ମୁଁ ହିନ୍ଦୀ ଫିଲ୍ମର ରାଜା; ଆଞ୍ଚଳିକ ଫିଲ୍ମ କରିବିନି: ଜନ ଆବ୍ରାହମ

ଜନ୍ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ ବଲିଉଡ଼ ଅଭିନେତାମାନଙ୍କ ପରି ସେ କେବଳ ବ୍ୟବସାୟ ମନୋବୃତ୍ତି ନେଇ ଆଞ୍ଚଳିକ ସିନେମାର ଏକ ଅଂଶ ହେବେ ନାହିଁ। ମୁଁ କେବେ ବି ଆଞ୍ଚଳିକ ଫିଲ୍ମ କରିବି ନାହିଁ।

ଆଞ୍ଚଳିକ ଫିଲ୍ମ କରିବେନି ଜନ ଆବ୍ରାହମ (ପ୍ରତୀକାତ୍ମକ ଛବି)

ଆଞ୍ଚଳିକ ଫିଲ୍ମ କରିବେନି ଜନ ଆବ୍ରାହମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଜିକାଲି ଜନ ଆବ୍ରାହମ ନିଜ ଫିଲ୍ମ 'ଆଟାକ୍'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଗଣମାଧ୍ୟମରେ ଆଲୋଚନା ବେଳେ ସେ ମଧ୍ୟ ଆଟାକ ମୁଡ୍ରେ ନଜର ଆସିଥିଲେ। 'ପୁଷ୍ପା: ଦି ରାଇଜ୍' ଓ 'RRR' ପରି ଦକ୍ଷିଣ ଭାରତୀୟ ସିନେମା ଆଜିକାଲି ବକ୍ସ ଅଫିସରେ ହଇଚଇ ଖେଳେଇ ଦେଇଛି।

ଏହି ସବୁ ହଙ୍ଗାମା ଭିତରେ ଜନ୍ ସ୍ପଷ୍ଟ କରିଛନ୍ତି ଯେ 'ଅନ୍ୟ ବଲିଉଡ଼ ଅଭିନେତାମାନଙ୍କ ପରି ସେ କେବଳ ବ୍ୟବସାୟ ମନୋବୃତ୍ତି ନେଇ ଆଞ୍ଚଳିକ ସିନେମାର ଏକ ଅଂଶ ହେବେ ନାହିଁ।' ନିକଟରେ ସଲମାନ ଖାନ ଆଇଫାର ଏକ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୀ କ୍ଷେତ୍ରରେ ଦକ୍ଷିଣ ସିନେମା ଭଲ ଚାଲୁଥିବା ବେଳେ ବଲିଉଡ ଫିଲ୍ମ ଦକ୍ଷିଣରେ ଚାଲୁ ନଥିବା କହିଥିଲେ।

କିଛି ଦିନ ପୂର୍ବରୁ ଶୁଣାଯାଉଥିଲା ଯେ ଜନ୍ ଆବ୍ରାହମ୍ ମଧ୍ୟ ଦକ୍ଷିଣ ସିନେମାର ଏହି ଦୌଡ଼ରେ ସାମିଲ୍ ହେବାକୁ ଯାଉଛନ୍ତି। ସେ କୌଣସି ଏକ ତେଲୁଗୁ ଫିଲ୍ମରେ କାମ କରିବାକୁ ଯାଉଥିବା କୁହାଯାଉଥିଲା। ଏହାକୁ ନେଇ ଜନ୍ କହିଛନ୍ତି ଯେ “ମୁଁ କେବେ ବି ଆଞ୍ଚଳିକ ଫିଲ୍ମ କରିବି ନାହିଁ। ମୁଁ ହିନ୍ଦୀ ଫିଲ୍ମର ହିରୋ। ମୁଁ କେବଳ ଏକ ଫିଲ୍ମର ଅଂଶ ହେବା ପାଇଁ ସେକେଣ୍ଡ ଲିଡ଼ କରିବି ନାହିଁ। କେବଳ ବ୍ୟବସାୟରେ ରହିବାକୁ ମୁଁ ଅନ୍ୟ କଳାକାରଙ୍କ ପରି ଆଞ୍ଚଳିକ ଫିଲ୍ମର ଅଂଶ ହେବି ନାହିଁ। ପ୍ରକାଶଥାଉ ଯେ ଜନ୍ ଅବ୍ରହାମ ପ୍ରଭାସଙ୍କ ଅଭିନୀତ ତେଲୁଗୁ ଫିଲ୍ମ 'ସାଲାର'ରେ ନଜର ଆସିବାର ଖବର ଥିଲା।

ତେବେ ଜନ୍ ଆବ୍ରାହମ ଯେଉଁସବୁ କଳାକାରମାନଙ୍କୁ ଆଡ଼କୁ ଇଶାରା କରିଛନ୍ତି ସେମାନଙ୍କ ମଧ୍ୟରେ ଅଜୟ ଦେବଗନ୍, ଆଲିଆ ଭଟ୍ଟ ଓ ସଲମାନ ଖାନଙ୍କ ପରି ତାରକାଙ୍କ ନାମ ରହିଛି। ନିର୍ଦ୍ଦେଶକ ରାଜାମୌଲିଙ୍କ 'RRR'ରେ ଅଜୟ ଓ ଆଲିଆ ଛୋଟ ଭୂମିକାରେ ଅଭିନୟ କରିଛନ୍ତି। ଏଥି ସହିତ ସଲମାନ ଖାନ ଖୁବ୍ ଶୀଘ୍ର ଦକ୍ଷିଣର ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ 'ଗଡଫାଦର'ରେ ଏକ ବିଶେଷ ଭୂମିକା ଗ୍ରହଣ କରୁଥିବା ନଜର ଆସିବେ।

ଜନଙ୍କ କାମ ବାବଦରେ କହିବାକୁ ଗଲେ 'ଆଟାକ୍' ପରେ ସେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'ପଠାନ'ର ସୁଟିଂରେ ବ୍ୟସ୍ତ ରହିବେ। ଜନ୍, ରାକୁଲ ପ୍ରୀତ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଷ୍ଟାରର ‘ଆଟାକ୍’ ଏକ ସାଇ-ଫାଇ ଡ୍ରାମା ଓ ଏହାର ଟ୍ରେଲର ପରଠାରୁ ବହୁ ପ୍ରଶଂସା ଗ୍ରହଣ କରୁଛି। ନିର୍ଦ୍ଦେଶକ ଲକ୍ଷ ରାଜ୍ ଆନନ୍ଦ ଆନନ୍ଦଙ୍କ ଏହି ଫିଲ୍ମ ଏପ୍ରିଲ ୧ରେ ମୁକ୍ତିଲାଭ କରିବାକୁ ଯାଉଛି।
Published by:Soumya Das
First published: