News18 Odia Digital
Kangana Ranaut returns to twitter: ଦୀର୍ଘ ଦିନ ପରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରକୁ ଫେରିଲେ ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ। ୨୦୨୧ରେ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ପୋଷ୍ଟ କରିବାକୁ ନେଇ ଅଭିନେତ୍ରୀଙ୍କ ଟ୍ବିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ଅଚଳ ରଖାଯାଇଥିଲା।
ସେହିପରି ଗତ ୨୪ ତାରିଖରେ କଙ୍ଗନାଙ୍କ ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ କରାଯାଇଥିଲା। ଆକାଉଣ୍ଟ ଆକ୍ଟିଭ ହେବା ପରେ ସଙ୍ଗେ ସଙ୍ଗେ କଙ୍ଗନା ଟ୍ବିଟ ପରେ ଟ୍ବିଟ କରିବାରେ ଲାଗିଛନ୍ତି ଅଭିନେତ୍ରୀ।
ସେହିପରି ଏକ ଟ୍ବିଟରେ ନିଜର ଆଗାମୀ ଫିଲ୍ମ ‘ଏମର୍ଜେନ୍ସୀ’ର ସୁଟିଂ ଶେଷ ହେବା ଖବର ଦେଇ ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି କଙ୍ଗନା। ସେହିପରି ସେ କରିଥିବା ଟ୍ବିଟର କ୍ୟାପସନରେ ଲେଖିଛନ୍ତି, “ଏହା ଶେଷ ହୋଇଛି!!! ‘ଏମର୍ଜେନ୍ସୀ’ର ସୁଟିଂ ସଫଳତାର ସହିତ ସମାପ୍ତ ହୋଇଛି। ଚଳିତ ବର୍ଷ ୨୦ ଅକ୍ଟୋବରରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖା ହେବ।’’ ଏହି କ୍ୟାପସନ ସହ ଫିଲ୍ମ ନିର୍ମାଣ ସମୟର କିଛି ଭିଡିଓ ମଧ୍ୟ ସେୟାର କରିଛନ୍ତି ସେ।
ଯଦି ଫିଲ୍ମ କଥା କହିବା ତେବେ ‘ଏମର୍ଜେନ୍ସୀ’ରେ କଙ୍ଗନା ପୂର୍ବତମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ଦେଶରେ ଜାରି ହୋଇଥିବା ପ୍ରଥମ ଏମର୍ଜେନ୍ସୀର କାହାଣୀ ଦେଖିବାକୁ ମିଳିବ।
ପ୍ରକାଶ ଥାଉକି ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କଙ୍ଗନା ୨୦୨୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ଏକାଧିକ ଟ୍ବିଟ କରିବା ପରେ ଟ୍ବିଟର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ଟ୍ବିଟର କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ରଙ୍ଗଭେଦ ମାନସିକତାର ପରିଚୟ ବୋଲି କଙ୍ଗନା କହିଥିଲେ। ପଶ୍ଚିମବଙ୍ଗ ଏବେ ଦ୍ବିତୀୟ କାଶ୍ମୀର ପାଲଟିବାକୁ ଯାଉଛି ବୋଲି ମଧ୍ୟ କଙ୍ଗନା ଟ୍ବିଟ କରିଥିଲେ। ତେବେ ୨୦ ମାସ ବ୍ୟବଧାନ ପରେ ଅଭିନେତ୍ରୀ ଟ୍ବିଟରକୁ ଫେରିବା ପରେ ତାଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାରେ ଲାଗିପଡ଼ିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।