ନିଶା ମହାରଣାଙ୍କୁ ମନା ହେଲା ଯାତ୍ରା ପେଣ୍ଡାଲ୍ ! ନିଶା କହିଲେ ମୁଁ ଛାଡିବା ଝିଅ ନୁହେଁ

ନିଶା ମହାରଣା ରାଜଧାନୀ ଅପେରା ମଞ୍ଚରେ ଥରେ ନୁହେଁ ହଜାର ଥର ଚଢିଛି । କିଛି ନିର୍ଦ୍ଦିଷ୍ଟ ଲୋକ ମତେ ଟାର୍ଗେଟ୍ କରୁଛନ୍ତି । ମୁଁ ବି ଛାଡିବା ଝିଅ ନୁହେଁ ... ମିଷ୍ଟର ଦୟା, ତୁ ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବା ଝିଅ...

ନିଶା ମହାରଣାଙ୍କୁ ମନା ହେଲା ଯାତ୍ରା ପେଣ୍ଡାଲ୍ ! ନିଶା କହିଲେ ମୁଁ ଛାଡିବା ଝିଅ ନୁହେଁ

ନିଶା ମହାରଣାଙ୍କୁ ମନା ହେଲା ଯାତ୍ରା ପେଣ୍ଡାଲ୍ ! ନିଶା କହିଲେ ମୁଁ ଛାଡିବା ଝିଅ ନୁହେଁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ପୁଣିଥରେ ଯାତ୍ରା (jatra)କୁ ନେଇ ଚର୍ଚ୍ଚା ସାମ୍ନାକୁ ଆସିଛି । ରାଜଧାନୀ ଅପେରା ହାସ୍ୟ ଅଭିନେତା (comedian) ଦୟାନିଧୀ ନିଶା ମହାରଣାଙ୍କ (nisha maharana) ଉପରେ ବୟାନ ଦେବାପରେ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଦୟା କହିଛନ୍ତି ଯେ, ସୋସିଆଲ ମିଡିଆରେ ଆମ ଯାତ୍ରାକୁ ବଦନାମ କରାଯାଉଛି । ଆଇଟମ ଡ୍ୟାନ୍ସ (item dance) ପାଇଁ ଯାତ୍ରା କଳାକାର ବି ବଦନାମ ହେଉଛନ୍ତି । ଏହାର କାରଣ କଣ ଆପଣମାନେ ମଧ୍ୟ ଖୋଜି ପାଉନାହାନ୍ତି । କିଏ କୋହୁଛି କମେଡି ପାଇଁ ଯାତ୍ରା ବଦନାମ ହେଉଛି ତ ଆଉ କିଏ କହୁଛି ଆଇଟମ୍ ଡ୍ୟାନ୍ସ ପାଇଁ ଯାତ୍ରା ବଦନାମ ହେଉଛି । ଅନେକ ଯାତ୍ରା କଳାକାରଙ୍କୁ ମଧ୍ୟ ବଦନାମ କରୁଛନ୍ତି । ବର୍ତ୍ତମାନ ଆମେ ଯେଉଁ ସ୍ଥାନରେ ଅଛୁ ଏଠାରେ ଆଜି ଯାତ୍ରା ପରିବେଷଣର କାର୍ଯ୍ୟକ୍ରମ (program) ରହିଛି । ଆଜି ରାତିରେ ଡ୍ୟାନ୍ସ କରିବା ପାଇଁ ନିଶା ମହାରଣାଙ୍କୁ ଡକାଯାଇଛି । ମୁଁ ଯେତେବେଳେ ଜାଣିଲି ସେତେବେଳେ ମୁଁ ଯାତ୍ରା ମ୍ୟାନେଜର (manager)ଙ୍କୁ କହିଲି ଯେ, ଯଦି ସେ ଡ୍ୟାନ୍ସର ଆସି ମଞ୍ଚରେ ଚଢିବେ ତେବେ ମୁଁ ଅଭିନୟ ପାଇଁ ମଞ୍ଚରେ ଚଢିବିନି ଏବଂ ମୋ ସହ ଆମ ଟିମର ଅନ୍ୟକଳାକାରମାନେ ମଧ୍ୟ ମଞ୍ଚରେ ଚଢିବେନି ।

