ବର୍ଷାଙ୍କ ବୟାନ ପରେ ଚିହିଁଙ୍କି ଉଠିଲେ କି ଅନୁଭବ-ଜାଗ୍ରତି? ସୋସିଆଲ ମିଡ଼ିଆରେ ଟାର୍ଗେଟ୍

ବର୍ଷାଙ୍କ ବୟାନ ପରେ ସୋସିଆଲ୍ ମିଡିଆରେ ଟାର୍ଗେଟ୍ କଲେ ଜାଗ୍ରତି ! କହିଲେ ଏମିତି କଥା ...

ବର୍ଷାଙ୍କ ବୟାନ ପରେ ଚିହିଁଙ୍କି ଉଠିଲେ କି ଅନୁଭବ-ଜାଗ୍ରତି? ସୋସିଆଲ ମିଡ଼ିଆରେ ଟାର୍ଗେଟ

ବର୍ଷାଙ୍କ ବୟାନ ପରେ ଚିହିଁଙ୍କି ଉଠିଲେ କି ଅନୁଭବ-ଜାଗ୍ରତି? ସୋସିଆଲ ମିଡ଼ିଆରେ ଟାର୍ଗେଟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି (anubhav mohanty) ନିଜ ପୋଷ୍ଟକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଅନୁଭବ ମହାନ୍ତି କିଛି ଏପ୍ରିଲ ୨ ତରିଖରେ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କର କିଛି ଡକ୍ୟୁମେଣ୍ଟ (document) ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଜବାବ ଦେବାକୁ ବର୍ଷାଙ୍କୁ ଆହ୍ବାନ କରିଥିଲେ। ଆଜି ପୁନଶ୍ଚ ସେ ଏହି ପୋଷ୍ଟକୁ ସେୟାର କରି ବର୍ଷାକୁ ଜବାବ ମାଗିଛନ୍ତି। ସେ ବର୍ଷାଙ୍କ ନାଁ ନେଇ ଲେଖିଛନ୍ତି, 'ମିଛ ଅପପ୍ରଚାର ହେଉଛି ଜଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟା କରି ଏଇ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆପଣଙ୍କ ଜବାବର ଅପେଖ୍ଯାରେ ମୁଁ ଆଉ ଓଡି଼ଶାବାସୀ ।

ସେପଟେ ଜାଗ୍ରତି ଶୁକ୍ଳାଙ୍କ ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ରମାଦେବୀ ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିଛି ବୟାନ ରଖିଥିଲେ। ଯାହାକୁ ଟାର୍ଗେଟ କରି ଜାଗ୍ରତି ଶୁକ୍ଳା ଏହି ପୋଷ୍ଟ ଲେଖିଥିବା କୁହାଯାଉଛି। ଜାଗ୍ରତି ଲେଖିଛନ୍ତି, ଜଣେ ମହିଳା ମହିଳା ସଶକ୍ତିକରଣ କ୍ଷେତ୍ରରେ ଭାଷଣ ଦେଇ ପ୍ରତି କ୍ଷେତ୍ରରେ ନିଜର ଅସ୍ତିତ୍ୱ ଜାହରି କରୁଛନ୍ତି । ହେଲେ ସେହି ମହିଳା ତାଙ୍କ ନିଜର ପରିଚୟ ପ୍ରତି ଆଞ୍ଚ ଆସିବା ନାଁରେ ତାଙ୍କ ସ୍ୱାମୀଙ୍କ ସାଜ୍ଞ୍ୟା ବ୍ୟବହାର କରିବାରେ ବିଶ୍ୱାସ କରନ୍ତି ନାହିଁ । ଉକ୍ତ ମହିଳା ସ୍ୱାମୀଙ୍କ ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା କହି ମାସିକିଆ ଦରମା ମଧ୍ୟ ନେଉଛନ୍ତି ।

ସେ ନିଜେ ରୋଜଗାର କରୁଥିଲେ ମଧ୍ୟ ଏକ୍ଷେତ୍ରରେ ଲଜ୍ଜା ଅନୁଭବ କରୁନାହାନ୍ତି। କୋର୍ଟ ବାହାରେ ସଶକ୍ତିକରଣ ନାରା ଦେଉଛନ୍ତି, ଆଗକୁ ବଢ ଓ କାହା ଉପରେ ନିର୍ଭର କରନାହିଁ ବୋଲି ଭାଷଣ ଦେଉଛନ୍ତି । ହେଲେ ଏହା କ’ଣ ସଶକ୍ତିକରଣ ବୋଲି ପ୍ରଶ୍ନ କରିଛନ୍ତି ଜାଗ୍ରତି ଶୁକ୍ଳା । ତେବେ ସେ କେଉଁ ଉଦ୍ଦେଶ୍ୟରେ ଓ କାହା ପାଇଁ ଏପରି ଫେସବୁକ ପୋଷ୍ଟ କରିଛନ୍ତି ତାହା କହିନାହାନ୍ତି ।

ରମାଦେବୀ ବିଶ୍ୱବିଦ୍ୟାଳୟର ବସନ୍ତ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, ଜୀବନ ଅନିଶ୍ଚିତ । କେତେବେଳେ କଣ ହେବ କେହି ଜାଣିନାହାନ୍ତି । ସେ ଲାଜୁଆ ଓ ଡରୁଆ ପ୍ରକୃତିର ଝିଅ ଥିଲେ । ଜୀବନରେ ଯାହା ଆଶା କରିନଥିଲେ ସେୟା ହେଲା। ଜୀବନ ବହୁତ ଥର ତଳେ ପକେଇବାକୁ ଚେଷ୍ଟା କରିଛି । କିନ୍ତୁ ପୁଣି ଥରେ ଛିଡା ହୋଇଛନ୍ତି । ପରିବାର ଲୋକ ସାହାସ ଯୋଗାଇଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ଲୋକେ କହିଛନ୍ତି, ରାଜନୀତି (politics)ରେ ଯୋଗଦେବା ପାଇଁ ଏସବୁ କରୁଛି । ଏହା ତାଙ୍କୁ କଷ୍ଟ ଦେଇଛି । ତାଙ୍କ ନାଁରେ ଅପପ୍ରଚାର କରାଯାଇଛି ବୋଲି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଏହା ପୂର୍ବରୁ ବର୍ଷା ପ୍ରଥମଥର ପାଇଁ ନିଜ ବିବାହ ବିବାଦ ପ୍ରସଙ୍ଗରେ ସୋସିଆଲ ମିଡ଼ିଆରେ ମତ ରଖିଥିଲେ। ବର୍ଷା କହିଥିଲେ, ଏତେ ହୀନସ୍ତରର ଡିଭୋର୍ସ ପୂର୍ବରୁ କେବେ ହୋଇନଥିଲା । ସୋସିଆଲ ମିଡିଆର ଅପବ୍ୟବହାର କରି ନିଜର ବିବାହିତା ଜୀବନ ସାଥୀକୁ ଭୟଭୀତ କରି, ବଦନାମ କରି, ତାର ଚରିତ୍ର ସଂହାର କରି ଜଣେ ସ୍ବାମୀ ସମାଜକୁ କି ଶିକ୍ଷା ଦେଉଛନ୍ତି ??

ଏହି ଖବର ପଢ଼ନ୍ତୁ -  ଶରୀର ପାଇଁ ବଡ଼ ଲାଭଦାୟକ ହଳଦୀ ଓ ଲେମ୍ବୁ: ଜାଣନ୍ତୁ କିପରି ମିଳେ ଉପକାର
Published by:Soubhagya Mishra
First published: