ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଆସିଗଲା ନୂଆ ଓଡ଼ିଆ OTT ପ୍ଲାଟଫର୍ମ ‘କଞ୍ଚା ଲଙ୍କା’, ଆଣିଛି ମନୋରଞ୍ଜନରେ ଭରପୁର କାର୍ଯ୍ୟକ୍ରମ

ଆସିଗଲା ନୂଆ ଓଡ଼ିଆ OTT ପ୍ଲାଟଫର୍ମ ‘କଞ୍ଚା ଲଙ୍କା’, ଆଣିଛି ମନୋରଞ୍ଜନରେ ଭରପୁର କାର୍ଯ୍ୟକ୍ରମ

ରାଜ୍ୟରେ ମନୋରଞ୍ଜନ ଦୁନିଆ ସହ ଜଡି଼ତ ଥିବା ତିନି ପରିଚିତ ଚେହେରାଙ୍କ ମିଳିତ ଉଦ୍ୟମରେ ଓଡ଼ିଆ ଦର୍ଶକମାନଙ୍କୁ ଭିନ୍ନ ଭିନ୍ନ ସ୍ୱାଦର ମନୋରଞ୍ଜନ କାର୍ଯ୍ୟକ୍ରମ ଭେଟି ଦେବାର ଲକ୍ଷ୍ୟ ନେଇ ଲଞ୍ଚ୍ ହୋଇଛି 'କଞ୍ଚା ଲଙ୍କା' OTT ପ୍ଲାଟଫର୍ମ ।

ଆସିଗଲା ନୂଆ ଓଡ଼ିଆ OTT ପ୍ଲାଟଫର୍ମ ‘କଞ୍ଚା ଲଙ୍କା’, ଆଣିଛି ମନୋରଞ୍ଜନରେ ଭରପୁର କାର୍ଯ୍ୟକ୍ରମ
‘କଞ୍ଚା ଲଙ୍କା’ର ଏକ ପବ୍ଲିସିଟି କାର୍ଯ୍ୟକ୍ରମରେ ଅଭିନେତା ପପୁ ପମ୍ ପମ୍
  • News18 Odia
  • Last Updated: October 16, 2021, 2:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡି଼ଶାରେ OTT ପ୍ଲାଟଫର୍ମରେ ସବୁ ବର୍ଗର ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାର ପ୍ରତିଶୃତି ନେଇ ନୂଆ କଣ୍ଟେଣ୍ଟ୍‌ ପ୍ରୋଭାଇଡର୍‌ ଆପ୍ଲିକେସନ ‘କଞ୍ଚା ଲଙ୍କା’ ଆସିଛି । ଶୁକ୍ରବାର ଦିନ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଆପ୍ଲିକେସନ୍‌ ଲୋକାର୍ପିତ ହୋଇଛି । ଏହା ସବୁ ବର୍ଗର ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ୱାଦର ଓ ଉତ୍କୃଷ୍ଟ ମାନର ମନୋରଞ୍ଜନ ଯୋଗାଇବାରେ ସଫଳ ହେବ ବୋଲି  ଆପ୍ଲିକେସନର କର୍ତ୍ତୃପକ୍ଷ କହିଛନ୍ତି।

ରାଜ୍ୟରେ ମନୋରଞ୍ଜନ ଦୁନିଆ ସହ ଜଡି଼ତ ଥିବା ତିନି ପରିଚିତ ଚେହେରା ଅକ୍ଷୟ ପରିଜା, ବିଭୁ ରଥ ଓ ଚିତ୍ତରଞ୍ଜନ ନାୟକଙ୍କ ମିଳିତ ଉଦ୍ୟମରେ OTT ପ୍ଲାଟଫର୍ମକୁ ପ୍ରବେଶ କରିଛି ଏହି ‘କଞ୍ଚାଲଙ୍କା’ ଆପ୍ଲିକେସନ୍‌ ବା ଆପ୍‌ । ଏକାଧିକ ଫୋରମରେ ଏହି ଆପ୍‌ ଏବେ ଉପଲବ୍ଧ ହୋଇଛି । ମୁଖ୍ୟତଃ ୱେବସାଇଟ, ଆଣ୍ଡ୍ରାଏଡ ଫୋନ୍‌, ଆପଲ୍‌ ଆଇ.ଓ.ଏସ୍‌. ଓ ଆପଲ ଟିଭିରେ ଦର୍ଶକମାନେ ଏହାକୁ ଦେଖିପାରିବେ । କେବଳ ଓଡ଼ିଶା ନୁହେଁ, ଦେଶ ଭିତରେ ଓ ବାହାରେ ରହୁଥିବା ଓଡ଼ିଆ ଦର୍ଶକମାନେ ବି ଏହାକୁ ଦେଖିପାରିବେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଏହି ଆପ୍‌ ‘କଞ୍ଚାଲଙ୍କା’ ଏକ ବ୍ୟତିକ୍ରମ ଉଦ୍ୟମ । ଓଡ଼ିଆ ଦର୍ଶକମାନଙ୍କୁ ଏହା ଉଚ୍ଚ ମାନର ତଥା ନୂଆ ଧାରାର ମନୋରଞ୍ଜନ ଦେବ । ଘରର ହାଣ୍ଡିଶାଳଠାରୁ ଆରମ୍ଭ କରି ବଡ଼ ଦେଉଳ ପର୍ଯ୍ୟନ୍ତ ସବୁଠି କଞ୍ଚାଲଙ୍କାର ରାଜୁତି । ଏହା ଲୋକାଦୃତ ହେବ ବୋଲି ମୋ’ର ପୂରା ବିଶ୍ୱାସ,’’ କହିଛନ୍ତି ଏହାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଅକ୍ଷୟ ପରିଜା ।

