ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଜନ୍ମାଷ୍ଟମୀରେ ରାଧା ବେଶରେ ସଜେଇ ହେଲେ ପଙ୍ଗା କ୍ୱିନ; ନୀତୁ କପୁର ଓ ଉର୍ମିଲା ମାତଣ୍ଡେକର ବି ଜଣାଇଲେ ଶୁଭେଚ୍ଛା

ଜନ୍ମାଷ୍ଟମୀରେ ରାଧା ବେଶରେ ସଜେଇ ହେଲେ ପଙ୍ଗା କ୍ୱିନ; ନୀତୁ କପୁର ଓ ଉର୍ମିଲା ମାତଣ୍ଡେକର ବି ଜଣାଇଲେ ଶୁଭେଚ୍ଛା

ସାରା ଭାରତ ଆଜି ପାଳନ କରୁଛି ଜନ୍ମାଷ୍ଟମୀ। କଙ୍ଗନା ରାଣୱତଙ୍କଠାରୁ ଆରମ୍ଭ କରି ନୀତୁ କପୁରଙ୍କ ପର୍ଯ୍ୟନ୍ତ ଜନ୍ମାଷ୍ଟମୀ ଉପଲକ୍ଷେ ସେମାନଙ୍କ ଫ୍ୟାନ୍ସମାନଙ୍କୁ ଶୁଭେଛା ଜଣାଇଛନ୍ତି ।

ଜନ୍ମାଷ୍ଟମୀରେ ରାଧା ବେଶରେ ସଜେଇ ହେଲେ ପଙ୍ଗା କ୍ୱିନ; ନୀତୁ କପୁର ଓ ଉର୍ମିଲା ମାତଣ୍ଡେକର ବି ଜଣାଇଲେ ଶୁଭେଚ୍ଛା
ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସେଲିବ୍ରେଟି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 30, 2021, 4:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ସାରା ଭାରତ ଆଜି ପାଳନ କରୁଛି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ପରମ୍ପରା ଅନୁସାରେ ଭାଦ୍ର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ହିନ୍ଦୁମାନେ ସମସ୍ତ ପର୍ବକୁ ଧୁମଧାମରେ ପାଳନ କରିବା ସହ ପରସ୍ପରଙ୍କ ସୁଖ ଓ ସୁସ୍ଥ ଜୀବନ କାମନା କରିଥାନ୍ତି। ଏନେଇ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଜନ୍ମାଷ୍ଟମୀ ଅବସରରେ ସୋସିଆଲ ମିଡ଼ିଆରେ ନିଜ ନିଜ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ବଧେଇ ଦେଉଥିବା ନଜର ଆସିଛି। କଙ୍ଗନା ରାଣୱତଙ୍କଠାରୁ ଆରମ୍ଭ କରି ନୀତୁ କପୁରଙ୍କ ପର୍ଯ୍ୟନ୍ତ ଜନ୍ମାଷ୍ଟମୀ ଉପଲକ୍ଷେ ସେମାନଙ୍କ ଫ୍ୟାନ୍ସମାନଙ୍କୁ ଶୁଭେଛା ଜଣାଇଛନ୍ତି ।

ବଲିଉଡ଼ର ପଙ୍ଗା କ୍ୱିନଭାବେ ପରିଚିତ କଙ୍ଗନା ରାଣୱତ ସୁନ୍ଦର ଭାବେ ସଜ ହୋଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ରାଧା ହୋଇ ଶ୍ରୀକୃଷ୍ଣଙ୍କୁ ଆରତୀ କରୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ସେୟାର କରି କଙ୍ଗନା ଏହାର କ୍ୟାପସନରେ ଲେଖିଛନ୍ତି ଯେ ‘#Shrinathji #jaishrikrishna’। ଫଟୋରେ କଙ୍ଗନା ରାଜସ୍ଥାନୀ ଲୁକରେ ବହୁତ ସୁଦର ଦେଖାଯାଉଛନ୍ତି। ତାଙ୍କ ଆଖପାଖରେ ବହୁତ ଭିଡ଼ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି।

ସେହିପରି ବଲିଉଡ଼ ଅଭିନେତ୍ରୀ ନୀତୁ କପୁର ମଧ୍ୟ ଫ୍ୟାନ୍ସଙ୍କୁ ଶୁଭେଛା ଦେବା ନେଇ ସୋସିଆଲ ମିଡ଼ିଆର ସାହାର ନେଇଛନ୍ତି। ନୀତୁ କପୁର ତାଙ୍କ ଇନଷ୍ଟା ଷ୍ଟୋରୀରେ ବାଳ କୃଷ୍ଣଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ କୃଷ୍ଣ ଲହୁଣୀ ଖାଉଥିବା ଦେଖାଯାଏ। ଏହା ସହିତ ନୀତୁ ବାଳ କୃଷ୍ଣଙ୍କ ଏକ ସୁନ୍ଦର ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଏହାରି ମାଧ୍ୟମରେ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଶୁଭେଛା ଦେଇଛନ୍ତି। ଭିଡିଓ ସେୟାର କରି ନୀତୁ କପୁର ‘ହାପି ଜନ୍ମାଷ୍ଟମୀ’ ବୋଲି ଲେଖିଛନ୍ତି।

ଅଭିନେତା ଉର୍ମିଲା ମାତେଣ୍ଡକର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ ମଧ୍ୟ ସୋସିଆଲ ମିଡ଼ିଆରେ ମାଧ୍ୟମରେ ଜନ୍ମାଷ୍ଟମୀର ଶୁଭେଛା ଜଣେଇଛନ୍ତି। ସେ ବି ବାଳ କୃଷ୍ଣଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହାରି ମାଧ୍ୟମରେ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଭଲ ବାର୍ତ୍ତା ଦେଇଛନ୍ତି। ଏହି ଫଟୋରେ ବାଳ କୃଷ୍ଣ ଦୌଡୁଥିବାର ନଜର ଆସୁଛନ୍ତି। ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ “କବାଟ ଖୋଲ, ମୁ ତୁମ ଘର ବାହାରେ ଠିଆ ହୋଇଛି।” ସେଲିବ୍ରିଟିମାନଙ୍କ ଏହି ସବୁ ପୋଷ୍ଟକୁ ଉପଭୋକ୍ତାମାନେ ଲାଇକ କରୁଥିବା ବେଳେ ପ୍ରତି ଉତ୍ତର ମଧ୍ୟ ରଖୁଛନ୍ତି।
Published by: Soumya Das
First published: August 30, 2021, 4:43 PM IST