ଜୟାଙ୍କ ଗ୍ରୀନ ସିଗନାଲ! ବିବାହ ପୂର୍ବରୁ ନାତୁଣୀ ନବ୍ୟା ମା'ହେଲେ କିଛି ଆପତ୍ତି ନାହିଁ

କୌଣସି ସମ୍ପର୍କ କେବଳ ପ୍ରେମ ଓ ଭରସା ଉପରେ ତିଷ୍ଠି ରହିପାରେ ନାହିଁ, ଏଥିପାଇଁ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ। ଯଦି ନବ୍ୟା ବିବାହ ବିନା ମା ହୁଅନ୍ତି, ‌ତେବେ ସେଥିରେ କୌଣସି ଅସୁବିଧା ନାହିଁ: ଜୟା ବଚ୍ଚନ

ଜୟାଙ୍କ ଉପଦେଶ!

ଜୟାଙ୍କ ଉପଦେଶ!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଆଜିକାଲି ତାଙ୍କ ପୋଡକାଷ୍ଟ What The Hell Navya ମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି। ଏହି ପୋଡକାଷ୍ଟରେ ସେ ତାଙ୍କ ଆଈ ଜୟା ଓ ମା ଶ୍ୱେତା ବଚ୍ଚନଙ୍କ ସହ ରିଲେସନସିପ ପରାମର୍ଶ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

କେବଳ ଏତିକି ନୁହେଁ, ଜୟା କହିଛନ୍ତି ଯଦି ବିହାହ ନକରି ନବ୍ୟା ମାଆ ହୁଅନ୍ତି, ତେବେ ସେଥିରେ ତାଙ୍କର କୌଣସି ଅସୁବିଧା ହେବନି। ସେ କହିଛନ୍ତି ଯେ ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି। କିନ୍ତୁ ସମ୍ପର୍କରେ ଶାରିରୀକ ସମ୍ପର୍କ ଓ କାପାବିଲିଟି ଉଭୟ ରହିବା ଜରୁରୀ। ଆମ ସମୟରେ ଆମେ ଏପରି ଏକ୍ସପେରିମେଣ୍ଟ କରିପାରିନଥିଲୁ। ଆଜିର ପିଢି ଏପରି କାମ କରୁଛନ୍ତି, କାହିଁକି ବା ନକରିବେ? ଯଦି ଶାରିରୀକ ସମ୍ପର୍କ ନରହିବ, ତାହାହେଲେ କୌଣସି ବି ସମ୍ପର୍କ ଲମ୍ବା ସମୟ ପାଇଁ ତିଷ୍ଠି ପାରିବନି। କୌଣସି ବି ସମ୍ପର୍କ କେବଳ ପ୍ରେମ ଓ ଖାପ ଖୁଆଇ ଚାଲିନଥାଏ। ଏହା ନିହାତି ଜରୁରୀ ବୋଲି ମୁଁ ଭାବେ।

ଆଜିର ରିଲେସନସିପରେ ଇମୋସନ ଓ ରୋମାନ୍ସର କମ୍ ନାହିଁ। ଆପଣ ଭଲ ସାଥୀ ସହ ବିବାହ କରିବା ଜରୁରୀ। ଆପଣ ତାଙ୍କ ସହ ସାଥୀ ହେବା ଦରକାର। ଆପଣ ଆପଣ ସାଥୀଙ୍କ ସହ ଆଲୋଚନା କରିବେ। ଆମ ଦୁହିଁଙ୍କର ଛୋଟ ପିଲାଟିଏ ହେଉ, କାହିଁକିନା ମୁଁ ତୁମକୁ ପସନ୍ଦ କରେ। ମୁଁ ଜାଣିଛି ତୁମେ ବହୁତ ଭଲ। ଚାଲ, ଆମେ ମ୍ୟାରେଜ୍ କରିବା... କାହିଁକିନା ସମାଜ ଏହାହିଁ ଚାହେଁ ବୋଲି କହିଛନ୍ତି ଜୟା।
Published by:Soumya Das
First published: