ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବରୁଣ ଗାନ୍ଧୀଙ୍କ ଟ୍ୱିଟର ପାଲଟା ଜବାବ ଦେଲେ ପଙ୍ଗା ଗାର୍ଲ; କହିଲେ ଯାଆ ଏବେ ଆହୁରି କାନ୍ଦ

ବରୁଣ ଗାନ୍ଧୀଙ୍କ ଟ୍ୱିଟର ପାଲଟା ଜବାବ ଦେଲେ ପଙ୍ଗା ଗାର୍ଲ; କହିଲେ ଯାଆ ଏବେ ଆହୁରି କାନ୍ଦ

କଙ୍ଗନା ନିକଟରେ ଦେଶର ସ୍ୱାଧୀନତା ସମ୍ପର୍କରେ ଏପରି ବିବୃତ୍ତି ଦେଇଛନ୍ତି ଯେ କେତେ ଜଣ ତାଙ୍କ ମନ୍ତବ୍ୟକୁ ଆଦୌ ପସନ୍ଦ କରୁ ନାହାଁନ୍ତି। ସାଂସଦ ବରୁଣ ଗାନ୍ଧୀ କଙ୍ଗନା ରାନାୱତଙ୍କ ବିବୃତ୍ତିକୁ ଦେଶ ପ୍ରତି ଅପମାନ ବୋଲି ବୋଲି କହିଛନ୍ତି।

ବରୁଣ ଗାନ୍ଧୀଙ୍କ ଟ୍ୱିଟର ପାଲଟା ଜବାବ ଦେଲେ ପଙ୍ଗା ଗାର୍ଲ; କହିଲେ ଯାଆ ଏବେ ଆହୁରି କାନ୍ଦ
କଙ୍ଗନାଙ୍କ ଟ୍ୱିଟ ଯୋଗୁଁ ସେ ଟ୍ରେଣ୍ଡରେ ରହିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 12, 2021, 11:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କଙ୍ଗନା ରାନାୱତଙ୍କୁ କେବଳ 'ପଙ୍ଗା ଗାର୍ଲ କୁହାଯାଏ ନାହିଁ। ବିବାଦୀୟ ବିବୃତ୍ତି ପାଇଁ ହେଡଲାଇନରେ ଥିବା କଙ୍ଗନା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। 'ଡାଙ୍କେ କେ ଚୋଟ' ଉପରେ ତାଙ୍କ ବାର୍ତ୍ତା ବୋଲି କହିଥିବା କଙ୍ଗନା ନିକଟରେ ଦେଶର ସ୍ୱାଧୀନତା ସମ୍ପର୍କରେ ଏପରି ବିବୃତ୍ତି ଦେଇଛନ୍ତି ଯେ କେତେ ଜଣ ତାଙ୍କ ମନ୍ତବ୍ୟକୁ ଆଦୌ ପସନ୍ଦ କରୁ ନାହାଁନ୍ତି। ସେଥିପାଇଁ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ବହୁ କଥା ଶୁଣାଉଛନ୍ତି। ସାଂସଦ ବରୁଣ ଗାନ୍ଧୀ କଙ୍ଗନା ରାନାୱତଙ୍କ ବିବୃତ୍ତିକୁ ଜାତିର ପିତା ମହାତ୍ମା ଗାନ୍ଧୀ, ସହିଦ ମଙ୍ଗଲ ପାଣ୍ଡେ, ରାନୀ ଲକ୍ଷ୍ମୀବାଇ, ଭାଗବତ ସିଂ, ଚନ୍ଦ୍ରଶେଖର ଆଜାଦ, ନତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରତି ଅପମାନ ବୋଲି ବୋଲି କହିଛନ୍ତି। କଙ୍ଗନା ରାନାୱତ ମଧ୍ୟ ବରୁଣ ଗାନ୍ଧୀ ଟ୍ୱିଟରେ ପ୍ରତିକ୍ରିୟା ଦେଇଛନ୍ତି।

