ପୁଣି ଚର୍ଚ୍ଚାରେ ବିବାଦୀୟ କୁଇନ ରାନୀ ପଣ୍ଡା; ଦାନ କଲେ ୫୦ ହଜାର ଟଙ୍କା

ରାନୀ ପଣ୍ଡା ସମାଜ ସେବା କରି ଲୋକ ଲୋଚନକୁ ଆସିଛନ୍ତି। ପୂର୍ବରୁ ମଧ୍ୟ ରାନୀ ଏମିତି ଅନେକ ଥର ସମାଜସେବା କରି ଚର୍ଚ୍ଚାରେ ରହିସାରିଛନ୍ତି। ହେଲେ ଏଥର ସେ ଏକ ସାମାଜିକ ଅନୁଷ୍ଠାନକୁ ସାହାଯ୍ୟର ହାତ ବଢ଼ାଇଛନ୍ତି।

ପୁଣି ଚର୍ଚ୍ଚାରେ ବିବାଦୀୟ କୁଇନ ରାନୀ ପଣ୍ଡା

ପୁଣି ଚର୍ଚ୍ଚାରେ ବିବାଦୀୟ କୁଇନ ରାନୀ ପଣ୍ଡା

  • News18 Odia
  • Last Updated :
  • Cuttack, India
  • Share this:
News118 Odia Digital

ଭୁବନେଶ୍ବର: ସବୁବେଳେ ନିଜ କଥା ଓ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ନେଇ ପୁଣି ସାମ୍ନାକୁ ଆସିଛି ନୂଆ ଖବର। ହେଲେ ଏଥର ତାଙ୍କର କୌଣସି ବିବାଦୀୟ ବୟାନ ପାଇଁ ନୁହେଁ ବରଂ କିଛି ଭିନ୍ନ ଜିନିଷକୁ ନେଇ ତାଙ୍କର ପ୍ରଶଂସା କରାଯାଉଛି।

ଆଜ୍ଞା ହଁ, ଏଥର ରାନୀ ପଣ୍ଡା ସମାଜ ସେବା କରି ଲୋକ ଲୋଚନକୁ ଆସିଛନ୍ତି। ପୂର୍ବରୁ ମଧ୍ୟ ରାନୀ ଏମିତି ଅନେକ ଥର ସମାଜସେବା କରି ଚର୍ଚ୍ଚାରେ ରହିସାରିଛନ୍ତି। ହେଲେ ଏଥର ସେ ଏକ ସାମାଜିକ ଅନୁଷ୍ଠାନକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ୮୦ ହଜାର ଟଙ୍କାର ସହଯୋଗ କରିଛନ୍ତି ରାନୀ। ଯାହାକୁ ନେଇ ଲୋକଙ୍କଠାରୁ ଖୁବ୍‌ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ଅଭିନେତ୍ରୀ।

ସମ୍ବଲପୁର ଡଙ୍ଗାପାଳ ଗାଁରେ ଆୟୋଜିତ ନାବକେଳୀ ଉତ୍ସବରେ ଯୋଗଦେଇଥିଲେ ରାନୀ। ମଞ୍ଚରେ ହଠାତ୍ ଆୟୋଜକ କମିଟିଙ୍କ ଉପସ୍ଥିତିରେ ଅଞ୍ଚଳର ଗରିବ ଅସହାୟଙ୍କ ପାଇଁ ୫୦,୦୦୦ ଟଙ୍କା ଘୋଷଣା କରିଥିଲେ।

ଖାଲି ଏତିକି ନୁହେଁ ବରଂ ଏହି ପ୍ରୋଗ୍ରାମରେ ମିଳିଥିବା ପାରିଶ୍ରମିକର ୧୦% ଅର୍ଥ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ସମସ୍ତ ମ୍ୟୁଜିସିଆନ, ଲାଇଟ, ସାଉଣ୍ଡ ଅପରେଟର ଏବଂ ଅନ୍ୟ କଳାକାର ପାଇଁ ଦାନ କରିଥିଲେ। ଯାହାକୁ ନେଇ ତାଙ୍କ ପ୍ରଶଂସାରେ ଲାଗିପଡ଼ିଛନ୍ତି ସମସ୍ତେ। ଏମିତିକି ରାନୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ଝିଅ ବାହାଘର ହେଲେ ବି ସହାୟତାର ହାତ ବଢ଼ାଇବେ।
Published by:Lipina Das
First published: