News18 Odia Digital
ମୁମ୍ବାଇ: ପୁଷ୍ପା ବ୍ଲକ ବଷ୍ଟର ହେବା ପରେ ପ୍ରଥମ ଥର ପାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି ପଙ୍ଗା ଗାର୍ଲ କଙ୍ଗନା ରାଣାୱତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରକୁ ନେଇ ଅନେକ କଥା ଲେଖିଛନ୍ତି କଙ୍ଗନା। ସେ ଏକ ପୋଷ୍ଟ ସେୟାର କରି ସାଉଥ ଫିଲ୍ମର ସଫଳତା ବାବଦରେ ବଖାଣିଛନ୍ତି।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଆଜିକାଲି ଦକ୍ଷିଣ ଚଳଚ୍ଚିତ୍ର କାହିଁକି ସଫଳତା ପାଇ ଚାଲିଛି ତାହାର ବିଭିନ୍ନ କାରଣ ଦର୍ଶାଇଛନ୍ତି। ତାଙ୍କ କହିବା କଥା ହେଉଛି ପ୍ରଥମେ ଏହି ଫିଲ୍ମଗୁଡ଼ିକ ଭାରତୀୟ ସଂସ୍କୃତି ସହିତ ଜଡ଼ିତ। ଫିଲ୍ମଗୁଡ଼ିକରେ ପାରିବାରିକ କାହାଣୀ ରହିବା ସହିତ ପରମ୍ପରାର ଝଲକ ମଧ୍ୟ ଦେଖିବାକୁ ମିଳେ। ସେମାନଙ୍କର ଉତ୍ସାହ ଏବଂ କାର୍ଯ୍ୟ କରିବା ଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ।
ଏହା ସହିତ, ଶେଷରେ ସେ ପରାମର୍ଶ ଦେଇ ଲେଖିଛନ୍ତି ଯେ ସେ ନିଜକୁ ବଲିଉଡ଼ ଦ୍ୱାରା ଭ୍ରଷ୍ଟ ହେବାକୁ ସୁଯୋଗ ଦିଅନ୍ତୁ ନାହିଁ। କଙ୍ଗନା ତାଙ୍କର ଏହି ପୋଷ୍ଟରେ ‘ପୁଷ୍ପା’ ଚଳଚ୍ଚିତ୍ରର 'ଓ ଅନ୍ତୱା' ଗୀତକୁ ଲଗାଇ ସେୟାର କରିଛନ୍ତି।
ଏହା ପୂର୍ବରୁ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ଯୋଗୀ ଆଦିତ୍ୟନାଥ କହୁଥିବା ଦେଖାଯାଇଥିଲା ଯେ ଦୁନିଆର ଫିଲ୍ମ ସିଟି ହେବ, ସବୁଠାରୁ ଭଲ ଫିଲ୍ମ ସିଟି ହେବ। ଏହାପରେ ଏକ କଥାର ଜବାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ସେ ନିଶ୍ଚିତ ଭାବରେ କଙ୍ଗନା ରାଣାୱତଙ୍କ ଫିଲ୍ମ ଦେଖିବେ। ଏହି ଭିଡିଓ କ୍ଲିପକୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିବା ସହିତ କଙ୍ଗନା 'ମହାରାଜ ଜୀ' ବୋଲି ଲେଖିଥିଲେ।
ଯଦି ପଙ୍ଗା ଗାର୍ଲ କଙ୍ଗନାଙ୍କ କାମର କଥା କୁହାଯାଏ ତେବେ ତାଙ୍କ ହାତରେ ଅନେକ ଫିଲ୍ମ ଅଛି। ଏହିସବୁ ଫିଲ୍ମ ଭିତରେ 'ଧାକଡ୍', 'ତେଜସ୍' ଭଳି ଦମଦାର ଫିଲ୍ମ ମଧ୍ୟ ରହିଛି। ଏହି ଦୁଇଟି ଚଳଚ୍ଚିତ୍ର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ବର୍ତ୍ତମାନ କଙ୍ଗନା ରାଣାୱତ୍ ତାଙ୍କ ନିଜ ପ୍ରଡକ୍ସନ୍ ହାଉସ୍ର ଡେବ୍ୟୁ ଫିଲ୍ମ 'ଟିକୁ ୱେଡ୍ସ ଶେରୁ'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ଅବନୀତ କୌର ମୁଖ୍ୟ ଭୂମିକାରେ ନଜର ଆସିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।