News18 Odia Digital
Anubhav Mohanty and Jagruti Shukla: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ପତ୍ନୀ ବର୍ଷାଙ୍କ ସହ ବିବାଦ ସମୟରେ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ବନ୍ଧୁତାକୁ ନେଇ ବେଶ ଚର୍ଚ୍ଚା ଲାଗିରହିଥିଲା। ନିକଟରେ ଜାଗୃତିଙ୍କ ସହ ଏକ ଫଟୋ ଭାଇରାଲ ହେଉଛି। ଅନୁଭବ ଓ ଜାଗୃତି ଏକା ସାଙ୍ଗରେ ବସିଥିବାର ଫଟୋ ଭାଇରାଲ ହେଉଛି ।
ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରି ଜାଗୃତି ଲେଖିଛନ୍ତି, ମୁଁ ତୁମକୁ ପ୍ରଶଂସା କରେ କାରଣ ଝଡ଼ ପରେ ମଧ୍ୟ ତୁମେ ଚମକିବାକୁ ପସନ୍ଦ କର। ମୁଁ ତୁମର ଦୟା ଓ ସଚ୍ଚୋଟତାକୁ ପ୍ରଶଂସା କରେ। ତୁମେ ମୋ ଜୀବନରେ ଆଣିଥିବା ଏନର୍ଜି, ଆନନ୍ଦ, ସୁନ୍ଦର ପରିବାର ଏବଂ ଆଶ୍ଚର୍ଯ୍ୟଜନକ ବନ୍ଧୁମାନଙ୍କ ପାଇଁ ମୁଁ ତୁମକୁ ପ୍ରଶଂସା କରେ। ମୁଁ ବହୁତ ଜିନିଷ ପାଇଁ ତୁମକୁ ପ୍ରଶଂସା କରେ..
ପତ୍ନୀଙ୍କ ସହ ହୋଇଥିବା ବିବାଦ ଭିତରେ ବର୍ଷା ପ୍ରିୟଦର୍ଶନୀ ଦିଲ୍ଲୀରେ ଜଣେ ଝିଅଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ସମୟରେ ପାର୍ଟି, ଫଙ୍କସନ ଓ ଅନ୍ଯ ସବୁଠି ଅନୁଭବଙ୍କ ସହ ଜାଗୃତିଙ୍କୁ ଦେଖିବାକୁ ମିଳୁଛି । ବର୍ଷାଙ୍କ ସହ ବିବାଦ ହେବାର କାରଣ ଜାଗୃତି ବୋଲି ବର୍ଷାଙ୍କ କଥା ଏବେ ସତ ବୋଲି ସାଧାରଣରେ ଆଲୋଚନା ଜୋର ଧରିିଛି । ଜାଗୃତି ଦିଲ୍ଲୀରେ ସାମ୍ୱାଦିକ ଭାବେ କାର୍ଯ୍ଯ କରିଛନ୍ତି । କିନ୍ତୁ ସେ ହିଂସା ଓ ଦଙ୍ଗା ସୃଷ୍ଟି କରିବା ଭଳି ଟ୍ୱିଟ କରୁଥିବାର ନେଇ ପୂର୍ବରୁ ବିବାଦରେ ରହିଆସିଛନ୍ତି ।
ଆସୁଛି ଅନୁଭବ ମହାନ୍ତିଙ୍କ 'ରାବଣ'; ଆଜି ମନକଥା କହିଦେଲେ ଜାଗୃତି ଶୁକ୍ଳାସୂଚନାଯୋଗ୍ଯ, ଜାଗୃତିଙ୍କ ଦ୍ୱାରା ଲିଖିତ ରାବଣ କାହାଣୀରେ ହିରୋ ଭାବେ ଅନୁଭବ ନଜର ଆସିଛନ୍ତି। ଫିଲ୍ମର ଟିଜର ରିଲିଜ ଦିନ ପୋଷ୍ଟରେ ଅନୁଭବଙ୍କୁ ଟ୍ୟାଗ କରି ଜାଗୃତି ଲେଖିଥିଲେ ଯେ, ନିଜ ବିଷୟରେ ଯେତେବି ସମାଲୋଚନା ହେଉ ନା କାହିଁକି, ଉତ୍ସାହର ସହିତ ନିଜ କାମକୁ ଜାରି ରଖନ୍ତୁ । ଉତ୍ସାହର ସହ କାର୍ଯ୍ୟକଲେ ହିଁ ଆପଣ ଯାହା ପାଇବାକୁ ଚାହୁଁଛନ୍ତି ତାହା ପାଇପାରିବେ । କାରଣ ଆପଣଙ୍କ ଜୀବନରେ ଯାହା କିଛି ପାଇବେ, ତାହା କଠିନ ପରିଶ୍ରମ, ବଳିଦାନ ଏବଂ ଦୃଢ଼ତାର ସହ ଅର୍ଜନ କରିବାକୁ ପଡିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।