ଆମ ସହ କମିଟି ମେମ୍ୱର ଝଗଡା କରିବା ସହ କହୁଛନ୍ତି ନିଶା ମହାରଣା ଆମ ଯାତ୍ରା ପାର୍ଟିକୁ ଆସିବା ନିହାତି ଦରକାର । ଯେଉଁମାନେ କହୁଛନ୍ତି ନିଶା ମହାରଣା ଆସିବା ନିହାତି ଦରକାର ତେବେ ସେମାନେ ନାଟକ ବନ୍ଦ କରିଦିଅନ୍ତୁ । ସେମାନେ ରାତିସାରା ଡ୍ୟାନ୍ସ କରନ୍ତୁ ଦର୍ଶକ ଦେଖିବେ ।

ଏଥିସହ ଆମେ ସ୍ପଷ୍ଟ ଭାବରେ କହୁଛୁ ଯଦି ରାଜଧାନୀ ଅପେରା ମଞ୍ଚରେ କୌଣସି ଆଇଟମ୍ ଡ୍ୟାନ୍ସର ଚଢ଼ନ୍ତି । ଯେଉଁ ଆଇଟମ୍ ଡ୍ୟାନ୍ସରଙ୍କ ପାଇଁ ଆମ ଯାତ୍ରା ଜଗତ ବଦନାମ ହୋଇଛି ସେମାନେ ମଞ୍ଚ ଚଢିଲେ ଆମେ ଯାତ୍ରାରେ ଅଭିନୟ କରିବା ପାଇଁ ମଞ୍ଚକୁ ଯିବୁ ନାହିଁ ।

ଅନ୍ୟପଟେ ନିଶା ମହାରଣା ମଧ୍ୟ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ନିଶା ମହାରଣା ରାଜଧାନୀ ଅପେରା ମଞ୍ଚରେ ଥରେ ଚଢିନି ହଜାର ଥର ଚଢିଛି । କାହିଁ ଆଗରୁ ତ ପ୍ରତିବାଦ କରୁନଥିଲ । ଆଜି ହଠାତ୍ ପ୍ରତିବାଦ କରାଯାଉଛି ଏହାର କାରଣ ମୁଁ ଜାଣିଛି । କିଛି ନିର୍ଦ୍ଦିଷ୍ଟ ଲୋକ ମତେ ଟାର୍ଗେଟ୍ କରୁଛନ୍ତି । ମୁଁ ବି ଛାଡିବା ଝିଅ ନୁହେଁ କହିବା ସହ ନିଶା ଏକଥା ମଧ୍ୟ କହିଛନ୍ତି ମିଷ୍ଟର ଦୟା... ତୁ ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବା ଝିଅ , ମନେ ରଖିଥା .. ତୁ ଯେପରି ନାଟକ କରିକି ପେଟ ପୋଷୁଛୁ ମୁଁ ସେପରି ଡ୍ୟାନ୍ସ କରିକି ପେଟ ପୋଶୁଛି । ଦୟାଙ୍କୁ ଚେତାବନୀ ଦେଇ ନିଶା କହିଛନ୍ତି ମୁଁ ତୋ ମ୍ୟାଟରରେ ମୁଣ୍ଡ ପୁରାଉନି କି ତୁ ମୋ ମ୍ୟାଟରରେ ମୁଣ୍ଡ ପୁରାନି ! ଯେତେବେଳେ ମୋ ବିଷୟରେ କହୁଛୁ ଭାବିଚିନ୍ତି କହ । ନିଶା ମହାରଣା ଯେତେବେଳେ ଏ ଲାଇନ୍ ରେ ନଥିଲା ସେତେବେଳେ ତା ପରିବାର ଭୋକରେ ମରିଯାଉନଥିଲେ । ତମେମାନେ ଯାତ୍ରାରେ ଅଭିନୟ କରି ପେଟ ପୋଶୁଛ କିନ୍ତୁ ମୁଁ ଯେତେବେଳେ ପୋଗ୍ରାମ ବି କରୁନଥିଲି ସେତେବେଳେ ବି ଖୁବ୍ ଭଲରେ ବଞ୍ଚୁଥିଲି ।

ଏହି ଖବର ପଢ଼ନ୍ତୁ-  ମିଶନ ଶକ୍ତି ଦେଖାଇଛି ରୋଜଗାରର ବାଟ: ଲଙ୍କା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର !
Published by:Soubhagya Mishra
First published: