News18 Odia Digital
Raavan Teaser Out: ଦୀର୍ଘ ଦିନରୁ ନିଜ ବୈବାହିତ ଜୀବନକୁ ନେଇ ସମସ୍ୟା ଘେରରେ ରହିଆସୁଥିବା ଓଲିଉଡର ଲୋକପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ (Anubhav Mohanty) ଆସୁଛି ନୂଆ ଫିଲ୍ମ ‘ରାବଣ-ଦ ଇଣ୍ଟରଭାଲ ପାର୍ଟ’ (Raavan)। ମୁଖ୍ୟ କଥା ହେଲା ହେଲା ଯେ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଅନୁଭବଙ୍କ ମହିଳା ବାନ୍ଧବୀ ତଥା ସାମ୍ବାଦିକା ଜାଗୃତି ଶୁକ୍ଲା (Jagrati Shukla)।
ଏହି ବିଷୟରେ ନିଜେ ଜାଗୃତି ସୋସିଆଲ ମିଡ଼ିଆରେ ଅନୁଭବଙ୍କ ପାଇଁ ନିଜ ମନ କଥା ଲେଖି ଫିଲ୍ମ ବିଷୟରେ ସୂଚନା ଦେଇଥିଲେ। ଇତମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମ ରାବଣ-ଦ ଇଣ୍ଟରଭାଲ ପାର୍ଟର ଜବରଦସ୍ତ ଟିଜର ଭିଡିଓ (Teaser Video Out)।
ଯାହାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଛନ୍ତି ଅଭିନେତା। ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଟିଜରରେ ଅନୁଭବଙ୍କ ଦମଦାର ଆକ୍ସନ ସିନ୍ସ ଦେଖିବାକୁ ମିଳୁଛି। ଜେଲ ଭିତରେ ରହି ସେ ନିଜ ପ୍ରତିଶୋଧ ନେବା ବିଷୟରେ କହୁଥିବାର ନଜର ଆସୁଛନ୍ତି।
ହିନ୍ଦୀ ସହ ଅନ୍ୟାନ୍ୟ ଭାଷାରେ ଏହି ଫିଲ୍ମ ସାରା ଦେଶରେ ବଡ଼ ପରଦାରେ ରିଲିଜ ହେବ। ଏହି ଫିଲ୍ମରେ ଓଡ଼ିଆ ଫିଲ୍ମ ଷ୍ଟାର ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ପ୍ରଥମ ଫିଲ୍ମ ଭାବେ ଏହା ବଡ଼ ପରଦାରେ ରିଲିଜ ହେବ ବୋଲି ଜାଗୃତି କହିଛନ୍ତି।
ସେହିପରି ନିଜ ପୋଷ୍ଟରେ ଜାଗୃତି ଅନୁଭବଙ୍କୁ ପ୍ରସଂଶା କରିଥିଲେ। ସେ କହିଥିଲେ, ‘‘ଲେଖିକା ଭାବରେ ମୁଁ ମୋର ପ୍ରଥମ ଚଳଚ୍ଚିତ୍ର (First film) ଘୋଷଣା କରିଛି। ରାବଣ - ଦି ଇଣ୍ଟରଭାଲ୍ ପାର୍ଟ ରାଜଶ୍ରୀ ଷ୍ଟୁଡିଓ (Rajashree studio) ଅଧୀନରେ ହିନ୍ଦୀ ସମେତ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ। ଓଡ଼ିଆ ଚଳଚ୍ଚିତ୍ର ସୁପରଷ୍ଟାର ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଏହି କାହାଣୀଟିକୁ ମୁଁ ଲେଖିଛି। ମୋର ପ୍ରଥମ ସିନେମା ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି।’’
ଏହି ଖବର ବି ପଢ଼ନ୍ତୁ: ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ଅଭିଯୋଗ; ଏକ ଘରୋଇ ଚ୍ୟାନେଲକୁ ମିଳିଲା ଦିଲ୍ଲୀ କୋର୍ଟଙ୍କ ସମନସେହିପରି ପୋଷ୍ଟକୁ ଅନୁଭବଙ୍କ ସହ ଟ୍ୟାଗ କରି ଜାଗୃତି ଲେଖିଛନ୍ତି, ‘‘ନିଜ ବିଷୟରେ ଯେତେବି ସମାଲୋଚନା ହେଉ ନା କାହିଁକି, ଉତ୍ସାହର ସହିତ ନିଜ କାମକୁ ଜାରି ରଖନ୍ତୁ। ଉତ୍ସାହର ସହ କାର୍ଯ୍ୟ କଲେ ହିଁ ଆପଣ ଯାହା ପାଇବାକୁ ଚାହୁଁଛନ୍ତି ତାହା ପାଇପାରିବେ। କାରଣ ଆପଣଙ୍କ ଜୀବନରେ ଯାହା କିଛି ପାଇବେ, ତାହା କଠିନ ପରିଶ୍ରମ, ବଳିଦାନ ଏବଂ ଦୃଢ଼ତାର ସହ ଅର୍ଜନ କରିବାକୁ ପଡ଼ିବ।’’
ପ୍ରକାଶ ଥାଉକି ଗତ ବର୍ଷ ଅନୁଭବ ନିଜ ସିନେମା ‘ରାବଣ’କୁ ନେଇ ଖୁଲାସା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ରାବଣ’ ଦୁଇଟି ପାର୍ଟରେ ଆସିବ ବୋଲି ଅନୁଭବ ଘୋଷଣା କରିଥିଲେ। ତେବେ ଗତ ୩ ରୁ ୪ ଦିନ ହେବ ‘ରାବଣ’ର ଅଫିସିଆଲ୍ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଅନୁଭବଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠୁ ଅଧିକ ଚର୍ଚ୍ଚା ହେଉଛି ଫିଲ୍ମର କାହାଣୀ ଲେଖିକାଙ୍କୁ ନେଇ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।