News 18 Odia Digital
ମୁମ୍ୱାଇ; ବଲିଉଡରେ ଷ୍ଟାର କିଡସ ସବୁବେଳେ ଲାଇମଲାଇଟରେ ରୁହନ୍ତି । କିନ୍ତୁ ଅଭିନେତା ଅଜୟ ଦେବଗନଙ୍କ ଝିଅ ନାଇସା ଦେବଗନଙ୍କ ଲୁକ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନାଇସା ଏପର୍ଯ୍ୟନ୍ତ ବଲିଉଡକୁ ଆସିନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଜଣେ ଅଭିନେତ୍ରୀ ପରି । ତାଙ୍କ ଲୁକରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନାଇସା ଦେବଗନ୍ ତାଙ୍କ ଚେହେରା ପାଇଁ ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
Nysa Devgnଙ୍କ ଫଟୋସୁଟ୍ ହଇଚଇ ସୃଷ୍ଟି କରିଛି ।ଲାଟେଷ୍ଟ ଲୁକରେ, ନାଇସା (Nysa Devgn Photoshoot)ଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା । ତାଙ୍କୁ ଦେଖି ଲୋକମାନେ ତାଙ୍କୁ ଚିହ୍ନିବା ପାଇଁ ଧୋକା ଖାଇ ଯାଇଥିଲେ । ସୋସିଆଲ ମିଡିଆରେ ପାର୍ଟିର ଏହି ଭିଡିଓଟି ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନାଇସା ବୋଲ୍ଡ ଓ ଗ୍ଲାମରିଅସ୍ ଦେଖାଯାଉଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଅନୁମାନ କରୁଛନ୍ତି ଯେ, ତାଙ୍କଠାରେ ନିଶ୍ଚିତ ଅସ୍ତ୍ରୋପଚାର କରାଯାଇଛି । ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ ଲେଖିଛନ୍ତି, 'ଜାନଭୀ ଓ ତାଙ୍କ ସର୍ଜନ ସମାନ।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ସେ ନାକରେ ଅସ୍ତ୍ରୋପଚାର କରିଛନ୍ତି ।
କାଜଲଙ୍କ ଝିଅର ଏହି ପରିବର୍ତ୍ତନ ଆଶ୍ଚର୍ଯ୍ୟଜନକଏହି ଫଟୋ ଗୁଡ଼ିକ ଦେଖିବା ପରେ, ଉପଭୋକ୍ତାମାନେ ସେମାନଙ୍କର ପୁରୁଣା ଝଲକ ମଧ୍ୟ ସେୟାର କରିଛନ୍ତି ଓ ବର୍ତ୍ତମାନର ଦୃଶ୍ୟ ସହିତ ତୁଳନା କରିଛନ୍ତି । ବାସ୍ତବରେ, ଆପଣ ମଧ୍ୟ ଏହି ଫଟୋ ଗୁଡ଼ିକୁ ଦେଖି କହିବେ ଯେ, ନାଇସା (Nysa Devgn Photoshoot) ର ରଙ୍ଗ ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ୱଳ ହୋଇଛି । ଷ୍ଟାର୍ ପିଲା ହୋଇ ମଧ୍ୟ ନାଇସା ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଛନ୍ତି । ଯେଉଁଠାରେ ଗୋଟିଏ ପଟେ ଅନନ୍ୟା, ସାରା ଓ ଜାନଭୀ ବଲିଉଡରେ ପାଦ ଦେଇସାରିଲେଣି । ସେଠି ନାଇସା ରୂପେଲି ପରଦାରୁ ଦୂରରେ ଅଛନ୍ତି । ଏହା ସତ୍ତ୍ବେ ତାଙ୍କର ବହୁ ସଂଖ୍ୟକ ଅନୁଗାମୀ ମଧ୍ୟ ଅଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।