କଙ୍ଗନା ଲେଖିଛନ୍ତି ‘ଗାନ୍ଧୀଙ୍କୁ ଭିକ୍ଷାରେ ମିଳିଥିଲା ସ୍ୱାଧୀନତା । ଯାଆ ଏବେ ଆହୁରି କାନ୍ଦ ।’ କଙ୍ଗନାଙ୍କ ଏହି ପୋଷ୍ଟ ଅନେକଙ୍କୁ କଷ୍ଟ ଦେଇଛି । ସମସ୍ତେ ଏବେ କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି । ଟ୍ୱିଟରରେ ଏବେ ତାଙ୍କ ନାଁ ଟ୍ରେଣ୍ଡରେ ରହିଛି।

ଦେଶକୁ ସ୍ୱାଧୀନତା ଭିକ୍ଷାରେ ମିଳିଛି ବୋଲି ତାଙ୍କ ବୟାନ ଉପରେ ବରୁଣ ଗାନ୍ଧି ଟ୍ୱିଟ୍‌ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଏହି ଟ୍ୱିଟ୍‌ର ଫଟୋ ନେଇ କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି । ଆଉ ସେଥିରେ ବରୁଣ ଗାନ୍ଧିଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ, ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ୧୮୫୭ର ବିପ୍ଳବକୁ ନିୟନ୍ତ୍ରିତ କରାଯାଇଥିଲା । ଯେଉଁଥିପାଇଁ ବ୍ରିଟିଶ ସରକାର ପକ୍ଷରୁ ଅଧିକ ଅତ୍ୟାଚାର କରାଯାଇଥିଲା । ଏହାର ପ୍ରାୟ ଏକ ଶତାବ୍ଦୀ ପରେ ଆମ ଦେଶକୁ ସ୍ୱାଧୀନତା ମିଳିଥିଲା, ତାହା ପୁଣି ଗାନ୍ଧୀଙ୍କୁ ଭିକ୍ଷାରେ ଦିଆଯାଇଥିଲା । ଯାଆ ଏବେ ଆହୁରି କାନ୍ଦ ।

କ’ଣ କହିଥିଲେ କଙ୍ଗନା ?

ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ କଙ୍ଗନା ରାଣାୱତ କହିଥିଲେ ଯେ, କଂଗ୍ରେସ ରାଜ୍‌ ବ୍ରିଟିଶ ଶାସନର ପରବର୍ତ୍ତୀ ରୂପ ଥିଲା । ବାସ୍ତବରେ ଦେଶକୁ ୨୦୧୪ରେ ସ୍ୱାଧୀନତା ମିଳିଛି । ତାଙ୍କ ଇଶାରା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଆଡ଼ୁକୁ ଥିଲା । କଙ୍ଗନା ଏହା ମଧ୍ୟ କହିଥିଲେ ଯେ, ୧୯୪୭ରେ ଦେଶକୁ ଭିକ୍ଷାରେ ସ୍ୱାଧୀନତା ମିଳିଥିଲା ।ବରୁଣ ଗାନ୍ଧୀଙ୍କ ଟ୍ୱିଟ୍‌କଙ୍ଗନାଙ୍କ ଏହି ବିବୃତ୍ତିରେ ବରୁଣ ଗାନ୍ଧି ଟୁଇଟ୍ କରିଥିଲେ ଯେ, କେତେବେଳେ ମହାତ୍ମା ଗାନ୍ଧିଙ୍କ ତ୍ୟାଗ ଓ ତପସ୍ୟାକୁ ଅପମାନ ତ ଆଉ କେତେବେଳେ ତାଙ୍କ ହତ୍ୟାକାରୀକୁ ସମ୍ମାନ । ଆଉ ଏବେ ସହିଦ୍‌ ମଙ୍ଗଳ ପାଣ୍ଡେଙ୍କଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇ, ଭାଗତ ସିଂହ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ତିରସ୍କାର । ଏଭଳି ଚିନ୍ତାଧାରାକୁ କ’ଣ କୁହାଯିବ ? ପାଗଳାମୀ ନା ଦେଶଦ୍ରୋହୀ ।
Published by: Soumya Das
First published: November 12, 2021, 11:30 AM IST