- News18 Odia
- Last Updated :
News 18 Odia Digital
ମୁମ୍ବାଇ : ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପଟିଆଲା ହାଉସ କୋର୍ଟ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ସେପ୍ଟେମ୍ବର ୨୬ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଅଗଷ୍ଟ ୧୭ରେ ଜ୍ୟାକଲିନଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲା। ଚାର୍ଜସିଟରେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି।
ଏହାପୂର୍ବରୁ ଅଗଷ୍ଟ ୨୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କୁ ପଚରାଉଚରା ପାଇଁ ଡାକିଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଯାଇନଥିଲେ । ଆସନ୍ତା ସେପ୍ଟେମ୍ବର ୧୨ରେ ଜ୍ୟାକଲିନଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ।
ସୂଚନାନୁସାରେ, ଚାର୍ଜସିଟରେ ଇଡି ଦାବି କରିଛି ଯେ ସୁକେଶ ତରଫରୁ କରାଯାଇଥିବା ମନି ଲଣ୍ଡରିଂରେ ଜ୍ୟାକଲିନ ମଧ୍ୟ ସଂପୃକ୍ତ ଅଛନ୍ତି। ସେ ଜାଣିଥିଲେ ଯେ ସୁକେଶଙ୍କର ଅପରାଧିକ ରେକର୍ଡ ରହିଛି। ତଥାପି, ସେ ତାଙ୍କଠାରୁ ମହଙ୍ଗା ଉପହାର ନେଇଥିଲେ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।