ମାଆ ଦୁର୍ଗାଙ୍କ ମଣ୍ଡପରେ ଭୋଗ ବାଣ୍ଟିଲେ ବଲିଉଡ ଅଭିନେତ୍ରୀ କାଜୋଲ ଓ ତାଙ୍କ ପୁଅ ୟୁଗ

ଏହି ଭିଡିଓରେ କାଜଲ ତାଙ୍କ ହାତରେ ଖାଦ୍ୟ ସାମଗ୍ରୀ ଧରିଛନ୍ତି, ଯେଉଁଥିରୁ ତାଙ୍କ ପୁଅ ପନିପରିବା ବାହାର କରି ସମସ୍ତଙ୍କ ଥାଳିରେ ବାଣ୍ଟୁଥିବା ଦେଖାଯାଉଛି।

କାଜଳଙ୍କ ପୁଅ ୟୁଗ

କାଜଳଙ୍କ ପୁଅ ୟୁଗ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ମୁମ୍ବାଇ: ପ୍ରତିବର୍ଷ ପରି, କାଜଲ ପରିବାର ସହିତ ଦୁର୍ଗା ପୂଜାକୁ ମଧ୍ୟ ଏଥର ଧୁମଧାମ ସହିତ ପାଳନ କରିଥିଲେ। ଉତ୍ତର ମୁମ୍ବାଇର ସର୍ବଜନୀନ ଦୁର୍ଗା ପୂଜା ପାଣ୍ଡାଲରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଏକ ଅଂଶ ମଧ୍ୟ କାଜଲ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହି ଭିଡିଓରେ ଅଜୟ ଦେବଗନଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜଲ ତାଙ୍କ ପୁଅ ୟୁଗ ସହିତ ସମସ୍ତଙ୍କୁ ଖାଇବାକୁ ଦେଉଥିବାର ନଜର ଆସିଛନ୍ତି। ଦୁର୍ଗା ପୂଜା ସମୟରେ ସେଲିବ୍ରିଟିମାନେ ସାଧାରଣ ଲୋକଙ୍କ ମଧ୍ୟରେ ପର୍ବର ଏକ ଅଂଶ ହୋଇ ଏହାକୁ ଏକତ୍ର ପାଳନ କରନ୍ତି।

ଏହି ଭିଡିଓରେ କାଜଲ ତାଙ୍କ ହାତରେ ଖାଦ୍ୟ ସାମଗ୍ରୀ ଧରିଛନ୍ତି, ଯେଉଁଥିରୁ ତାଙ୍କ ପୁଅ ପନିପରିବା ବାହାର କରି ସମସ୍ତଙ୍କ ଥାଳିରେ ବାଣ୍ଟୁଥିବା ଦେଖାଯାଉଛି। ଏହି ଭିଡିଓ ସେୟାର କରି କାଜଲ ଲେଖିଛନ୍ତି ଯେ ସେ ବହୁତ ଗର୍ବିତ। ଭିଡିଓରେ କାଜଲ ଏକ ଗୋଲାପୀ ରଙ୍ଗର ଶାଢୀ ଏବଂ ପୁଅ ୟୁଗ ମଧ୍ୟ ଗୋଲାପୀ କୁର୍ତ୍ତାରେ ନଜର ଆସିଛନ୍ତି। ଏହି ଭିଡିଓ ସେୟାର କରି କାଜୋଲ ଲେଖିଛନ୍ତି ଯେ ପରମ୍ପରା ଅଗ୍ରଗତି କରୁଛି। ଏହି ଅବସରରେ କାଜଲଙ୍କ ପୁରା ପରିବାର ଉପସ୍ଥିତ ଥିଲେ। କାଜଲଙ୍କ ବ୍ୟତୀତ ରାନୀ ମୁଖାର୍ଜୀ, ତନୁଜା, ତନିଶା ମୁଖାର୍ଜୀ ସମସ୍ତେ ମାଆଙ୍କୁ ଦର୍ଶନ କରିବାକୁ ଆସିଥିଲେ।
Published by:Soumyashree Mishra
First published: