ମାଲଦ୍ଵୀପରେ ହଲିଡେ କାଟୁଛନ୍ତି ଜାହ୍ନବୀ
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ବଲିଉଡର ଧଡକ ଗର୍ଲ ତଥା ସୁନ୍ଦରୀ ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ସେ ମାଲଦ୍ୱୀପରେ ଛୁଟି ଉପଭୋଗ କରୁଛନ୍ତି। ସେ ତାଙ୍କ ଛୁଟିଦିନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ହଟ ଦେଖାଯାଉଛନ୍ତି । ଫଟୋରେ ଜାହ୍ନବୀ ଧଳା ରଙ୍ଗର ଡ୍ରେସ୍ରେ ନଜର ଆସିଛନ୍ତି। ତାଙ୍କ ଫଟୋ ଗୁଡ଼ିକରେ ସେ ଅତି ସୁନ୍ଦର ଦେଖାଯାଉଛନ୍ତି।
ଏହି ସମୟରେ ଏଭଳି ଫଟୋ ସାମ୍ନାକୁ ଆସିଛି। ଯେଉଁ କାରଣରୁ ସୋସିଆଲ ମିଡିଆ ୟୁଜର୍ସମାନେ ଅନୁମାନ କରୁଛନ୍ତି ଯେ ଜାହ୍ନବୀ ଏକା ମାଲଦ୍ୱୀପରେ ଛୁଟିଦିନ କାଟୁ ନାହାନ୍ତି, ବରଂ ପୂର୍ବତନ ପ୍ରେମିକ ଶିଖର ପହାଡିଆଙ୍କ ସହ। ବାସ୍ତବରେ, ଜଣେ ୟୁଜର୍ସ ଶିଖର ପହାଡିଆଙ୍କ ଇନଷ୍ଟା ଷ୍ଟୋରୀ ପୋଷ୍ଟର ଏକ ଝଲକ ଦେଖାଇଛନ୍ତି। ବାସ୍ତବରେ, ଜାହ୍ନବୀ କପୁର ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଚନ୍ଦ୍ରକୁ ଅନାଇଛନ୍ତି । ଶିଖର ଏବଂ ଜାହ୍ନବୀଙ୍କ ସମାନ ଫଟୋ ଯୋଗୁଁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଉଭୟ ମାଲଦ୍ୱୀପରେ ଏକାଠି ଛୁଟି ଉପଭୋଗ କରୁଛନ୍ତି।
ଶିଖର ପୂର୍ବତନ ମହାରାଷ୍ଟ୍ର ସିଏମ ସୁଶୀଲ କୁମାର ସିନ୍ଦେଙ୍କ ନାତି। ରିପୋର୍ଟ ଅନୁଯାୟୀ, ସେ ଜାହ୍ନବୀଙ୍କୁ ଡେଟ କରିଛନ୍ତି। କିଛି ସମୟ ପରେ ଦୁଇଜଣ ଅଲଗା ହୋଇଯାଇଥିଲେ। କରଣ ଜୋହର ତାଙ୍କ ଚାଟ୍ ସୋ’ରେ ଦୁହିଁଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ। ଏହାପୂର୍ବରୁ ଜାହ୍ନବୀ ଏବଂ ଶିଖରଙ୍କୁ ମୁମ୍ବାଇରେ ଏକାଠି ଦେଖିବାକୁ ମିଳିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।