ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»କେବଳ ଟାୱେଲ୍ ପିନ୍ଧି କାଜଲ୍‌ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; ଦେଖନ୍ତୁ ଭୋଜପୁରୀ ଗୀତର VIDEO

କେବଳ ଟାୱେଲ୍ ପିନ୍ଧି କାଜଲ୍‌ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; ଦେଖନ୍ତୁ ଭୋଜପୁରୀ ଗୀତର VIDEO

Kajal Raghwani Bhojpuri Dance in Towel Only | ଭାଇରାଲ୍ ହେଉଥିବା ଏହି ଗୀତରେ ଅଛନ୍ତି ଭୋଜପୁରୀ ସିନେମାର ସୁପରଷ୍ଟାର୍ ଦୀନେଶ ଲାଲ୍ ଯାଦବ୍ ନିରହୁଆ । ତାଙ୍କ ସହ କେବଳ ଟାୱେଲ୍ ପିନ୍ଧି ନୃତ୍ୟ କରିଛନ୍ତି ଅଭିନେତ୍ରୀ କାଜଲ ରାଘୱାନୀ । ଦୁହିଁଙ୍କ ରୋମାନ୍ସ ଦର୍ଶକଙ୍କୁ ଖୁବ୍ ଭଲ ଲାଗିଛି ।

କେବଳ ଟାୱେଲ୍ ପିନ୍ଧି କାଜଲ୍‌ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; ଦେଖନ୍ତୁ ଭୋଜପୁରୀ ଗୀତର VIDEO
‘ମାଇ ରେ ମାଇ’ ଗୀତରୁ ଏକ ଦୃଶ୍ୟ
  • News18 Odia
  • Last Updated: October 6, 2021, 4:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ୍‌ ସିନେମାକୁ (Bollywood) କଡ଼ା ଟକ୍କର ମିଳୁଛି ଭୋଜପୁରୀ ସିନେମାରୁ (Bhojpuri cinema) । ବଲିଉଡ ଚଳଚ୍ଚିତ୍ର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୌଣସି ପ୍ରସାସ ଛାଡୁ ନ ଥିବା ଭୋଜପୁରୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂ ଆଜିକାଲି ବିଦେଶରେ ବି କରାଯାଉଛି । କେବଳ ଏତିକି ନୁହେଁ, ଭୋଜପୁରୀ ତାରକାମାନଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଲଗାତର ବୃଦ୍ଧି ପାଉଛି । ଏହି କାରଣରୁ ପୁରୁଣା ଭୋଜପୁରୀ ଗୀତ (Bhojpuri songs) ସୋସିଆଲ୍‌ ମିଡି଼ଆରେ ଟ୍ରେଣ୍ଡ୍‌ ହେଉଥିବା ଦେଖାଯାଉଛି ।

ଏବେ ଆଉ ଏକ ଭୋଜପୁରୀ ଗୀତ ଖୁବ୍‌ ଭାଇରାଲ ହେଉଛି । ଏହି ଗୀତଟିରେ ଅଛନ୍ତି ଭୋଜପୁରୀ ସିନେମାର ସୁପରଷ୍ଟାର୍‌ ଦୀନେଶ ଲାଲ୍‌ ଯାଦବ୍‌ ନିରହୁଆ (Dinesh Lal Yadav Nirahua) । ଏହି ଗୀତରେ ନିରହୁଆଙ୍କ ସହ ନୃତ୍ୟ କରିଛନ୍ତି ଅଭିନେତ୍ରୀ କାଜଲ ରାଘୱାନୀ (Kajal Raghwani) । ଦୁଇ ଜଣଙ୍କ ରୋମାନ୍ସ ଦର୍ଶକମାନଙ୍କୁ ଖୁବ୍‌ ଭଲ ଲାଗିଛି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀ ବିଦ୍ୟାଙ୍କୁ ଘଟଣା ସ୍ଥଳକୁ ଆଣି ସିନ୍ ରିକ୍ରିଏଟ୍ କାହିଁକି କରୁନାହିଁ ପୋଲିସ? ଉଠିଲା ପ୍ରଶ୍ନ