‘କଞ୍ଚା ଲଙ୍କା’ର ଲୋକାର୍ପଣ ସମାରୋହରେ ଏହାର ତିନି ପ୍ରତିଷ୍ଠାତା


ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବିଭୁ ରଥ କହିଛନ୍ତି ଯେ ‘କଞ୍ଚାଲଙ୍କା’ ନାଁ ରଖିବାର କାରଣ ହେଉଛି ଯେ ଯେମିତି ପ୍ରତି ଓଡି଼ଆ ଘରର ଚଳଣି ସହିତ କଞ୍ଚା ଲଙ୍କା ଜଡ଼ିତ, ସେମିତି ଓଡ଼ିଆ ଲୋକଙ୍କ ମାନସିକତା ଓ ପସନ୍ଦକୁ ନେଇ ଏହି OTT ପ୍ଲାଟଫର୍ମ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି । ‘‘କଣ୍ଟେଣ୍ଟ୍‌ ତିଆରି କଲା ବେଳେ ଖର୍ଚ୍ଚ ଉପରେ ଆମେ ଗୁରୁତ୍ବ ଦେଇନାହୁଁ । ତେଣୁ ଆମର ଆଶା ଏହା ଲୋକାଦୃତ ହେବ,’’ କହିଛନ୍ତି ରଥ ।

ଏହା ବି ପଢ଼ନ୍ତୁ | IPL 2021: ଚେନ୍ନାଇ ସୁପର କିଙ୍ଗ୍ସ ପୁଣି ଚ୍ୟାମ୍ପିଅନ୍ ହେଲା! ଚତୁର୍ଥ ଥର ଜିତିଲା; KKRର ସ୍ୱପ୍ନ ଭାଙ୍ଗିଦେଲା

ଏହି ପ୍ଲାଟଫର୍ମରେ ଓଡ଼ିଆ ଦର୍ଶକମାନଙ୍କୁ ଅପରାଧ, ଥ୍ରୀଲର୍‌, ସସପେନ୍ସ, ରୋମାଣ୍ଟିକ କମେଡି ଓ ଫାଣ୍ଟାସି ଭଳି ଭିନ୍ନ ଭିନ୍ନ ସ୍ୱାଦର ମନୋରଞ୍ଜନ ମିଳିବ । ବିଶେଷ କରି ହାଇ-ଡେଫିନେସନ୍‌ କ୍ବାଲିଟି, ଇଂଲିଶ୍‌ ସବ୍‌-ଟାଇଟଲ୍‌ ତଥା ବିନା ବିଜ୍ଞାପନରେ ଦର୍ଶକମାନେ ଏହାକୁ ଦେଖିବାକୁ ଆଗ୍ରହୀ ହେବେ ବୋଲି ଏହି ଆପର ପ୍ରତିଷ୍ଠାତାମାନେ ଆଶା ବ୍ୟକ୍ତ କରିଛନ୍ତି ।

ଏହା ବି ପଢ଼ନ୍ତୁ | Reliance ଏକ ବଡ଼ ଡିଲ୍ କଲା; ମନୀଷ ମାଲହୋତ୍ରାଙ୍କ କମ୍ପାନୀରେ ୪୦% ଅଂଶଧନ କିଣିବ

ଏହି ପ୍ଲାଟଫର୍ମରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ପାଇଁ ଗ୍ରାହକଙ୍କୁ ବାର୍ଷିକ ୩୪୯ ଟଙ୍କା, ୬ ମାସକୁ ୨୪୯ ଟଙ୍କା ଓ ତିନି ମାସକୁ ୧୪୯ ଟଙ୍କା ଦେବାକୁ ହେବ । ଏହି ଅର୍ଥକୁ ଅନଲାଇନରେ ବି ଗ୍ରାହକମାନେ ପୈଠ କରିପାରିବେ । ସବୁ ବର୍ଗର ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଥିରେ ଉଦ୍ୟମ ହୋଇଥିବାରୁ ଏହା ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି କହିଛନ୍ତି ଅଭିନେତା ପପୁ ପମ୍‌ ପମ୍‌।
Published by: Anand S.T. Das
First published: October 16, 2021, 12:00 AM IST