News 18 Odia Digital
ଭୁବନେଶ୍ୱର; ଖୁବ୍ ଶୀଘ୍ର ରିଲିଜ୍ ହେବ 'ରାବଣ' (Raavan) ଦି ଇଣ୍ଟରଭାଲ ପାର୍ଟ, ଘୋଷଣା କରିଛନ୍ତି କାହାଣୀ ଲେଖିକା ଜାଗୃତି ଶୁକ୍ଳା (Jagrati sukla) । ଏଥିସହ ସେ କହିଛନ୍ତି ଯେ, ଲେଖିକା ଭାବରେ ମୁଁ ମୋର ପ୍ରଥମ ଚଳଚ୍ଚିତ୍ର (First film) ଘୋଷଣା କରିଛି । ରାବଣ - ଦି ଇଣ୍ଟରଭାଲ୍ ପାର୍ଟ ରାଜଶ୍ରୀ ଷ୍ଟୁଡିଓ (Rajashree studio) ଅଧୀନରେ ହିନ୍ଦୀ ସମେତ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ । ଓଡ଼ିଆ ଚଳଚ୍ଚିତ୍ର ସୁପରଷ୍ଟାର ତଥା ମାନ୍ୟବର ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଏହି କାହାଣୀଟିକୁ ମୁଁ ଲେଖିଛି । ମୋର ପ୍ରଥମ ସିନେମା ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ।
ପୋଷ୍ଟରେ ଅନୁଭବଙ୍କୁ ଟ୍ୟାଗ କରି ଜାଗୃତି ଲେଖିଛନ୍ତି ଯେ, ନିଜ ବିଷୟରେ ଯେତେବି ସମାଲୋଚନା ହେଉ ନା କାହିଁକି, ଉତ୍ସାହର ସହିତ ନିଜ କାମକୁ ଜାରି ରଖନ୍ତୁ । ଉତ୍ସାହର ସହ କାର୍ଯ୍ୟକଲେ ହିଁ ଆପଣ ଯାହା ପାଇବାକୁ ଚାହୁଁଛନ୍ତି ତାହା ପାଇପାରିବେ । କାରଣ ଆପଣଙ୍କ ଜୀବନରେ ଯାହା କିଛି ପାଇବେ, ତାହା କଠିନ ପରିଶ୍ରମ, ବଳିଦାନ ଏବଂ ଦୃଢ଼ତାର ସହ ଅର୍ଜନ କରିବାକୁ ପଡିବ ।
ଆଜି ସନ୍ଧ୍ୟାରେ ମୁକ୍ତିଲାଭ କରିଛି RaaVanର ଅଫିସିଆଲ୍ ଟିଜର । ଶୀଘ୍ର ମୁଁ ଅଫିସିଆଲ୍ ଟିଜରର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିବି ବୋଲି କହିଛନ୍ତି ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା। ଏହା ସହିତ ଜାଗୃତୀ ଫ୍ୟାନ୍ସଙ୍କୁ ପଚାରିଛନ୍ତି ଆପଣ ରାବଣଙ୍କୁ ଭେଟିବାକୁ ଉତ୍ସାହିତ କି !
ରାବଣରେ ଖୁବ୍ ଶୀଘ୍ର ବଡ଼ ପରଦାକୁ ଓହ୍ଲାଉଛନ୍ତି ଅନୁଭବ ମହାନ୍ତି । ଗତ ବର୍ଷ ଅନୁଭବ ନିଜ ସିନେମା ରାବଣକୁ ନେଇ ଖୁଲାସା କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର "ରାବଣ" ଦୁଇଟି ପାର୍ଟରେ ଆସିବ ବୋଲି ଅନୁଭବ ଘୋଷଣା କରିଥିଲେ । ତେବେ ଗତ ୩ ରୁ ୪ ଦିନ ହେବ ରାବଣର ଅଫିସିଆଲ୍ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅନୁଭବଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠୁ ଅଧିକ ଚର୍ଚ୍ଚା ହେଉଛି ଫିଲ୍ମର କାହାଣୀକାରଙ୍କୁ ନେଇ । ଆଜ୍ଞା ହଁ, ଟିଜରରେ ଚଳଚ୍ଚିତ୍ରର କାହାଣୀର ଲେଖିକା ଅଛନ୍ତି ଜାଗୃତି ଶୁକ୍ଳା । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଜାଗୃତି ଫିଲ୍ମ ରିଲିଜ ହେବା ନେଇ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ଏକାଧିକ ଭାଷାରେ ସିନେମାଟି ପ୍ରସ୍ତୁତ ହେବାକୁ ଯାଉଛି । ଏହି ସିନେମାରେ ହିନ୍ଦୀ ସିନେଜଗତର କିଛି ପ୍ରସିଦ୍ଧ କଳାକାର ଜଡିତ ରହିପାରନ୍ତି । ମହାଦେବଙ୍କ ରାଣ ନେଇ ଅନୁଭବ ଫେରିଛନ୍ତି ରାବଣ ହୋଇ । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ରାବଣ ଫିଲ୍ମର ଟିଜରର ଡବିଂ କଟକ ସ୍ଥିତ ଷ୍ଟୁଡିଓ ସ୍ୱରାଜରେ ରେକର୍ଡ ହୋଇଥିଲା।
ପଢ଼ନ୍ତୁ ଏହି ଖବର -
http://ଅଲୌକିକ ଘଟଣା; ମାଟିତଳୁ ଉଦ୍ଧାର ହେଲା ଭଗବାନ ବିଷ୍ଣୁଙ୍କ ପ୍ରତିମା... ଦର୍ଶନ କରିବାକୁ ଲୋକଙ୍କ ଭିଡPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।