ବିବାହ କଲେ ଅଭିନେତା ବେନ ଆଫଲେକ ଓ କଣ୍ଠଶିଳ୍ପୀ ଜେନିଫର ଲୋପେଜ
News 18 Odia Digital
ନୂଆଦିଲ୍ଲୀ; କଥାରେ ଅଛି ହୃଦୟରୁ ଯାହାକୁ ଜଣେ ଭଲପାଏ ଯେତେ ବାଧାବିଘ୍ନ ଆସିଲେ ବି ତାକୁ ପାଇବାକୁ ମନ ଚାହେଁ । ଏମିତି କିଛି ଘଟିଛି ହଲିଉଡରେ । ଫିଲ୍ମ ଷ୍ଟୋରୀ ପରି ସତ ହୋଇଛି ଅଭିନେତା ବେନ ଆଫଲେକ ଓ କଣ୍ଠଶିଳ୍ପୀ ଜେନିଫର ଲୋପେଜଙ୍କ କ୍ଷେତ୍ରରେ । ପ୍ରଥମେ ପ୍ରେମ ହୋଇଥିଲା ତାପରେ ବ୍ରେକଅପ ହେଲା ଏବେ ପୁଣି ବ୍ରେକଅପରୁ ପ୍ୟାଚଅପ ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଚର୍ଚ୍ଚିତ ଯୋଡ଼ି ।
ବର୍ଷେ କି ଦୁଇ ବର୍ଷ ନୁହେଁ ୨୦ ବର୍ଷ ବର୍ଷର ପ୍ରେମ କାହାଣୀଟି ସଫଳ ହୋଇଛି । ବୟସ ଟିକିଏ ଗଡ଼ିଯାଇଥିଲେ ବି ସ୍ୱପ୍ନକୁ ଶାକାର କରିଛନ୍ତି ୫୨ ବର୍ଷିୟ ଜେନିଫର ଓ ୪୯ ବର୍ଷିୟା ବେନ । ଲସ ବେଗାସରେ ସେମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ବିବାହ ପାଇଁ ଅନେକ ମହଲରୁ ଏହି ଯୋଡ଼ିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଉଭୟେ ଉଭୟଙ୍କ ପ୍ରେମରେ ପଡ଼ିବା ପରେ ୨୦୦୨ ମସିହାରେ ସେମାନଙ୍କ ନିର୍ବନ୍ଧ କାର୍ଯ୍ୟ ହୋଇଥିଲା । କିନ୍ତୁ ସାମାନ୍ୟ ସମସ୍ୟା ଉପୁଜିଥିବାରୁ ଦୁହେଁ ଅଲଗା ହୋଇଯାଇଥିଲେ । ବୟସ ଗଡ଼ିଯାଇଥିଲେ ମଧ୍ୟ ଯେଉଁଠି ମନର ମିଳନ ହୋଇସାରିଛି ସେଠାରେ ଶରୀର କିପରି ବୋଲ ମାନିବ । ତେଣୁ ଉଭୟେ ବିବାହ ବନ୍ଧନରେ ବାନ୍ଧିହେବାକୁ ସ୍ଥିର କଲେ । ଏଥିସହ ଜେନିଫର ଲୋପେଜ ନିଜ ନାମକୁ ବଦଳାଇ ଜେନିଫର ଆଫଲେକ କରିଛନ୍ତି । ଏବଂ ଏହି ନାମରେ ସେ ଏବେ ପରିଚିତ । ପୂର୍ବରୁ ଏହି ଦମ୍ପତି ଅନ୍ୟତ୍ର ବିବାହ ମଧ୍ୟ କରିଥିଲେ । ଉଭୟଙ୍କର ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ଏହା ପରେ ମଧ୍ୟ ପୁରୁଣା ପ୍ରେମକୁ ପାଇବାକୁ ଦୁହିଁଙ୍କ ଇଚ୍ଛା ଆଜି ଦୁହିଁଙ୍କୁ ଏକାଠି କରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।