ଏଇ ଭୋଜପୁରୀ ଗୀତଟି ବହୁତ ପୁରୁଣା, କିନ୍ତୁ ନିକଟରେ ୟୁଟ୍ୟୁବରେ ଏହା ଟ୍ରେଣ୍ଡ କରିବା ଆରମ୍ଭ କରିଛି । କାଜଲ ଓ ନିରହୁଆଙ୍କ ଭାଇରାଲ୍‌ ହେଉଥିବା ଏହି ଗୀତଟି ଭୋଜପୁରୀ ଫିଲ୍ମ ‘ପାଟନା ଟୁ ପାକିସ୍ତାନ’ରେ ଅଛି । ଯଦିଓ ସେହି ଚଳଚ୍ଚିତ୍ରର ସବୁ ଗୀତ ବହୁତ ସୁପର ହିଟ୍ ହୋଇଥିଲା, କିନ୍ତୁ ଏହାର ଗୀତ 'ମାଇରେ ମାଇ ବଥତା କମରିୟା’ ବହୁତ ଅଧିକ ପସନ୍ଦ କରାଯାଇଥିଲା । ସେହି ଗୀତଟି ୟୁଟ୍ୟୁବରେ ଜବରଦସ୍ତ ଟ୍ରେଣ୍ଡ ହେଉଛି । ଏବେ ଲୋକେ ସେହି ଗୀତଟିକୁ ପୁଣି ଥରେ ପସନ୍ଦ କରୁଛନ୍ତି ।

ସେହି ଧମାକେଦାର୍‌ ଭୋଜପୁରୀ ଗୀତର ଭିଡିଓ ଏଇଠି ଦେଖନ୍ତୁ:



ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

ଏହି ଗୀତଟିକୁ ୟୁଟ୍ୟୁବରେ ଲକ୍ଷ ଲକ୍ଷ ଭ୍ୟୁ ମିଳିଚାଲିଛି । ଏହି ଗୀତରେ କାଜଲ ରାଘବନୀ କେବଳ ଟାୱେଲ ପିନ୍ଧି ନାଚୁଥିବା ନଜର ଆସିଛନ୍ତି । କେବଳ ସେତିକି ନୁହେଁ, ସେ ବହୁତ ବୋଲ୍ଡ ଅଭିନୟ ବି କରିଛନ୍ତି । ଅନ୍ୟ ପକ୍ଷରେ ନିରହୁଆ ପୂରା ଗୀତରେ ଦେଶୀ ଅବତାରରେ ନଜର ଆସିଛନ୍ତି । ସେ ବେକରେ ଗୋଟେ ଗାମୁଛା ଲଟକାଇ ଓ ସାଧାରଣ କୁର୍ତ୍ତା ପିନ୍ଧି ଏହି ଗୀତରେ ଖୁବ୍‌ ମସ୍ତି କରିଛନ୍ତି । ଏହି ଦୁଇ ସୁପରଷ୍ଟାରଙ୍କ ଭୋଜପୁରୀ ଶୈଳୀ ସମସ୍ତଙ୍କୁ ପସନ୍ଦ ଆସୁଛି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ବିହାର ଓ ଉତ୍ତର ପ୍ରଦେଶରେ ଜନପ୍ରିୟ ଭୋଜପୁରୀ ସିନେମାରେ ଯଦି ଦେଖାଯାଏ ତ ଅଭିନେତା ଖେସାରୀ ଲାଲ ଯାଦବଙ୍କ ସହ କାଜଲ ରାଘବାନୀଙ୍କ ଯୋଡି଼ ବହୁତ ପସନ୍ଦ କରାଯାଏ । କିନ୍ତୁ ନିରହୁଆଙ୍କ ସହ ଏହି ଗୀତର ଭାଇରାଲ ହେଉଥିବା ଭିଡିଓରେ କାଜଲ ପ୍ରମାଣ କରିଛନ୍ତି ଯେ ସେ ବାସ୍ତବରେ ଭୋଜପୁରୀ ସିନେମା ଜଗତରେ ରୋମାନ୍ସର ରାଣୀ ।



ନିରହୁଆ ପ୍ରାୟତଃ ଅଭିନେତ୍ରୀ ଅମ୍ରାପାଲି ଦୁବେଙ୍କ ସହିତ ନଜର ଆସିଥାନ୍ତି, କିନ୍ତୁ ଏ ଥର ସେ କାଜଲ ରାଘୱାନୀଙ୍କ ସହ ଖୁବ୍‌ ଜନପ୍ରିୟ ହେବା ଆରମ୍ଭ କରିଛନ୍ତି । ଏହି ଗୀତରେ ଓ ଫିଲ୍ମରେ ତାଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଛି ।
Published by: Anand S.T. Das
First published: March 17, 2021, 10:05 PM IST