ଅସୁସ୍ଥତା ଯୋଗୁଁ ମେଡିକାଲ୍‌ ସେଣ୍ଟର୍‌ରେ ଭର୍ତ୍ତି ହେଲେ ଅଭିନେତା କମଲ୍‌ ହାସନ୍‌

ହିନ୍ଦୀ ଏବଂ ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା କମଲ ହାସନ୍ ରାମଚନ୍ଦ୍ର ମେଡିକାଲ (SRMC) ରେ ଭର୍ତ୍ତି ହୋଇଛନ୍ତି।

କମଲ ହାସନ୍

କମଲ ହାସନ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ହିନ୍ଦୀ ଏବଂ ସାଉଥ୍ ସିନେମାର ଅଭିନେତା କମଲ ହାସନ୍ ରାମଚନ୍ଦ୍ର ମେଡିକାଲ (SRMC) ରେ ଭର୍ତ୍ତି ହୋଇଛନ୍ତି। ଖବର ଅନୁଯାୟୀ, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ନଭେମ୍ବର ୨୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆସନ୍ତା କିଛି ଦିନ ପାଇଁ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଅଭିନେତାଙ୍କୁ ଆଜି ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି। ନଭେମ୍ବର ୨୩ରେ ହାଇଦ୍ରାବାଦରୁ ଫେରିବା ପରେ କମଲ୍‌ ହାସନ୍‌ ଅସୁସ୍ଥ ଅନୁଭବ କରୁଥିଲେ ଏବଂ ତାଙ୍କୁ ସାମାନ୍ୟ ଜ୍ବର ବି ହୋଇଥିଲା। ତେଣୁ, ଚିକିତ୍ସା ନିମନ୍ତେ ତାଙ୍କୁ ଉପରୋକ୍ତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ନିକଟରେ ସେ ହାଇଦ୍ରାବାଦରେ ନିର୍ଦ୍ଦେଶକ କେ ବିଶ୍ୱନାଥଙ୍କୁ ଭେଟିଥିଲେ ଏବଂ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ସେ ବିଗ୍ ବସ୍ ତାମିଲ୍ ସିଜନ୍ ୬ ପାଇଁ ସୁଟିଂ କରୁଛନ୍ତି।
Published by:Soumyashree Mishra
First published: