News 18 Odia Digital
ଭୁବନେଶ୍ୱର: ଭାଇରାଲ୍ ହେଉଛି ନିଶା ମହାରଣା (nisha maharana) ଓ ରାନୀ ପ୍ରିୟଦର୍ଶିନୀ (rani priyadarshini)ଙ୍କ ଭିଡିଓ । ଜଲିଉଡର ଦୁଇ ଆଇଟମ୍ ଗର୍ଲଙ୍କୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା । ନିଶା ମହାରଣା ଗଣମାଧ୍ୟମରେ କହିଛନ୍ତି ଯେ, ଯେହେତୁ ମାସ ମାସ ଧରି ମୋର ବୁକିଂ (booking) ରହୁଛି ସେଥିପାଇଁ ଅନ୍ୟମାନେ ଜେଲସ୍ ଫିଲ୍ କରୁଛନ୍ତି । କିଛି ଆଇଟମ୍ ଡ୍ୟାନ୍ସର କହୁଛନ୍ତି ଆମେ ଅଶ୍ଳିଳ ନୃତ୍ୟ କରୁନୁ । ଯଦି ଅଶ୍ଳିଳ ନୃତ୍ୟ କରୁନାହାନ୍ତି ତାହେଲେ ଭଦ୍ରକରେ ମାଡ କେମିତି ଖାଇଲେ । ତାର ପୁରା ପ୍ରମାଣ ମୋ ପାଖରେ ଅଛି । ରାତି ୪ଟାରେ ଲୋକେ ଆମକୁ କଲ୍ କରି କହୁଛନ୍ତି ନିଶା ଆମକୁ ବାଡେଇଲେ । ୪ଦିନ ତଳେ ପାର୍ବତୀ ଗଣନାଟ୍ୟରେ ଲୋକେ ତାକୁ ବାଡେଇଛନ୍ତି । କେବଳ ମୋ ପାଇଁ ସେ କମିଟିରୁ ପଇସା ପାଇଛି । ନିଶା ମହାରଣା କେତେଥର ମାଡ ଖାଇକି ଆସିଛି ଷ୍ଟେଜ୍ ଉପରେ ? ମୋର କାଲି ରାଜଧାନୀ ଅପେରା ମଞ୍ଚକୁ ଯିବାର ଥିଲା । କିନ୍ତୁ ନଯାଇକି ବି ଏତେ ଇସ୍ୟୁ ହେଉଛି ।
ଏଥିସହ ନିଶା କହିଛନ୍ତି ଯେ, ଯେତେବେଳେ ଆଗରୁ ଅନେକ ପୋଗ୍ରାମ ମୁଁ ରାଜଧାନୀ ଅପେରାରେ କରିଥିଲି ସେତେବେଳେ କଣ ସେମାନେ ଶୋଇଥିଲେ ? ଯେଉଁ ହାସ୍ୟ କଳାକାର ମୋ ନାମରେ ଅଭିଯୋଗ ଆଣୁଛନ୍ତି ସେମାନେ କଣ ଅଶ୍ଳିଳ ଭାଷା ବ୍ୟବହାର କରୁନାହାନ୍ତି ପେଣ୍ଡାଲ୍ ଉପରେ ? ନିଶା ମହାରଣା ଯେତେବେଳେ ଯାତ୍ରାରେ ଡ୍ୟାନ୍ସ କରୁନଥିଲା ସେତେବେଳେ ବି ସେ କୋଟି କୋଟି ଟଙ୍କାରେ ଅୟସ କରୁଥିଲା । ନିଶା ଆଗରୁ ବି ଟଙ୍କାର ଗଦିରେ ଶୋଇଥିଲା । ତେଣୁ ମତେ କିଛି ଫରକ୍ ପଡିବନି । ଦର୍ଶକ ହେଉଛନ୍ତି ମୋ ପାଇଁ ଭଗବାନ । ମତେ ଦର୍ଶକ ଭଲପାଆନ୍ତି ବୋଲି ମୋ କାର୍ଯ୍ୟକ୍ରମ ଦେଖିବାକୁ ଆସନ୍ତି । ଏଇଟା ଗୋଟେ ସ୍ୱତନ୍ତ୍ର ଷଡଯନ୍ତ୍ର । ମୁଁ ଭଲ ଟଙ୍କା ରୋଜଗାର କରୁଛି ବୋଲି କିଛି ଲୋକ ଜେଲସ୍ ଫିଲ୍ କରୁଛନ୍ତି । କିନ୍ତୁ ସଭିଙ୍କୁ ଏତିକି କହିବି