ମିସେଲ ଓବାମାଙ୍କୁ ଜାଭେଦ ଅଖତରଙ୍କ ଅନୁରୋଧ; 'ହ୍ଵାଇଟ ହାଉସକୁ ଫେରିଆସନ୍ତୁ'

ପ୍ରିୟ ମିସେଲ ଓବାମା, ମୁଁ ଆପଣଙ୍କର ଜଣେ ଯୁବ ପାଗଳ ପ୍ରଶଂସକ ନୁହେଁ, କିନ୍ତୁ ଭାରତର ଜଣେ ୭୭ ବର୍ଷୀୟ ଲେଖକ ତଥା କବି...ମିସେଲ ଓବାମାଙ୍କୁ ଗୀତିକାର ଜାଭେଦ୍ ଅଖତର ଏକ ଭାବପ୍ରବଣ ଅନୁରୋଧ କରିଛନ୍ତି।

ଜାଭେଦ ଅଖତର ଓ ମିସେଲ ଓବାମା (ପ୍ରତୀକାତ୍ମକ ଛବି)

ଜାଭେଦ ଅଖତର ଓ ମିସେଲ ଓବାମା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପ୍ରିୟ ମିସେଲ ଓବାମା, ମୁଁ ଆପଣଙ୍କର ଜଣେ ଯୁବ ପାଗଳ ପ୍ରଶଂସକ ନୁହେଁ, କିନ୍ତୁ ଭାରତର ଜଣେ ୭୭ ବର୍ଷୀୟ ଲେଖକ ତଥା କବି ... "ଏହି କଥାଗୁଡ଼ିକ ଭାରତର ପ୍ରସିଦ୍ଧ ଗୀତିକାର ଜାଭେଦ୍ ଅଖତରଙ୍କ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ଲେଡି ମିସେଲ ଓବାମା ତାଙ୍କ ଯାତ୍ରା ଦି ଲାଇଟ ୱେ କ୍ୟାରି ଘୋଷଣା ନେଇ ଏକ ଟୁଇଟ୍ କରିଥିଲେ। ଯାହାର ଜବାବରେ ବଲିଉଡର ଗୀତିକାର ଜାଭେଦ୍ ଅଖତର ତାଙ୍କୁ ଏକ ଭାବପ୍ରବଣ ଆବେଦନ କରିଛନ୍ତି।

ଗୀତିକାର ଅଖତର ମିସେଲଙ୍କୁ ହ୍ଵାଇଟ ହାଉସକୁ ଫେରିବା ପାଇଁ ନିବେଦନ କରିଛନ୍ତି। ଏହି ଅନୁରୋଧ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ଅକ୍ଟୋବର ୫ରେ ଟୁଇଟ୍ କରି ତାଙ୍କ ଯାତ୍ରା ଦି ଲାଇଟ୍ ୱେ କ୍ୟାରି ଘୋଷଣା କରିଛନ୍ତି।  ଏହି ଟୁଇଟର ଜବାବରେ ଭାରତର ଗୀତିକାର ଜାଭେଦ ଅଖତର ତାଙ୍କୁ ଏକ ଭାବପ୍ରବଣ ଅନୁରୋଧ କରିଥିଲେ। ହ୍ଵାଇଟ ହାଉସକୁ ଫେରିବା ପାଇଁ ପ୍ରୟାସ କରିବାକୁ ବଲିଉଡର ଗୀତିକାର ଅଖତର ଆମେରିକାର ପୂର୍ବତନ ପ୍ରଥମ ଲେଡି ମିସେଲ ଓବାମାଙ୍କୁ ନିବେଦନ କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, ମ୍ୟାଡମ,ଦୟାକରି ମୋ କଥାକୁ ଗମ୍ଭୀରତାର ସହ ନିଅନ୍ତୁ,କେବଳ ଆମେରିକା ନୁହେଁ, ହ୍ଵାଇଟ ହାଉସରେ ବିଶ୍ୱ ଆପଣଙ୍କ ଆବଶ୍ୟକ କରୁଛି।  ଆପଣ ଏହି ଦାୟିତ୍ୱରୁ ଦୂରେଇ ରହିବା ଉଚିତ୍ ନୁହେଁ।" ଗୀତିକାର ଜାଭେଦ୍ ଅଖତର ମଧ୍ୟ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି, "ପ୍ରିୟ ମିସେଲ ଓବାମା, ମୁଁ ଆପଣଙ୍କ ଜଣେ ଯୁବ ପାଗଳ ପ୍ରଶଂସକ ନୁହେଁ, ବରଂ ଭାରତର ଜଣେ ୭୭ବର୍ଷ ବୟସ୍କ ଲେଖକ ତଥା କବି। ଆଶା କରୁଛି ଯେ ପ୍ରାୟ ଭାରତୀୟ ମୋର ନାମ ଜାଣିଛନ୍ତି। ଜାଭେଦ ଅଖତର ଏହି ଭାବନାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି।
Published by:Soumya Das
First published: