News18 Odia Digital
KRK Arrested: ବଲିଉଡ ଅଭିନେତା କମାଲ ଆର ଖାନ (କେଆରକେ) ନିଜ ବିବାଦୀୟ ବୟାନ ହେତୁ ସବୁବେଳେ ଚଚ୍ଚାରେ ରୁହନ୍ତି। ପୁଣି ଥରେ ସେ ଅସୁବିଧାରେ ପଡିଛନ୍ତି। ୨୦୨୦ରେ ହୋଇଥିବା ଏକ ବିବାଦୀୟ ଟ୍ବିଟ ପାଇଁ କମଲ ଆର ଖାନଙ୍କୁ ବିମାନ ବନ୍ଦରରେ ମୁମ୍ବାଇର ମଲାଡ ପୋଲିସ ଗିରଫ କରିଛି। କେଆରକେ ପ୍ରଥମେ ବୋରିବଲି କୋର୍ଟରେ ଉପସ୍ଥାପିତ ହେବ।
ବିବାଦୀୟ ଟ୍ବିଟ ପାଇଁ ହେଲେ ଗିରଫକମାଲ ଆର ଖାନ ଜଣେ ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ ଭାବରେ ବେଶ୍ ଜଣାଶୁଣା। ଯିଏ ପ୍ରାୟତଃ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନଙ୍କ ବିରୋଧରେ ଭିଡିଓ ତିଆରି କରନ୍ତି। ଏଥି ସହିତ ମୁମ୍ବାଇରେ ପୁଣି ଥରେ କେଆରକେଙ୍କୁ ଗିରଫ କରାଯାଇଛି।
କୁହାଯାଉଛି ଯେ ୨୦୨୦ରେ ହୋଇଥିବା ବିବାଦୀୟ ଟ୍ବିଟ ପାଇଁ ମଲାଡ ପୋଲିସ ବିମାନବନ୍ଦରରୁ ତାଙ୍କୁ ଗିରଫ କରିଛି। ଧର୍ମ ସମ୍ପର୍କରେ ସୋସିଆଲ ମିଡ଼ିଆରେ ସେ ଏକ ବିବାଦୀୟ ଟ୍ୱିଟ୍ କରିଥିବାର ଅଭିଯୋଗ ହୋଇଛି। ଏଥି ସହିତ, ସୂଚନା ଅନୁଯାୟୀ ତାଙ୍କୁ ପ୍ରଥମେ ବୋରିବଲି କୋର୍ଟରେ ହାଜର କରାଯିବ।
ସଲମାନ ଖାନ ମାନହାନି ମକଦ୍ଦମା ଦାୟର କରିଥିଲେଏଥି ସହିତ, ଏହା ପୂର୍ବରୁ ମଧ୍ୟ କେଆରକେ ଅନେକ ଥର ଏହିପରି ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବରୁ ମଧ୍ୟ ତାଙ୍କ ବିବାଦୀୟ ବକ୍ତବ୍ୟ ପାଇଁ ତାଙ୍କୁ ଗିରଫ କରାଯାଇଛି। ସେହିପରି ୨୦୨୧ରେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। କାରଣ କେଆରକେ ତାଙ୍କ ଫିଲ୍ମ ‘ରାଧେ’ ବିଷୟରେ ଏକ ନକାରାତ୍ମକ ସମୀକ୍ଷା କରିଥିଲେ।
ପ୍ରକାଶ ଥାଉକି କେଆକେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ବଲିଉଡ ଓ ଭୋଜପୁରୀ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଟିଭିର ବହୁ ବିବାଦୀୟ ସୋ ବିଗ୍ ବସରେ ମଧ୍ୟ ଅଭିନୟ କରିଛନ୍ତି। କମାଲ ଆର ଖାନ ଜଣେ ଅଭିନେତା ତଥା ନିର୍ମାତା ମଧ୍ୟ। ସେ ଅନେକ ଫିଲ୍ମ ନିର୍ମାଣ ମଧ୍ୟ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।