ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ସଲମାନଙ୍କ ପରେ ମନୋଜଙ୍କୁ ଟାର୍ଗେଟ କଲେ କେଆରକେ; ମାନହାନି କେସ ଦାୟର କଲେ ମନୋଜ

ସଲମାନଙ୍କ ପରେ ମନୋଜଙ୍କୁ ଟାର୍ଗେଟ କଲେ କେଆରକେ; ମାନହାନି କେସ ଦାୟର କଲେ ମନୋଜ

ବଲିଉଡ଼ର 'ଦବଙ୍ଗ' ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ରାଧେ' ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କେଆରକେ। ଏବେ କିନ୍ତୁ ମନୋଜ ବାଜପେୟୀଙ୍କୁ ଟାର୍ଗେଟ କରି ହଇରାଣ ହୋଇଛନ୍ତି କେଆରକେ ।

ସଲମାନଙ୍କ ପରେ ମନୋଜଙ୍କୁ ଟାର୍ଗେଟ କଲେ କେଆରକେ; ମାନହାନି କେସ ଦାୟର କଲେ ମନୋଜ
କେଆରକେଙ୍କ ନାମରେ ମାନହାନି କେସ ଦାୟର କରିଛନ୍ତି ମନୋଜ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 25, 2021, 2:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମଲ ଆର ଖାନ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ସେ ବଲିଉଡ଼ର 'ଦବଙ୍ଗ' ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ରାଧେ' ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ। ପରେ ପଙ୍ଗାଗାର୍ଲ କଙ୍ଗନା ରାଣାୱତଙ୍କୁ ମଧ୍ୟ ଛାଡ଼ି ନ ଥିଲେ କେଆରକେ। ବର୍ତ୍ତମାନ ମନୋଜ ବାଜପେୟୀ କେଆରକେଙ୍କ ଟାର୍ଗେଟରେ ଆସିଛନ୍ତି। ଏନେଇ ମନୋଜ କେଆରକେଙ୍କ ବିରୋଧରେ ଇନ୍ଦୋର ଜିଲ୍ଲା କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ମନୋଜ ବାଇପେୟୀଙ୍କୁ ନେଇ ଅପମାନଜନକ ଶବ୍ଦ ବ୍ୟବହାର କରି କେଆରକେ ଟ୍ୱିଟ କରିଛନ୍ତି। ସୂଚନା ମୁତାବକ ମନୋଜ ମାନହାନି ମକଦ୍ଦମା ଦାୟର କରିଛନ୍ତି। ମନୋଜଙ୍କ ଓକିଲ ପରେଶ ଏସ ଯୋଶୀ କହିଛନ୍ତ ଯେ କମଲ ଆର ଖାନଙ୍କ ଆପତ୍ତିଜନକ ଟ୍ୱିଟକୁ ନେଇ ଅଭିନେତାଙ୍କ ପକ୍ଷରୁ କୋର୍ଟରେ ଅଭିଯୋଗ ହୋଇଛି। ଦିଆଯାଇଥିବା ଅଭିଯୋଗରେ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ କମଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି।

ମନୋଜ ବାଜପେୟୀଙ୍କ ଓକିଲଙ୍କ ଅନୁଯାୟୀ, କେଆରକେଙ୍କ ମନ୍ତବ୍ୟ ଅଭିନେତାଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନୋଜ ବାଜପେୟୀ ନିଜେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା କୋର୍ଟରେ ହାଜର ହୋଇଥିଲେ ଓ ତାଙ୍କ ଅଭିଯୋଗ ଦାଖଲ କରିଥିଲେ। ୨୬ ଜୁଲାଇରେ ମନୋଜଙ୍କ ବିରୋଧରେ କେଆରକେ ଏକ ଅପମାନଜନକ ଟୁଇଟ କରିଥିଲେ। ଏହି ଟ୍ୱିଟରେ ତାଙ୍କୁ ଚରସୀ ଓ ଗାଞ୍ଜଡ଼ ବୋଲି କହିଥିଲେ।

ମନୋଜ ବାଜପେୟୀଙ୍କ ସୁପର ହିଟ ୱେବ ସିରିଜ 'ଫ୍ୟାମିଲି ମ୍ୟାନ ୨' ରିଲିଜ ହେବା ପରେ କମଲ ଆର ଖାନ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଏଭଳି ପରିସ୍ଥିତିରେ ମନୋଜ ସଲମାନ ଖାନଙ୍କ ଭଳି କେଆରକେଙ୍କୁ ଏକ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ସଲମାନ ମାନହାନି ମକଦ୍ଦମା ଦାଖଲ କରିଥିଲେ ସେତେବେଳେ ମଧ୍ୟ କୋର୍ଟ କେଆରକେଙ୍କୁ ତାଗିଦ କରିଥିଲେ। ପ୍ରକାଶଥାଉ ଯେ ଅଭିନେତା-ସମାଲୋଚକ କମଲ ଆର ଖାନ ପ୍ରାୟତଃ କୌଣସି ନା କୌଣସି ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥାନ୍ତି।
Published by: Soumya Das
First published: August 25, 2021, 1:54 PM IST