ଯେ, ମୁଁ ଯେଉଁ ଟଙ୍କା ରୋଜଗାର (income) କରୁଛି ତାକୁ ଏକା ଖାଇଯାଉନି । ସୋସିଆଲ୍ ୱାର୍କ (social work) ମଧ୍ୟ କରୁଛି । ମୁଁ ୫ଟା ପରିବାରକୁ ପୋଷୁଛି । କେବଳ ରାଜଧାନୀ ଅପେରାରେ ମତେ ବିରୋଧ କରାଯାଇଛି ଅନ୍ୟ ପାର୍ଟିରେ ବିରୋଧ କରାଯାଇନି । ବିଏମସି କଟକଣା ଆଣିବା ଦିନରୁ ମୁଁ ଫୁଲ୍ କଷ୍ଟ୍ୟୁମ୍ ପିନ୍ଧିକି ନାଚୁଛି । ମୁଁ ସମ୍ପୂର୍ଣ୍ଣ ଭାବରେ ଶାଳୀନତା ରକ୍ଷା କରି ଡ୍ୟାନ୍ସ କରୁଛି ।
ରାନୀ ପ୍ରିୟଦର୍ଶିନୀ କହିଛନ୍ତି- ଅଭଦ୍ର ଲୋକଙ୍କ ସହ କଥା ହେଲେ ମାନ ହାନୀ ହୁଏ । ମୁଁ ମୋ ସୀମାରେଖା ଭିତରେ ରହି ନୃତ୍ୟ ପରିବେଷଣ କରେ । ଖରାପ୍ ଡ୍ୟାନ୍ସ କରେ ନାହିଁ କିମ୍ୱା ମଞ୍ଚ ଉପରେ ଦର୍ଶକଙ୍କୁ ଖରାପ କଥା କୁହେନାହିଁ । ମୁଁ ସମ୍ପୂର୍ଣ୍ଣ ଭଦ୍ରାମୀର ସହ ଡ୍ୟାନ୍ସ କରେ । ମତେ ବିରୋଧ କରାଯାଇନାହିଁ ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ମୁଳବସନ୍ତ ପଡିଆରେ ଚାଲିଥିବା ରାଜଧାନୀ ଯାତ୍ରା ପାର୍ଟିର କଳାକାର ଆଉ ସ୍ଥାନୀୟ ଯାତ୍ରା କମିଟି ମଧ୍ୟରେ ଆଇଟମ ଗାର୍ଲ ନିଶା ମହାରଣାଙ୍କ ଲାଗି ବାଦ ବିବାଦ ଦେଖିବାକୁ ମିଳିଥିଲା । ବଡ଼ ମୁଳୁବସନ୍ତ ନିତାଇ ଚୈତନ ଯାତ୍ରା କମିଟି ଦ୍ଵିତୀୟ ରାତିରେ ଆଇଟମ ଗାର୍ଲ ନିଶା ମହାରଣା ଆସିବାକୁ ଷ୍ଟେଜରେ ପ୍ରଚାର କରିଥିଲା । ଏହାର ପ୍ରତିବାଦରେ ଯାତ୍ରା କଳାକାରମାନେ ପ୍ରତିବାଦ କରିବା ସହ ଯଦି ଯାତ୍ରା ଷ୍ଟେଜ ଉପରକୁ ନିଶା ଚଢନ୍ତି ତେବେ କୌଣସି କଳାକାର ଅଭିନୟ କରିବେନି ବୋଲି ରୋକଠୋକ ମନା କରିଦେଇଥିଲେ। ପରେ ଯାତ୍ରା କମିଟି ପରିବର୍ତ୍ତନ କରି ସିନେ ଅଭିନେତ୍ରୀ ରିୟାକୁ ଆଣିଥିଲେ। ନିଶାଙ୍କୁ ବାରଣ ପରେ ଯାତ୍ରା ପେଣ୍ଡାଲରେ ନିଶାଙ୍କ ଜାଗା ନେଇଥିଲେ ସିନେ ତାରକା ରିୟା । ରିୟାଙ୍କ ନାଚରେ ଝୁମିଲେ ଦର୍ଶକ।
ଏହି ଖବର ପଢ଼ନ୍ତୁ -
ଏହି ୪ଟି କାରଣରୁ ଆପଣଙ୍କର ରାସନ କାର୍ଡ ହୋଇଯିବ ବାତିଲ: ପଢନ୍ତୁ ସରକାରଙ୍କ ଏହି ନୂଆ ନିୟମ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।