବରେ କଙ୍ଗନାଙ୍କୁ ଏହି ଫିଲ୍ମରେ ସ୍ୱାଗତ କରିବା ନେଇ ମୋଠାରୁ ଆଉ କେହି ବେଶି ଖୁସି ନାହାନ୍ତି। କଙ୍ଗନାଙ୍କ ପାଖରେ ଅସଲି ଭାରତୀୟ ମହିଳାଙ୍କ ସବୁ ଗୁଣ ଅଛି। ସେ ନିର୍ଭୟ, ବାହାଦୂର୍ ଓ ଖୋଲା ହୃଦୟର ଲୋକ।”କଙ୍ଗନା ବର୍ତ୍ତମାନ ବଲିଉଡ଼ର ଜଣେ ବ୍ୟସ୍ତବହୁଳ ଅଭିନେତ୍ରୀ। ତାଙ୍କ ସିନେମା ‘ଥଲାଇବୀ’ ବର୍ତ୍ତମାନ ରିଲିଜ୍ ହୋଇ ସାରିଛି। ବର୍ତ୍ତମାନ ଏହି ଅଭିନେତ୍ରୀ ‘ଧାକଡ଼’ ଓ ‘ତେଜସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।
Published by:Soumya Das
First published:
)}